ଛତ୍ରପୁର,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନ ଶେରଗଡ଼ ଥାନାର ୪ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଶୁକ୍ରବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ସେମାନଙ୍କର ଆଶୁ ଆରୋଗ୍ୟ ଏସ୍ପି କାମନା କରିଛନ୍ତି।
ତେବେ ପୂର୍ବରୁ ମଧ୍ୟ ଛତ୍ରପୁର ଏସ୍ଡିପିଓ, ଥାନା ଆଇଆଇସି, ପୋଲସରା ଥାନାର ଦୁଇଜଣ ହୋମଗାର୍ଡ ଏବଂ ଖଲ୍ଲିକୋଟ ଥାନା ଓ ହୁମା ଫାଣ୍ଡି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଓଏସ୍ଏସ୍ଏଫ୍ ଯବାନ ପଜିଟିଭ୍ ଚିହ୍ନଟ ହୋଇଥିଲେ।