ଶ୍ମଶାନ ଜାଗାରେ ବାଡ଼ ଦେଲେ ଗ୍ରାମବାସୀ

ବଇଣ୍ଡା, ୨୦ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଗାଁବଇଣ୍ଡା ପଞ୍ଚାୟତ ଧୁଣ୍ଡି ଗ୍ରାମରେ ଶ୍ମଶାନ ଜାଗାରେ ଚେକଡ୍ୟାମ ନିର୍ମାଣକୁ ନେଇ ବିବାଦ ଦେଖାଦେଇଥିବାବେଳେ ବୁଧବାର ଗ୍ରାମବାସୀ ଶ୍ମଶାନ ଜାଗାକୁ ଅକ୍ତିଆର କରି ବାଡ ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଧୁଣ୍ଡି ଗ୍ରାମର ଖାତା ନଂ. ୮୭, ପ୍ଲଟ ନମ୍ବର ୨୪ରେ ୧ ଏକର ଶ୍ମଶାନ ଓ ୩ ଏକର ପତିତ ଜାଗାକୁ ଗ୍ରାମର ୪ ଜଣ ଜବରଦଖଲ କରି ଚାଷ କାର୍ଯ୍ୟ କରୁଛନ୍ତି। ଏଥିଯୋଗୁ ଶ୍ମଶାନ ବ୍ୟବହାରରେ ଗ୍ରାମବାସୀଙ୍କ ଅସୁବିଧା ହେଉଛି। ଏ ନେଇ ଗତ ୧୨ା୩ା୧୯ ଏବଂ ୧୯ା୮ା୨୦୧୯ରେ ଜବରଦଖଲ ଜାଗାକୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହ ଏହି ଶ୍ମଶାନ ଜାଗାରେ ସରକାରଙ୍କ ପକ୍ଷରୁ ୪୦ ଲକ୍ଷ ଟଙ୍କା ଅଟକଳରେ ଚେକ୍‌ଡ୍ୟାମ ନିର୍ମାଣ କରିବା ପାଇଁ ଜାଗା ସମତଳ କରାଯାଉଛି। ଏହାକୁ ବିରୋଧ କରି ଗ୍ରାମବାସୀ ଜିଲାପାଳ ଓ ବିଧାୟକଙ୍କଠାରେ ମଧ୍ୟ ଅଭିଯୋଗ କରିଛନ୍ତି। ଏଠାରେ ଚେକ୍‌ଡ୍ୟାମ ନିର୍ମାଣ ହେଲେ କିମ୍ବା ଜବରଦଖଲ ଉଚ୍ଛେଦ କରା ନ ଗଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମ ସଭାପତି କେଶବ ଚନ୍ଦ୍ର ଭୋଇ, ସମ୍ପାଦକ ଦୟାନିଧି ସାହୁ, ପୁରନ୍ଦର ପ୍ରଧାନ, ମନୋରମା ବେହେରା, ପଦ୍ମିନୀ ଭୋଇ, କୁମୁଦିନୀ ବେହେରା, ବିନୋଦିନୀ ଭୋଇ, ପ୍ରଫୁଲ୍ଲ କୁମାର ବିଶ୍ୱାଳ, ହରମୋହନ ପ୍ରଧାନ, ନରେନ୍ଦ୍ର ସାହୁ, ଶ୍ରୀକାନ୍ତ ପ୍ରଧାନ, ଭୁବନ ରାଉଳ, ଲିଙ୍ଗରାଜ ବିଶ୍ୱାଳ, ମାନସ ପ୍ରଧାନ, ଯୁଧିଷ୍ଠିର ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ସମୟରେ ବଜାରରୁ ଆଳୁ ବୋହିଲେ ଛାତ୍ର

ଅନୁଗୋଳ,୯ା୧୧(ଜ୍ୟୋତିରଞ୍ଜନ ସାହୁ):ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ୨ ଜଣ ଛାତ୍ର ସାଇକେଲ ନେଇ ବଜାର ଯିବା ସହ ମଧ୍ୟାହ୍ନଭୋଜନ ପାଇଁ ବସ୍ତାରେ ଆଳୁ କିଣି ଆଣିବା...

ଭାରପ୍ରାପ୍ତ ଅଧିକାରୀଙ୍କୁ ନେଇ ଚାଲିଛି ଉପଖଣ୍ଡ ପ୍ରଶାସନ

ଆଠମଲ୍ଲିକ, ୩।୧୧ (ଉଦୀପ୍ତ ପୁରୋହିତ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଥିବା ବିଭିନ୍ନ ବିଭାଗରୁ ଅଧିକାରୀଙ୍କ ବଦଳି ହେଉଛି। କେତେଜଣଙ୍କୁ ପଦୋନ୍ନତି ଦିଆଯାଇ ଅନ୍ୟତ୍ର ନିଆଯାଉଛି।...

ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ

ଅନୁଗୋଳ, ୩।୧୧(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ...

ମାର୍ଶାଲଆର୍ଟ ପ୍ରତିଯୋଗିତାରେ ଓଡ଼ିଶାରୁ ୨ ଖେଳାଳି ମନୋନୀତ

ଅନୁଗୋଳ ଅଫିସ,୩୧।୧୦(ମାନସ ବିଶ୍ୱାଳ): ଅନ୍ତର୍ଜାତୀୟ ୪ର୍ଥ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଉଜବେଗିସ୍ଥାନରେ ନଭେମ୍ବର ୨ରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉକ୍ତ ପ୍ରତିଯୋଗିତାରେ...

ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ନେଲେ ଶପଥ

ଅନୁଗୋଳ,୩୧ା୧୦(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଗୁରୁବାର ପାଳିତ ହୋଇଛି ରାଷ୍ଟ୍ରୀୟ ଏକତା ଦିବସ। ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ...

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ; ପ୍ରସବ କରାଇବାକୁ ୫୦୦୦ ଟଙ୍କା ଲାଞ୍ଚ ମାଗିଲେ ସରକାରୀ ନର୍ସ

ଅନୁଗୋଳ,୨୮ା୧୦: ଅତିଷ୍ଠ ହେଉଥିଲା ପ୍ରସବ ଯନ୍ତ୍ରଣା, ମାନବିକତା ହରାଇ ବସିଥିଲେ ସରକାର ଡାକ୍ତରଖାନାର ନର୍ସ। ଗର୍ଭବତୀଙ୍କ ପ୍ରସବ କରାଇବା ପାଇଁ ମାଗିଲେ ୫ ହଜାର ଟଙ୍କା...

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ବଡ଼ଧରଣର ବିସ୍ଫୋରଣ

ଅନୁଗୋଳ,୧୪ା୧୦(ଜ୍ୟୋତିରଞ୍ଜନ ସାହୁ)/ ଛେଣ୍ଡିପଦା (ଅଜିତ ଧଳ)- ଅନୁଗୋଳ ନିଶା ଶିଳ୍ପାଞ୍ଚଳଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍‌ପି)ର ବଡ଼ଧରଣର ବିସ୍ଫୋରଣ ହୋଇଛି। ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ...

ଧାନବିଲରେ ପଡ଼ିଛି ହାତୀର ମୃତଦେହ

ବଇଣ୍ଡା,୧୩ା୧୦(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡରେ ପୁଣି ଏକ ମାଈହାତୀର ମୃତ ହୋଇଛି। ମାଧପୁର ରେଞ୍ଜ ଶଙ୍ଖାମାଳ ଗ୍ରାମରେ ଏକ ମାଈହାତୀର ମୃତ୍ୟୁ ହୋଇଥିବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri