ନୁଆଦିଲ୍ଲୀ,୧୮।୧୧: ଅଭିନେତ୍ରୀ ତଥା ଟିଏମ୍ସି ଏମ୍ପି ନୁସରତ ଜହାଁ ସୋମବାର ଆରମ୍ଭ ହୋଇଥିବା ଶୀତକାଳିନ ଅଧିବେସନରେ ଯୋଗ ଦେଇ ନାହାଁନ୍ତି। ଶ୍ୱାସ ପ୍ରଶ୍ୱାସ ଜନିତ ଅସୁବିଧା ପାଇଁ ରବିବାରଠାରୁ ସେ ପଶ୍ଚିମବଙ୍ଗର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେଣୁ ସେ ଶୀତକାଳିନ ଅଧିବେଶନର ପ୍ରଥମ ଦିନରେ ସଂସଦରେ ଉପସ୍ଥିତ ରହି ପାରି ନାହାଁନ୍ତି ବୋଲି ସୂଚନା ମିଳିଛି। ତେବେ ସୋମବାର ଆରମ୍ଭ ହୋଇଥିବା ଏହି ଅଧିବେଶନରେ ବିରୋଧିଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି। ଏହି ଅଧିବେଶନ ଆସନ୍ତା ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ।