ନୂଆଦିଲ୍ଲୀ: ଶୀତଦିନେ ସକାଳେ ଅଭ୍ୟାସ କରି ୫ ମିନିଟ୍ ସୂର୍ଯ୍ୟମୁଦ୍ରା କଲେ ଶରୀର ଉପରେ ବହୁ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ମନୁଷ୍ୟ ଶରୀର ପୃଥିବୀ, ଜଳ, ବାୟୁ, ଅଗ୍ନି ଏବଂ ଆକାଶ ଆଦି ପାଞ୍ଚ ତତ୍ତ୍ୱରେ ସୃଷ୍ଟି ହୋଇଛି ବୋଲି ପୁରାଣରେ ଉଲ୍ଲେଖ ରହିଛି। ଶରୀରରେ ଏସବୁ ତତ୍ତ୍ୱର ସନ୍ତୁଳନ ବିଗିଡ଼ି ଗଲେ ନାନା ପ୍ରକାର ସମସ୍ୟା ଦେଖାଦେଇଥାଏ। ତେବେ ସୂର୍ଯ୍ୟମୁଦ୍ରା ଦ୍ୱାରା ଶରୀରରେ ଅଗ୍ନି ତତ୍ତ୍ୱର ପରିମାଣ ବୃଦ୍ଧି ପାଇଥାଏ। ଫଳରେ ଶରୀର ସତେଜ ରହିବା ସହିତ ଆଭ୍ୟନ୍ତରୀଣ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ଶୀତଦିନେ ନିୟମିତ ଏହି ମୁଦ୍ରା କଲେ ଥଣ୍ଡା ସମସ୍ୟା ଦୂର ହେବା ସହିତ ମେଟାବୋଲିଜିମ୍ ପ୍ରକ୍ରିୟା ସ୍ବାଭାବିକ ହୋଇଥାଏ। ଏହି ମୁଦ୍ରା କରିବା ଦ୍ୱାରା ଶରୀରର ଉଷ୍ଣତା ବଢ଼ିଥାଏ ତେଣୁ ଏପରି କରିବା ପୂର୍ବରୁ ଗ୍ଲାସେ ଥଣ୍ଡା ପାଣି ପିଇଲେ ଭଲ ବୋଲି ଯୋଗଗୁରୁମାନେ ପରାମର୍ଶ ଦେଇଥାନ୍ତି।