ଫୁଲବାଣୀ ଅଫିସ, ୨୮ା୮- ମକ.ନୂଆଗାଁ ବ୍ଲକ ସ୍ଥିତ କୁଡ଼ୁତୁଲି ସରକାରୀ ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେବା ଘଟଣାକୁ ନେଇ ଜିଲାରେ ଅସନ୍ତୋଷ ସୃଷ୍ଟି ହୋଇଛି ା ପୋଲିସ ଏହି ଘଟଣାରେ ପ୍ରାଥମିକ ତଦନ୍ତ ପରେ ଏସ୍ସି/ଏସଟି ପ୍ରିଭେନସନ ଆକ୍ଟ ଏବଂ ଆଇପିସି ଧାରା ଅନୁସାରେ ୪୮/୧୯ରେ ମାମଲା ରୁଜୁ ହୋଇଛି। ଏହି ଘଟଣାର ତଦନ୍ତ ଭାର ଡିଏସ୍ପି ଏସ.କେ.ରାୟଙ୍କୁ ଦିଆଯାଇଥିବା ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଏତେ ସବୁ ପରେ ବି ଜିଲା ଶିକ୍ଷା ବିଭାଗ ପକ୍ଷରୁ କୌଣସି ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ା ଘଟଣାକୁ ଚାପି ଦେବାକୁ ବିଭାଗ ପ୍ରୟାସ କରୁଛି ା ଅନ୍ୟପକ୍ଷରେ ଜିଲା ଶିକ୍ଷାଧିକାରୀ ବିକାଶ ପ୍ରଧାନ କହିଛନ୍ତି, ପୋଲିସ ରିପୋର୍ଟ ଆସିବା ପରେ ଯାହାକିଛି ପଦକ୍ଷେପ ନିଆଯିବ। ସେପଟେ ଶିକ୍ଷୟିତ୍ରୀ ଜଣକ ଭୟରେ ଦିନ କାଟୁଛନ୍ତି। କ. ନୂଆଗାଁ ବ୍ଲକ ଦାୟିତ୍ୱରେ ଥିବା ବାଲିଗୁଡ଼ା ବ୍ଲକ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରୁ ଏ ବିଷୟରେ ଜିଲା ଅଫିସ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ।ଏପରିକି ସ୍କୁଲରେ ୨ ଶିକ୍ଷକ ନ ଥିଲେ ମଧ୍ୟ ବିଇଓ କିଛି ଜାଣି ନ ଥିବା କି କେହି ଛୁଟି ଦରଖାସ୍ତ ଦେଇ ନ ଥିବା କହିଛନ୍ତି। ସୂଚନାଯୋଗ୍ୟ, କୁଡ଼ୁତୁଲି ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ ଜୁଲାଇ ୧୮ ତାରିଖରେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ କାନ୍ଦୁଥିବା ଦେଖି ଅନ୍ୟ ଜଣେ ଶିକ୍ଷୟିତ୍ରୀ କାରଣ ପଚାରିଥିଲେ। ପ୍ରଧାନଶିକ୍ଷକ ତାଙ୍କୁ ଅସଦବ୍ୟବହାର ପ୍ରଦର୍ଶନ କରିଥିବା ସେ କହିଥିଲେ। ପରେ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣା, ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ଅନ୍ୟ ଜଣେ ଶିକ୍ଷକ ଗୀତାଞ୍ଜଳୀଙ୍କ ସହ କଥା ହେଉଥିବା ଶିକ୍ଷୟିତ୍ରୀ ଜଣକଙ୍କୁ ଅଫିସ ରୁମକୁ ଡାକି ତାଗିଦ କରିଥିଲେ। ଏ ନେଇ ଗୀତାଞ୍ଜଳି ଜିଲା ଶିକ୍ଷାଧିକାରୀଙ୍କ ପାଖକୁ ଯାଇ ପ୍ରଧାନଶିକ୍ଷକ ଓ ଅନ୍ୟମାନଙ୍କ ନାମରେ ଅଭିଯୋଗ କରିଥିଲେ। ପ୍ରଧାନଶିକ୍ଷକ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଉପସ୍ଥିତିରେ ଗୀତାଞ୍ଜଳିକୁ ଧମକ ଦେଇ ମୋର କିଛି ଅସୁବିଧା ନାହିଁ। ଯଦି ଚାହିଁବି ତେବେ ତୁମକୁ ଚାକିରିରୁ ବହିଷ୍କାର କରିବି ବୋଲି କହିଥିଲେ ା ଏ ନେଇ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ ା
Posted inଆମ ଜିଲା ଖବର, କନ୍ଧମାଳ View All

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା: ଦଳୀୟ ସମ୍ମିଳନୀରେ ଗୋଷ୍ଠୀ କନ୍ଦଳ
ବଡ଼ବିଲ,୧୮ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲଠାରେ ଭାଜପା ପକ୍ଷରୁ ଆୟୋଜିତ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଶୁକ୍ରବାର ଦଳର ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ...

ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା
ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ...

ମେ’ ୭ ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା
ପୁରୁଷୋତ୍ତମପୁର,୧୮।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦ ସୁନ୍ଦରୀ ଆଦି...

ବୁଲାଣି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଛିଟିକି ପଡ଼ି…
ମୋହନା,୧୮।୪ ( ମନ୍ମଥ ମିଶ୍ର ): ଗଞ୍ଜାମ ଜିଲା ମୋହନା ସ୍ଥିତ ଲାଦୃମା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଶୁକ୍ରବାର ରାତି ୯ଟାରେ ଦୁଇ ବାଇକ...

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର
ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ...

ଦିଗପହଣ୍ଡିରେ ରାମଚରିତ ମାନସ ପାରାୟଣ ଶୁଭାରମ୍ଭ
ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସିଂହଦାର ସମ୍ମୁଖରେ ଶୁକ୍ରବାର ସାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ...

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଜେଲ ଗଲେ…
ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରୁ ଅପହୃତ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ଭୁବନେଶ୍ୱରସ୍ଥିତ ଏକ ଘରୁ ଉଦ୍ଧାର କରିଛି।...

ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା ରୋଗ: ଧାନ ଫସଲରେ ବ୍ୟାପିବା ଆରମ୍ଭ
ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ)- ରାଜ୍ୟର ବରଗଡ଼ ଜିଲାରେ ଅଧିକ ଧାନଚାଷ ହୋଇଥାଏ। କିନ୍ତୁ ଏଠାରେ ଚାଷକୁ ନେଇ ଚାଷୀମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନଚାଷ କରି...