ଶିଶୁପାଳଗଡ଼ କୀର୍ତ୍ତିରାଜି ବିପନ୍ନ: ଆଇନଜୀବୀଙ୍କ ପକ୍ଷରୁ ବିଡିଓ, ବିଏମ୍‌ସି କମିଶନରଙ୍କୁ ନୋଟିସ

ପୁରୁଣା ଭୁବନେଶ୍ୱର, ୩୧ା୮(ଡି.ଏନ.ଏ.): ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ମନୋଭାବ ଯୋଗୁ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବିଭିନ୍ନ କୀର୍ତ୍ତିରାଜି ବିପନ୍ନ ହେବାକୁ ବସିଛି। ତନ୍ନମଧ୍ୟରୁ ଶିଶୁପାଳଗଡ ଅନ୍ୟତମ। ଏକଦା ୫୬୭ ଏକର ପରିମିତ ଅଞ୍ଚଳରେ ଗଡ ପରିସୀମା ଥିଲା ବୋଲି ଏଏସ୍‌ଆଇ ପକ୍ଷରୁ ଦାବି କରାଯାଉଛି। କାଳକ୍ରମେ ଏବେ ମାତ୍ର ଏ ୦.୭୭୭ ଡିସିମିଲ ଗଡ ପରିସୀମା ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ସଂରକ୍ଷଣରେ ରହିଛି। ତେଣୁ ଐତିହ୍ୟ ୧୬ ଖୁମ୍ବରୁ ମାତ୍ର ଆଉ କେତୋଟି ଖୁମ୍ବ ଇତିହାସର ମୁକସାକ୍ଷୀ ବହନ କରୁଛି। ଜବରଦଖଲକାରୀମାନେ ଗଡ଼ର ଅନ୍ୟାନ୍ୟ ଜାଗା ଦଖଲ କରି ସାରିଲେଣି। ଏମିତି କି ଶିଶୁପାଳଗଡ ପଞ୍ଚାୟତର ଜଳାଶୟଗୁଡିକ ଉପରେ ମଧ୍ୟ ଖୁଲମଖୁଲା ଘର ନିର୍ମାଣ କରି ବ୍ୟବସାୟୀ ବ୍ୟବସାୟ କଲେଣି। ତେଣୁ ଏଭଳି କୀର୍ତ୍ତିରାଜିକୁ ସୁରକ୍ଷା ଦେବାକୁ ବିଭିନ୍ନ ସଙ୍ଗଠନ ଏବଂ ସାମାଜିକ କର୍ମୀ ମୁଣ୍ଡ ଟେକୁଥିଲେ ହେଁ ବିଭାଗୀୟ ଅଧିକାରୀ ହାତ ଟେକି ଦେଉଛନ୍ତି। ଫଳରେ ଏହି ଐତିହ୍ୟ ଏକ ପ୍ରକାର ସତ୍ତା ହରାଇବାକୁ ବସିଲାଣି। ଜବରଦଖଲକାରୀମାନେ ଦ୍ରୁତଗତିରେ ଯେଭଳି ଗଡ଼ର ପରିସୀମାକୁ ଜବରଦଖଲ କରି ଘରଦ୍ୱାର ନିର୍ମାଣ କରି ଚାଲିଛନ୍ତି ଦିନ ଆସିବ ଶିଶୁପାଳଗଡ଼ ଭଳି ଐତିହ୍ୟର ମୂକସାକ୍ଷୀଟି ମାନଚିତ୍ରରୁ ଉଭେଇ ନ ଯିବ କିଏ କହିପାରିବ। ପୁରାତନ କୀର୍ତ୍ତିରାଜିଗୁଡିକ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକଗୁଡିଏ ନୀତିନିୟମ ଜାରି କରିଛନ୍ତି। ମାତ୍ର ଉଭୟ ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବ ପରିଲକ୍ଷିତ ହେଉଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ, ରାଜସ୍ବ, ନଗର ଉନ୍ନୟନ ଭଳି ବିଭାଗର ଅଧିକାରୀଙ୍କ ପୁରାତନ କୀର୍ତ୍ତିରାଜି ପ୍ରତି ଯତ୍ନବାନ ନ ହେବା ଯୋଗୁ ଏଗୁଡିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ପରସ୍ପରକୁ ଦୋଷ ଲଦି ଏଡାଇ ଦେଉଥିବା ଅଧିକାରୀମାନଙ୍କୁ ସମ୍ମୁଖକୁ ଆଣିବା ସହ କୀର୍ତ୍ତିରାଜିକୁ ବଞ୍ଚେଇବାକୁ ବିଭିନ୍ନ ମହଲରେ ଦାବି ହେଉଛି। କୀର୍ତ୍ତିରାଜିଠାରୁ ୧୦୦ ମିଟର ଭିତରେ ଖନନ କାର୍ଯ୍ୟ କିମ୍ବା ନିର୍ମାଣ ପାଇଁ ଏଏସ୍‌ଆଇ ପକ୍ଷରୁ ଦଣ୍ଡବିଧାନ ରହିଛି। ହେଲେ ଏହାକୁ ଭ୍ରୁକ୍ଷେପ ନ କରି ଅନେକ ଜବରଦଖଲକାରୀ କୋଟି କୋଟି ଟଙ୍କା ସମ୍ପତ୍ତିକୁ ନିଜର ଜବରଦଖଲକୁ ନେଇ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଏକ ଜନସ୍ବାର୍ଥ ମାମଲା ନିମନ୍ତେ ଆଇନଜୀବୀ ଅରୁଣ କୁମାର ମହାପାତ୍ର ବେଆଇନ ନିର୍ମାଣ ବନ୍ଦ କରିବା ନିମନ୍ତେ ବିଡିଓ ଭୁବନେଶ୍ୱର ଓ ବିଏମ୍‌ସି କମିଶନରଙ୍କୁ ନୋଟିସ୍‌ ଜାରି କରାଯାଇଛି। ଏ ନେଇ ଭୁବନେଶ୍ୱର ବିଡିଓ ଶାନ୍ତନୁ ମହାନ୍ତିଙ୍କୁ ପଚାରିବାରେ ଆମେ ଜାଣିଛୁ ଯେ, ଏଏସ୍‌ଆଇର ଗାଇଡ ଲାଇନ ଅନୁସାରେ କାର୍ଯ୍ୟ ହେବା କଥା। କିନ୍ତୁ ବିଧିବଦ୍ଧ ଭାବେ ଭୁବନେଶ୍ୱର ବିଡିଓ ହିସାବରେ ଆମକୁ ଏଏସଆଇ କିମ୍ବା ଅନ୍ୟ କୌଣସି ବିଭାଗ ପକ୍ଷରୁ କାମ ବନ୍ଦ ପାଇଁ ନିର୍ଦ୍ଦେଶନାମା ଆସି ନାହିଁ। ଜନସ୍ବାର୍ଥ ମାମଲା ନିମନ୍ତେ ନୋଟିସ ପାଇବା ପରେ ବିଭାଗୀୟ ତର୍ଜମା ଚାଲିଛି। ଏଏସ୍‌ଆଇ ଗାଇଡ ଲାଇନ ମାନିଲେ ଏମ୍‌ପି , ବିଧାୟକ କିମ୍ବା ବିଭିନ୍ନ ପାଣ୍ଠିରୁ ଉନ୍ନୟନମୂଳକ କାର୍ଯ୍ୟ ହୋଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri