ଶିଶୁ ଉଦ୍ୟାନ ହେଲାଣି ନିଶାଡ଼ିଙ୍କ ଆଡ୍ଡା: ଖୋଲାଖୋଲି ଚାଲିଛି ସିରପ୍‌ ନିଶା କାରବାର

ଅନୁଗୋଳ ଅଫିସ, ୧୦।୧ – ଅନୁଗୋଳ ସହରରେ ସିରପ୍‌ ନିଶା କାରବାର ବେଶ୍‌ ବଢ଼ିଯାଇଛି। ସହରରେ ଥିବା ବିଭିନ୍ନ ପାର୍କରେ ଦୈନିକ ପୁଳା ପୁଳା ସିରପ୍‌ ବୋତଲ ପଡ଼ୁଥିବା ଦେଖିବାକୁ ମିଳୁଛି। ଶସ୍ତା ହେଉଥିବାରୁ ବିଶେଷକରି ଯୁବ ପିଢ଼ି ଏହି ନିଶା ଜାଲରେ ପଡ଼ୁଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏ ନେଇ ଅନୁଗୋଳ ପୋଲିସ ନିକଟରେ କୌଣସି ସୂଚନା ନ ଥିବାରୁ ପାର୍କକୁ ଯାଉଥିବା ବରିଷ୍ଠ ନାଗରିକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଅନୁଗୋଳ ସହର ଅମଲାପଡ଼ାରେ ଥିବା ଶିଶୁ ଉଦ୍ୟାନ ଏବେ ଏପରି ନିଶାଡ଼ିଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଥିବା ଅଭିଯୋଗ ହେଉଛି। ସକାଳୁ ଏହି ପାର୍କକୁ ଯାଉଥିବା ଲୋକମାନେ ଏତେତେଣେ ସିରପ୍‌ ବୋତଲ ପଡ଼ିଥିବା ଦେଖିବାକୁ ପାଉଛନ୍ତି। କିନ୍ତୁ କାହା ପାଖରେ ଅଭିଯୋଗ କରିବେ ତାହା ସେମାନେ ଜାଣିପାରୁନାହାନ୍ତି। କେବଳ ଏହି ଗୋଟିଏ ପାର୍କ ନୁହେଁ ସହରରେ ଥିବା ଅନ୍ୟ ପାର୍କଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା। ହେଲେ ଏ ନେଇ ପୌର କର୍ତ୍ତୃପକ୍ଷଙ୍କ ନିକଟରେ ସୂଚନା ନ ଥିବାବେଳେ ପୋଲିସ ମଧ୍ୟ ବେଫିକର। ସେହିପରି ଅମଲାପଡ଼ା ଦୁର୍ଗାମନ୍ଦିର ନିକଟରେ ଥିବା ଶିଶୁ ଉଦ୍ୟାନରୁ ଏପରି ସିରପ୍‌ ବୋତଲ ପୁଳା ପୁଳା ବାହାରୁ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ବିଲାତି ବୋଝେଇ ଟ୍ରକ: ବୋହିନେଲେ ଲୋକେ

କେନ୍ଦୁଝର,୨୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣା ନିକଟରେ ଏନଏଚ ୪୯ରେ ଆଜି ଏକ ବିଲାତି ବୋଝେଇ ଟ୍ରକ ଓଲଟି ପଡ଼ିବାରୁ...

ପେଟ ଯନ୍ତ୍ରଣାରୁ ୨ ଜଣଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡା, ୨୦।୧୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ବୁଧବାର ଆଲୋଚନାର ବିଷୟ ହୋଇଛି। ପେଟ...

ଅନିଲଙ୍କୁ ବଡ଼ ଦାୟିତ୍ୱ, କେନ୍ଦୁଝର ପୋଲିସ ମହଲରେ ଖେଳିଗଲା ଖୁସିର ମାହୋଲ

କେନ୍ଦୁଝର,୨୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ହାବିଲଦାର, ସିପାହୀ ଓ କନେଷ୍ଟବଳ ମହସଂଘର ସଭାପତି ହେଲେ ଅନିଲ କୁମାର ଷଣ୍ଢ (ହାବିଲଦାର/୧୭୮)। କେନ୍ଦୁଝର ଜିଲା ସଂଘର ତୃତୀୟଥର...

ଛାତ୍ରଙ୍କୁ ପଛପଟୁ ଗୋଇଠା ମାରିଲେ ଶିକ୍ଷକ: ଥାନାରେ ପହଞ୍ଚିଲା ମାମଲା

କେନ୍ଦୁଝର,୨୦।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ଛାତ୍ରଙ୍କୁ ଶିକ୍ଷକ ଗୋଇଠା ମାରିବା ସହ ଅସଦାଚରଣ କରିବା ଅଭିଯୋଗ ହୋଇଛି। କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କ୍ରମେ...

ଚାଷୀଙ୍କୁ ଲାଞ୍ଚ ମାଗୁଛନ୍ତି କୃଷି କର୍ମଚାରୀ ଭିଡିଓ ଭାଇରାଲ…

ଚାନ୍ଦବାଲି,୧୯।୧୧(କିଷାନ ପାତ୍ର):ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର କ୍ଷତିପୂରଣ ପ୍ରଦାନ ପାଇଁ ଘୋଷଣା କରିବା ପରେ ଏବେ ଚାଷୀଙ୍କୁ ଶୋଷଣ କରାଯାଉଥିବା ଦେଖିବାକୁ ମିଳିଛି। କ୍ଷତିପୂରଣ ବାବଦରେ...

ପୁଣି ବାର୍‌ହା ଶିକାରକଲା ‘ଜିନତ୍‌’

ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍‌’ ପୁଣି ବାର୍‌ହା ଶିକାର କରି ଖାଦ୍ୟ ଗ୍ରହଣ କରିଛି। ପାଣି...

ଶିମିଳିପାଳ ସୁରକ୍ଷାରେ ଏଆଇ କ୍ୟାମେରା

ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଜଗିଛି ଏଆଇ କ୍ୟାମେରା। କ୍ୟାମେରା ମାଧ୍ୟମରେ ଶିମିଳିପାଳକୁ ସୁରକ୍ଷିତ ରଖିବା ଓ ବନାଗ୍ନିରୁ ରକ୍ଷା କରିବା...

ଦୁର୍ବଳ ହୋଇପଡ଼ିଛି ରାଜଘାଟ ପୋଲ

ଭଦ୍ରକ,୨୦।୧୧(ସନାତନ ରାଉତ): ୨୦୮ ବର୍ଷ ତଳେ ବ୍ରିଟିଶ ଅମଳରେ ଭଦ୍ରକ ସହରର ସାଳନ୍ଦୀ ନଦୀ ଉପରେ ନିର୍ମିତ ଐତିହାସିକ ରାଜଘାଟ ପୋଲ ମରାମତି ଅଭାବରୁ ଦୁର୍ବଳ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri