Posted inଖେଳ

ଶୁବମନ-ଅମ୍ପାୟର ଯୁକ୍ତିତର୍କ: ରଣଜୀ ଟ୍ରଫି ୧୦ମିନିଟ ଅଟକିଲା

ମୋହାଲି, ୪ା୧ (ପି.ଟି.)-ଭାରତୀୟ କ୍ରିକେଟର ଉଦୀୟମାନ ଷ୍ଟାର ଶୁବମନ ଗିଲ୍‌ ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଶୁକ୍ରବାର ଦିଲ୍ଲୀ ବିପକ୍ଷରେ ପଞ୍ଜାବର ଏକ ରଣ୍‌ଜୀ ମ୍ୟାଚ ବେଳେ ଫିଲ୍ଡ ଅମ୍ପାୟରଙ୍କ ସହିତ ଯୁକ୍ତି ପରେ ତାଙ୍କ ଆଉଟ୍‌କୁ ନାକଚ କରାଯାଇଥିଲା। ଏହି ଯୁକ୍ତିତର୍କ ଘଟଣା ପାଇଁ ମ୍ୟାଚ ୧୦ ମିନିଟ୍‌ ପାଇଁ ଅଟକିଥିଲା। ଖବର ଅନୁସାରେ ସ୍ଲୋ ମିଡିୟମ ପେସ୍‌ ବୋଲର ସୁବୋଧ ଭଟ୍ଟିଙ୍କ ବଲ୍‌ରେ ଇଣ୍ଡିଆ-ଏ’ ହ୍ବାଇଟ୍‌ ବଲ୍‌ ଅଧିନାୟକଙ୍କୁ କଟ୍‌ ବିହାଇଣ୍ଡ ଦିଆଯାଇଥିଲା। କିନ୍ତୁ ସେ ଫିଲ୍ଡ ଛାଡ଼ି ନ ଥିଲେ। ଅମ୍ପାୟରଙ୍କ ସହିତ ଯାଇ ଯୁକ୍ତି କରିଥିଲେ। ଅନ୍‌ ଫିଲ୍ଡ ଅଫିସିଆଲଙ୍କ ସହିତ ଆଲୋଚନା ପରେ ଆଉଟ୍‌କୁ ନାକଚ କରାଯାଇଥିଲା। ଗିଲ୍‌ ସେତେବେଳକୁ ୧୦ ରନ କରି ଖେଳୁଥିଲେ। କିନ୍ତୁ ସେ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ ୪୧ ବଲ୍‌ରେ ୨୩ ରନ କରି ଆଉଟ ହୋଇଥିଲେ। ସେତେବେଳକୁ ତାଙ୍କ ପଞ୍ଜାବ ଦଳର ସ୍କୋର ୬୦ ରନ ଥିଲା। ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିବାଦ୍ୱାରା ସେ ଆଚରଣବିଧି ଉଲ୍ଲଂଘନ କରିଛନ୍ତି। ଏଥିପାଇଁ ମ୍ୟାଚ ରେଫରି ପି. ରଙ୍ଗନାଥନ ତାଙ୍କୁ ହୁଏତ ଚେତାବନୀ ଦେଇ ଛାଡ଼ିଦେଇପାରନ୍ତି, ନତୁବା ଆଚରଣବିଧି ଉଲ୍ଲଂଘନ ଧାରା-୧ ଅନୁସାରେ ଦଣ୍ଡିତ କରିପାରନ୍ତି। ଖବର ଅନୁସାରେ ଷ୍ଟ୍ରେଟ୍‌ ଅମ୍ପାୟର (ମହମ୍ମଦ ରଫି) ଶୁବମନଙ୍କୁ କଟ୍‌ ବିହାଇଣ୍ଡ ଦେଇଥିଲେ। ବ୍ୟାଟ୍ସମ୍ୟାନ ଜଣକ ଏହି ନିଷ୍ପତ୍ତିକୁ ସ୍ବୀକାର କରିବାକୁ କିନ୍ତୁ ରାଜି ନ ଥିଲେ। ସେ ସିଧାସଳଖ ଅମ୍ପାୟରଙ୍କ ନିକଟକୁ ଯାଇ ଯୁକ୍ତି କରିଥିଲେ ଏବଂ ନିଷ୍ପତ୍ତି ବଦଳାଇବାକୁ ଅଡି ବସିଥିଲେ। ଷ୍ଟ୍ରେଟ୍‌ ଅମ୍ପାୟର ସ୍କୋୟାର ଲେଗ୍‌ ଅମ୍ପାୟର ବିବେକ ଖୁରାନାଙ୍କ ସହିତ ଆଲୋଚନା ପରେ ତାଙ୍କ ନିଷ୍ପତ୍ତି ବଦଳାଇଥିବା ଦିଲ୍ଲୀ ଟିମ୍‌ ମ୍ୟାନେଜର ବିବେକ ଖୁରାନା ପ୍ରକାଶ କରିଛନ୍ତି। ପ୍ରତିବାଦ ସ୍ବରୂପ ଭ୍ରମଣକାରୀ ଦଳର ପଡ଼ିଆ ଛାଡ଼ି ଚାଲିଯିବାର କୌଣସି ଯୋଜନା ଥିଲା କି ପଚରାଯିବାରେ ଖୁରାନା ତାହାର ଖଣ୍ଡନ କରିଥିଲେ। ନିଷ୍ପତ୍ତିକୁ କାହିଁକି ବଦଳାଇଲେ ବୋଲି ଆମ ଦଳର ଉପଅଧିନାୟକ ନୀତୀଶ ରାଣା କେବଳ ଅମ୍ପାୟରଙ୍କୁ ପ୍ରଶ୍ନ କରିଥିଲେ। ପରେ ମ୍ୟାଚ ରେଫରି ରଙ୍ଗନାଥନଙ୍କ ହସ୍ତକ୍ଷେପ ପରେ ମ୍ୟାଚ ସ୍ବାଭାବିକ ଭାବେ ଆରମ୍ଭ ହୋଇଥିଲା ବୋଲି ସେ କହିଥିଲେ। ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ(ଡିଡିସିଏ) ସାଧାରଣ ସମ୍ପାଦକ ବିନୋଦ ତିହାରା କହିଛନ୍ତି, ମ୍ୟାଚ କେବଳ ୭ରୁ ୮ ମିନିଟ ଅଟକି ଥିଲା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇ ନ ଥିଲା। ଗିଲ୍‌ ଆଉଟ୍‌ ହୋଇଥିବା ଆମ ପିଲାଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା। ତେଣୁ ଅମ୍ପାୟର ତାଙ୍କ ନିଷ୍ପତ୍ତି କାହିଁ ବଦଳାଇଲେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏହି ପ୍ରସଙ୍ଗ ନେଇ ଆମେ ବିଧିବଦ୍ଧ କୌଣସି ଅଭିଯୋଗ କରିନାହୁଁ। ପଞ୍ଜାବ କ୍ରିକେଟ ଆସୋସିଏଶନର ଜଣେ ବରିଷ୍ଠ ଅଧିକାରୀ ଜିଏସ୍‌ ଓ୍ବାଲିଆ କହିଛନ୍ତି, ଯୁକ୍ତିତର୍କ ବେଳେ ଗିଲ୍‌ କୌଣସି ଖରାପ ଭାଷା ପ୍ରୟୋଗ କରି ନାହାନ୍ତି। ଶୁବମନ ଜଣେ ଭଦ୍ର ଏବଂ ଶାନ୍ତ ସ୍ବଭାବର ପିଲା। ବଲ୍‌ ତାଙ୍କୁ ଟଚ୍‌ କରି ନ ଥିବା ବିଷୟ ଶୁବମନ କେବଳ ଅମ୍ପାୟରଙ୍କୁ କହିଥିଲେ, ଅନ୍ୟ କିଛି ନୁହେଁ। ମ୍ୟାଚ ରେଫରି ଗିଲ୍‌ଙ୍କୁ ଦଣ୍ଡିତ କରିବେ କି ନା ତାହା ଚତୁର୍ଥ ଦିବସ ଖେଳ ଶେଷ ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri