ଶୋଭାବର୍ଦ୍ଧନ କରୁଛି ଗୋଷାଣୀ ଓ ନାଗା

ପୁରୀ ଅଫିସ,୮।୧୦: ଶାରଦୀୟ ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜା ଚାଲିଛି। ପୁରପଲ୍ଳୀଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ମା’ ଦୁର୍ଗତିନାଶିନୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବାବେଳେ ପୁରୀରେ ଗୋଷାଣୀ ପୂଜା ପରମ୍ପରା ରହିଛି। ଏଥିସହିତ ନାଗା ମୂର୍ତ୍ତି ପୂଜାର ବିଶେଷତା ରହିଛି। ଗୁଡିଆ ସାହିର ଗେଲବାଇ, ଜମକୋଟ, ବାସେଳି ସାହିର ପଣାପିୟା, ହରଚଣ୍ଡୀ ସାହିର ସଙ୍କଟ ତାରିଣୀଙ୍କ ମହିଷମର୍ଦ୍ଦିନୀ, ବାଟବାଟୀ ଗୋଷାଣୀ, ତିିଆଡି ସାହିର ମା’ ହାଡବାଇ, ଶୀତଳପିଣ୍ଡା ସାହିର କୃଷ୍ଣବଳରାମ, ମଣିକର୍ଣ୍ଣିକା ସାହିର ମା’ ବନଦୁର୍ଗା, ମାଟିମଣ୍ଡପ ସାହିର ଶିବ ପାର୍ବତୀ, ମା ଜହ୍ନିଖାଇ, କୁଣ୍ଢେଇବେଣ୍ଟ ସାହିର ବଡଦ୍ୱାର ଠାକୁରାଣୀ, ଦୁର୍ଗାବାଡିର ମା’ ଦୁର୍ଗା, ବଡଶଙ୍ଖରେ ମା’ ଦୁର୍ଗା ପୂଜା ପାଉଛନ୍ତି।
ପୌରୁଷ ଓ ବୀରତ୍ୱର ପ୍ରତୀକ ନାଗା ଶ୍ରୀକ୍ଷେତ୍ରରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଛନ୍ତି। ଗୋଷାଣୀ ଏବଂ ନାଗା ପୂଜା ପୁରୀରେ ସ୍ବତନ୍ତ୍ର ଓ ନିଆରା ପରମ୍ପରା। ନାଗାକୁ ଯୋଦ୍ଧା ବେଶରେ ସଜ୍ଜିତ କରାଯାଇ ପୂଜା କରାଯାଏ। ବାଘ ଛାଲ, ବନ୍ଧୁକ, ଢାଲ, ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ କରାଯାଇଛି। ଲୋକଶ୍ରୁତି ଅନୁଯାୟୀ, ଶ୍ରୀମନ୍ଦିର ସୁରକ୍ଷା ଲାଗି ନାଗାମାନଙ୍କ ବିଶେଷ ଭୂମିକା ରହିଛି। ବିଭିନ୍ନ ଜାଗା ଆଖଡା ସାହିଯାତ ପରମ୍ପରାରେ ନାଗା ସ୍ଥାନ ପାଇଥାଏ। ବାଲିସାହି, ମାର୍କଣ୍ଡେଶ୍ୱର ସାହି, ହରଚଣ୍ଡୀ ସାହି, ଦୋଳମଣ୍ଡପ ସାହି, ହେରାଗୋହିରୀ ସାହି, ନରେନ୍ଦ୍ରକୋଣ, ବଳଗଣ୍ଡି ଛକ ଆଦିରେ ବିଶାଳକାୟ ନାଗା ମୂର୍ତ୍ତି ପୂଜା ପାଇଥାଏ। ଭସାଣି ଦିନ ସିଂହଦ୍ୱାର ନିକଟରେ ନାଗା ମୂର୍ତ୍ତି ପ୍ରଦର୍ଶିତ କରାଯାଇଥାଏ। ଏହି ଅପୂର୍ବ ଦୃଶ୍ୟ ବର୍ଣ୍ଣନା ଅବର୍ଣ୍ଣନୀୟ। ଏ ସମ୍ପର୍କରେ ସଂସ୍କୃତି ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା କୁହନ୍ତି ଶ୍ରୀକ୍ଷେତ୍ରରେ ନାଗା ସଂସ୍କୃତି ଅତି ପ୍ରାଚୀନ। ସାହିଯାତରେ ଭେଣ୍ଡିଆ ଯୁବକମାନେ ନାଗା ବେଶ ଧାରଣ କରି ମନୋରଞ୍ଜନ କରନ୍ତି। ଉତ୍କଳୀୟ ସଂସ୍କୃତିରେ ଗୋଷାଣୀ ସହିତ ନାଗା ଉପାସନା ବହୁ ପ୍ରାଚୀନ। ବିଭିନ୍ନ ଜାଗା ଆଖଡାରେ ଗୋଷାଣୀ ସହିତ ନାଗା ପୂଜା ଭକ୍ତ ଏବଂ ପଯ୍ୟଟକଙ୍କୁ ବିଶେଷ ଆକର୍ଷିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri