ଶୁଟିଂ ସେଟ୍‌ରେ କାନ୍ଦି ପକେଇଥିଲି

ମ୍ୟୁଜିକ ଭିଡ଼ିଓ ଜଗତରେ ରାଜା ଡି ଏବେ ବେଶ୍‌ ପରିଚିତ ଓ ଚର୍ଚ୍ଚିତ ଚେହେରା। କ୍ରମାନ୍ବୟରେ ରାଜା ଡିଙ୍କ ନିର୍ଦ୍ଦେଶିତ ଗୋଟିଏ ପରେ ଗୋଟିଏ ମ୍ୟୁଜିକ ଭିଡ଼ିଓ ମିଲିୟନ ଦର୍ଶକଙ୍କ ମନକୁ ଛୁଇଁବା ସହ ଓଡ଼ିଆ ଜଗତରେ ସୁପରହିଟ୍‌ ବୋଲି ଗଣା ହେଉଛି। ଓଲିଉଡ୍‌ର ବରିଷ୍ଠ କଷ୍ଟ୍ୟୁମ ଡିଜାଇନର ନିର୍ମଳ ଦାସଙ୍କ ପୁଅ ରାଜା ଇତି ମଧ୍ୟରେ ୫୦ରୁ ଉର୍ଦ୍ଧ୍ୱ ମ୍ୟୁଜିକ ଭିଡ଼ିଓରେ ନିର୍ଦ୍ଦେଶନା ଦେଇ ସାରିଲେଣି। ଏହାଛଡ଼ା ୧୬ଟି ଚଳଚ୍ଚିତ୍ରରେ ସହକାରୀ ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ସେ ତୁଲାଇଛନ୍ତି। ଏବେ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ ଅପେକ୍ଷାରେ ରହିଛି। ରାଜା ଡି ଙ୍କ ଅନୁଭୂତିରୁ କିଛି….

୨୦୦୯ ମସିହାରୁ ମନୋରଞ୍ଜନ ଦୁନିଆ ସହ ସିଧାସଳଖ ଯୋଡ଼ି ହେଲି। ବାପା ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କଷ୍ଟ୍ୟୁମ ଡିଜାଇନର ଦାୟିତ୍ୱ ତୁଲାଇ ସାରିଲେଣି। ଏଣୁ ପିଲାଟିବେଳୁ କଳାକାର ଜଗତ ସହ ଅଳ୍ପବହୁତେ ଜଡ଼ିତ ଥିଲି। ୨୦୦୯ରେ ‘ଡନ୍‌’ ଚଳଚ୍ଚିତ୍ରରେ ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ କାର୍ଯ୍ୟ କରିବାକୁ ବାପାଙ୍କ ପରାମର୍ଶ ଥିଲା। ୧୦ବର୍ଷର ଯାତ୍ରା ଭିତରେ ଅନେକ ଅନୁଭୂତି ରହିଛି। ୨୦୧୪ ମସିହାରେ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ମୋତେ ପାଗଳ କରିଛୁ ତୁ’ ଚଳଚ୍ଚିତ୍ର ଶୁଟିଂ ହେଉଥାଏ। ମାସ କି ଦିନ ମନେ ନାହିଁ। ହେଲେ ସେଦିନ ଶୁଟିଂର ଅନ୍ତିମ ଦିବସ ଥିଲା। ମୁନା ଭାଇ ତଥା ସିଦ୍ଧାନ୍ତ ମହାପାତ୍ରଙ୍କର କିଛି ଶଟ୍‌ ବାକି ରହିଥିଲା। ମୁନା ଭାଇ ଏମପି ଥିବାରୁ ସେ କାମ ସାରି ଦିଲ୍ଲୀ ଯିବାକୁ ବ୍ୟସ୍ତ ହେଉଥିଲେ। ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ ଆମେ କିଛି ପ୍ଲାନ କରିଥାଉ। ସଟ କିପରି ନିଆଯିବ ସେ ସବୁରୁ ଗୋଟେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲୁ। ମୁନା ଭାଇ ସେଟ୍‌ରେ ପହଞ୍ଚିବା ପରେ ପ୍ଲାନ ସବୁ ବଦଳିଗଲା। ତରବର ଭାବେ ଶଟ୍‌ ନିଆ ଚାଲିଥାଏ। ଏଗୁଡ଼ିକ ଦେଖିବା ପରେ ମୁଁ ନିର୍ଦ୍ଦେଶକ ସୁଶାନ୍ତ ସାର୍‌ଙ୍କୁ ଯାଇ ଏଗୁଡ଼ା ପ୍ଲାନ ଅନୁସାରେ ହେଉନି ବୋଲି କହିଥିଲି। ସେ ହଠାତ୍‌ ମୋ ଉପରେ ଚିଲାଇବା ଆରମ୍ଭ କରିଥିଲେ। ଏଠାରୁ ଶୀଘ୍ର ପଳା ବୋଲି କହିଥିଲେ। ସମସ୍ତଙ୍କ ସାମ୍ନାରେ ଏଭଳି ବ୍ୟବହାର ଯୋଗୁ ମୁଁ କାନ୍ଦି ପକେଇଥିଲି ଆଉ ଅଳ୍ପ ଦୂରରେ ଆସି ବସିଥିଲି। ଶୁଟିଂ ସରିଲା। ସୁଶାନ୍ତ ସାର୍‌ ସିଧାସଳଖ ମୋ ପାଖକୁ ଆସିଥିଲେ। ଭାବିଥିଲି ଗାଳି କରିବେ, ହେଲେ ସମୟ କମ୍‌ ରହିଲେ କିପରି କାମ ସାରିବାକୁ ହୁଏ ସେସବୁର ଜ୍ଞାନ ରଖିବାକୁ ପରାମର୍ଶ ଦେଇଥିଲେ। ସ୍ବଳ୍ପ ସମୟରେ ସ୍ଥାନ, କାଳ, ପାତ୍ରର ଠିକ ବ୍ୟବହାର କରିବାକୁ ସେ ଯେଉଁ ପରାମର୍ଶ ଦେଇଥିଲେ ତାହା ଆଜି ପର୍ଯ୍ୟନ୍ତ ମୋ କାମରେ ଲାଗୁଛି।
ନିଜ ସାଙ୍ଗିଆକୁ ଦାସ ବଦଳରେ ‘ଡି’ ରଖିବା ସମ୍ପର୍କରେ ସେ କୁହନ୍ତି, ଆଗରୁ ରାଜା ଦାସ ନାମରେ ଯେତିକି କାମ କରିଛି ତାହା କେବଳ ହିଟ୍‌ ହେଉଥିଲା। ସାଙ୍ଗିଆକୁ ଶର୍ଟକଟ୍‌ କରିବା ପରେ ପ୍ରୋଜେକ୍ଟ ଗୁଡ଼ିକ ସୁପରହିଟ୍‌ ହେଉଛି ବୋଲି ଏହି ଯୁବ ନିର୍ଦ୍ଦେଶକଙ୍କର ମତ।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri