ନୂଆଦିଲ୍ଲୀ, ୧୯।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଆସନ ପାଇଁ ରବିବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୩ ଆସନ, ପଞ୍ଜାବର ୧୩, ପଶ୍ଚିମବଙ୍ଗର ୯, ବିହାରର ୮, ମଧ୍ୟପ୍ରଦେଶର ୮, ହିମାଚଳପ୍ରଦେଶର ୪, ଝାଡଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ କରାଯାଉଛି। ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ୱ ଭୋଟର ଏହି ପର୍ଯ୍ୟାୟରେ ୯୧୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଦେଶର ୧.୧୨ ଲକ୍ଷ ବୁଥ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଜାରି ରହିଛି।