ଦେବଗଡ,୨ା୪(ଡି.ଏନ.ଏ): କରୋନା ସଂକ୍ରମଣ ରୋକିବା ଲାଗି ଦେବଗଡ ଜିଲା ମୁଖ୍ୟ ଚିକିସତ୍ାଳୟ, ଆଦର୍ଶ ଥାନା ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଗୁରୁବାର ଶୁଦ୍ଧିକରଣ(ସାନିଟାଇଜେସନ)କରାଯାଇଛି। ଦେବଗଡ ଅଗ୍ନିଶମ ବିଭାଗ କେନ୍ଦ୍ର ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ବିଭାଗୀୟ କର୍ମଚାରୀମାନେ ଦମକଳ ସହାୟତାରେ ଶୁଦ୍ଧିକରଣ କାର୍ଯ୍ୟ କରିଥିଲେ।