ଫଳ ଶରୀର ପାଇଁ ଲାଭଦାୟକ। ହେଲେ କେଉଁ ଫଳ କେତେବେଳେ ଖାଇବା ଆବଶ୍ୟକ ତାହା ମଧ୍ୟ ଜାଣିବା ଜରୁରୀ। ଆୟୁର୍ବେଦ ଅନୁଯାୟୀ ଶୀତଦିନେ ଖଟାଫଳ ଶରୀର ପାଇଁ ବେଶ୍ ଉପକାରୀ। ବିଶେଷ କରି ଲେମ୍ବୁ ଓ କମଳା ଖାଇବା ଭଲ। ଏଥିରେ ଥିବା ପେକ୍ଟିନ୍ ନାମକ ଏକ ପଦାର୍ଥର କ୍ୟାନସରକୁ ପ୍ରତିରୋଧ କରିବାର ଶକ୍ତି ରହିଛି। ଏହା ବ୍ୟତୀତ ଦିନରେ ୨-୩ ପ୍ରକାର ଫଳ ଖାଇଲେ କ୍ୟାନସର, ହୃଦ୍ଘାତ, ମଧୁମେହ ଓ ଅଷ୍ଟିଓପୋରୋସିସ୍ ଭଳି ସମସ୍ୟା ଦେଖାଯାଇ ନ ଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ପେକ୍ଟିନ୍ କ’ଣ: ଏହା ଏକ ପ୍ରକାର କାର୍ବୋହାଇଡ୍ରେଟ୍ ଯାହା କେତୋଟି ନିର୍ଦ୍ଦିଷ୍ଟ ଗଛରୁ ମିଳିଥାଏ। ହେଲେ ଏହା ଖଟା ଫଳରେ ପ୍ରଚୁର ପରିମାଣରେ ଥିବାରୁ ଏହାକୁ ଖାଇବା ଦ୍ୱାରା ପ୍ରୋଷ୍ଟେଟ କ୍ୟାନସରର ଭୟ ଦୂରେଇ ଯାଇଥାଏ।
ଖଟା ଫଳ ଖାଇଲେ ଶରୀରରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ବୃଦ୍ଧି ପାଇଥାଏ। ଫଳରେ ବୟସ ବୃଦ୍ଧି ହେଲେ ଦେଖାଯାଉଥିବା ହାଡ ପୋରିଆ ବା ଅଷ୍ଟିଓପୋରୋସିସ୍ ସମସ୍ୟା ଅନେକାଂଶରେ ଦୂରେଇ ଯାଇଥାଏ। ବିଶେଷ କରି ଲେମ୍ବ,ୁ କମଳା ଓ ଅଙ୍ଗୁରରୁ ଏହି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ।