ଶିଶୁ ସୁରକ୍ଷା ନେଇ ସଚେତନତା ଶୋଭାଯାତ୍ରା

ମ.ରାମପୁର,୧୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ମ.ରାମପୁର ସ୍ଥିତ ଦୁର୍ଗାମାଧବ ଉଚ୍ଚ ବିଦ୍ୟାପୀଠ ଛାତ୍ରୀଛାତ୍ରଙ୍କୁ ନେଇ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା ଶୋଭଯାତ୍ରା ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ମ.ରାମପୁର ଉତ୍ତମ କୁମାର ସାହୁଙ୍କ ତତ୍ତ୍ବାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ଶିଶୁଙ୍କ ପ୍ରତି ନିର୍ଯାତନା ରୋକିବା, ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରିବା ପାଇଁ ସହାୟକ ହେବା, ଶିଶୁ ଚାଲାଣ ଆଦି ରୋକିବା ଦିଗରେ ସଚେତନତା ମୂଳକ ଫ୍ଲାକାର୍ଡ, ପ୍ରଚାରପତ୍ର ଧରି ଛାତ୍ରୀମାନଙ୍କ ଦ୍ୱାରା ଶୋଭାଯାତ୍ରା କରାଯାଇଥିଲା । ବ୍ଲକ ଅଧ୍ୟକ୍ଷ ଜିବେଶ ପଣ୍ଡା, ସଦର ସରପଞ୍ଚ ଚିତ୍ତରଞ୍ଜନ ବାଗ ପ୍ରମୁଖ ସହଯୋଗରେ କାର୍ଯ୍ୟକ୍ରମ ହୋଇଯାଇଛି । ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଉକ୍ତ ସରକାରୀ ପ୍ରାୟୋଜିତ ଓ ସରକାରୀ ପୃଷ୍ଠପୋଷକତ୍ୱ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିରେ ପୋଲିସର ଯେନତେଣ ପ୍ରକାରେ ଦାୟୀତ୍ୱ ନିର୍ବାହ କରାଯାଉଥିବା ଜଣାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ...

ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ...

ରାସ୍ତାରେ ଚାଲି ଚାଲି ଯାଉଥିଲେ, ଧକ୍କା ଦେଲା ପର୍ଯ୍ୟଟକ ବସ୍‌

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରରୁପର୍ଯ୍ୟଟକଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍‌ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...

ଖବରଦାତାଙ୍କ ମାତୃ ବିୟୋଗ

ସୁନାବେଡା,୨୦ା୪(କୃତ୍ତିବାସ ପ୍ରଧାନ)-କୋରାପୁଟ ଧରିତ୍ରୀ ଖବରକାଗଜ ଜିଲା ପ୍ରତିନିଧି ଅମିତାଭ ବେହେରାଙ୍କ ମା’ ସୌଦାମିନୀ ବେହେରା(୮୦)ଙ୍କ ରବିବାର ସକାଳ ୭ଟାରେ ଦେହାନ୍ତ ହୋଇଛି। ସେ କିଛିଦିନ ଧରି...

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

ବିବାହ ଭୋଜିଲେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଦୁଃଖଦ: ବୁଡ଼ି ଯାଉଥିଲେ ବାପା, ଉଦ୍ଧାର କରିବାକୁ ପୋଖରୀକୁ ଡେଇଁ ପଡ଼ିଲେ ଦୁଇ ପୁଅ, ହେଲେ…

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଟାଙ୍ଗରାଣୀ ଗାଁରେ ପୋଖରୀରେ ବୁଡି ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image