ଶିକ୍ଷା, ସେବା ଯୋଗାଇବା ଆସ୍‌ମାଙ୍କ ନିଶା

ଯୋଡ଼ା, ୨।୩(ଡି.ଏନ.ଏ.)-ଧର୍ମକୁ ନେଇ ସବୁଆଡ଼େ ହିଂସା ବିବାଦ ଚାଲିଥିବା ବେଳେ କେନ୍ଦୁଝର ଜିଲା ଅନ୍ତର୍ଗତ ଯୋଡା ସହରର ମୁସଲିମ୍‌ ମହିଳା ଆସ୍‌ମା ଖାତୁନ୍‌ ଦେଇଚାଲିଛନ୍ତି ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ ଓ ସେବା। ଜାତି ଧର୍ମ ନିର୍ବିଶେଷରେ ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷାଦାନ ଓ ସାଧାରଣ ଲୋକଙ୍କୁ ସେବା ଯୋଗାଇବା ତାଙ୍କର ଯେପରି ଏକ ନିଶା ପାଲଟିଛି। ଦୀର୍ଘ ୨୦ ବର୍ଷ ଧରି ଅଞ୍ଚଳରେ ବେବି ଦିଦି ନାମରେ ପରିଚିତ ଥିବା ଆସ୍‌ମା ଖାତୁନ୍‌ ଏହି ସେବା ନିଶୁଳ୍କ ଓ ନିଃସ୍ବାର୍ଥପରଭାବେ ଯୋଗାଇଆସୁଛନ୍ତି। ଏହିପରି କାର୍ଯ୍ୟ ଦେଖି ୭ ବର୍ଷ ତଳେ ତାଙ୍କୁ ଅଙ୍ଗନଓ୍ବାଡିରେ ଶିକ୍ଷା ସହାୟିକା ଭାବେ ନିଯୁକ୍ତି ମିଳିଥିଲା। ଏ ସମ୍ପର୍କରେ ଆସ୍‌ମା ତାଙ୍କ ପ୍ରତିକ୍ରିୟାରେ କହନ୍ତି ଯେ, ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ଝିଅପୁଅଙ୍କୁ ବହୁ କଷ୍ଟ ସହି ପାଠ ପଢାଇଥିଲେ ା ଦୁଃଖ ଓ ଦାରିଦ୍ର୍ୟ ହେତୁ ତାଙ୍କ ଝିଅ ଓ ପୁଅଙ୍କୁ ସେ ଉଚ୍ଚ ଶିକ୍ଷିତ କରିପାରିନଥିଲେ। ଏହି ଦୁଃଖ ତାଙ୍କୁ ଗରିବ ଶିଶୁ ମାନଙ୍କୁ ଶିକ୍ଷା ଦାନ କରିବା ପାଇଁ ପ୍ରେରଣା ଯୋଗାଇଥିଲା। ସକାଳୁ ଉଠି ବିଭିନ୍ନ ବସ୍ତିର ଗରିବ କୁନି କୁନି ଶିଶୁମାନଙ୍କୁ ଆଣି ସେ ପାଠ ପଢାଇଥାନ୍ତି। ଏପରିକି ସେ ନିଃସ୍ବାର୍ଥପର ଭାବେ ବିନା ଘୃଣାରେ ସେମାନଙ୍କର ନିତ୍ୟକର୍ମ କରିଥାନ୍ତି।
ଆସ୍‌ମା ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ରହି ଏକ ଓଡିଆ ମିଡିୟମ ସ୍କୁଲରେ ପାଠ ପଢିଥିଲେ। ଏତଦ୍‌ବ୍ୟତୀତ ଧର୍ମ, ଜାତି ନିର୍ବିଶେଷରେ ଗରିବ ଲୋକମାନଙ୍କୁ ରାଶନକାର୍ଡ, ବିଭିନ୍ନ ଭତ୍ତା, ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରଭୃତି କାର୍ଯ୍ୟରେ ସେ ସହାୟତା ପ୍ରଦାନ କରିଥାନ୍ତି। ଯେଉଁ ଶିଶୁ ମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସିପାରି ନ ଥାନ୍ତି। ସେମାନଙ୍କ ଘରକୁ ଘର ଯାଇ ଅଙ୍ଗନଓ୍ବାଡିକୁ ଆସିଥିବା ଔଷଧ ବାଣ୍ଟିଥାନ୍ତି। ସେ ଜଣେ ମୁସଲିମ୍‌ ସମ୍ପ୍ରଦାୟର ହୋଇଥିଲେ ହେଁ, ସ୍ଥାନୀୟ ଶିଶୁମାନଙ୍କର ଯତ୍ନ ନେବା ଓ ସେମାନଙ୍କୁ ନିଶୁଳ୍କ ପାଠ ପଢାଇବାକୁ ତାଙ୍କ ସମ୍ପ୍ରଦାୟର କେହି ଏଥିରେ ବିରୋଧ କରୁ ନ ଥିବା ବରଂ ଏହି କାର୍ଯ୍ୟ ପାଇଁ ତାଙ୍କୁ ସମର୍ଥନ କରିବା ସହିତ ଉତ୍ସାହିତ କରୁଥିବା ସେ କହିଛନ୍ତି। ଶିକ୍ଷା ଓ ସେବା ଯୋଗାଇବା ଦ୍ୱାରା ସେ ଖୁବ୍‌ ଆନନ୍ଦିତ ଅନୁଭବ କରନ୍ତି। ବହୁ ସଂଖ୍ୟାରେ ଅଞ୍ଚଳରେ ଗରିବ ଶିଶୁ ମାନଙ୍କୁ ଆଗାମୀ ଦିନରେ ଏହି ସେବା ଯୋଗାଇବା ତାଙ୍କର ଲକ୍ଷ୍ୟ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

ସବୁଠି ଦେବଶିଳ୍ପୀଙ୍କୁ ଆହ୍ବାନ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଖଣି ଖାଦାନ ଜିଲା ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ...

ବ୍ରିଜ୍‌ ଉପରେ ୪ ଫୁଟର ପାଣି, କେନ୍ଦୁଝର-ମୟୂରଭଞ୍ଜକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୧୬ା୯(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତ କୁମୂଳା ବାହାଳୀ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ...

‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’

କେନ୍ଦୁଝର,୧୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା...

କାଠ ଫାଳିଆରେ ପିଟି ମା’ଙ୍କୁ ହତ୍ୟା

ଯୋଡ଼ା,୧୪ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ସନ୍ଧ୍ୟା ୭ଟାରେ ସାହିର ଜନୈକ...

ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ

କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅଧୀନ ଡୁମୁରିନାଳି ଗ୍ରାମର ମା’ ଜଙ୍ଗଲ ଜନନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri