ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ପଠାଉଛି ପ୍ରଶାସନ: ୨ ଦିନରେ ଗଲେଣି ୧୩୦

ଜୟପୁର,୬ା୫(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ବାହାର ରାଜ୍ୟର ଫସି ରହିଥିବା ୭୨ ଜଣ ଏବଂ ରାଜ୍ୟ ଭିତରର ୫୮ଜଣଙ୍କୁ ଗତ ଦୁଇଦିନ ମଧ୍ୟରେ ଜିଲା ପ୍ରଶାସନ ସେମାନଙ୍କ ଅଞ୍ଚଳକୁ ବସ୍‌ ଏବଂ ବୋଲେରୋ ଯୋଗେ ପଠାଇଛି। ପ୍ରଥମ ପର୍ଯ୍ୟାୟରେ ରାଜସ୍ଥାନକୁ ଜିଲାରୁ ୩୯, ଦ୍ୱିତୀୟ ପର୍ଯ୍ୟାୟରେ ଝାଡ଼ଖଣ୍ଡକୁ ୩୧ ଏବଂ ଛତିଶଗଡ଼କୁ ୨ଜଣ ଏପରି ମୋଟ ୭୨ଜଣଙ୍କୁ ବସ୍‌ ଯୋଗେ ପଠାଯାଇଛି। ସେହିପରି ନବରଙ୍ଗପୁର ଜିଲାକୁ ୨୭ଜଣ, କଳାହାଣ୍ଡିକୁ ୯, ଗଜପତିକୁ ୧୭ ଏବଂ ଗଞ୍ଜାମକୁ ୫ ଜଣ ଏପରି ମୋଟ ୫୮ ଜଣଙ୍କୁ ସେମାନଙ୍କ ଅଞ୍ଚଳକୁ ପଠାଯାଇଛି। ରାଜସ୍ଥାନର ବାସିନ୍ଦାମାନେ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟରତ ଥିଲେ। ନିଜ ରାଜ୍ୟକୁ ଫେରୁଥିବା ବେଳେ ଲକ୍‌ଡାଉନ ଯୋଗୁ ପଟ୍ଟାଙ୍ଗୀ ଆଶ୍ରୟସ୍ଥଳରେ ରହିଥିଲେ। ସେହିପରି ବାହାର ଜିଲାର ବାସିନ୍ଦା ଜୟପୁର କ୍ୱାରାଣ୍ଟାଇନ କେନ୍ଦ୍ରରେ ଗତ ୨୨ ଦିନ ରହିଛନ୍ତି। ଜିଲାପାଳ ମଧୁସୂଦନ ମିଶ୍ରଙ୍କ ନିର୍ଦ୍ଦେଶରେ ଜିଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀଙ୍କ ସହ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବାହାର ରାଜ୍ୟ ଓ ବିଭିନ୍ନ ଜିଲାର ବାସିନ୍ଦାଙ୍କୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରୁ ୨ ଅଭିଯୁକ୍ତ ଫେରାର

ପୁରୀ,୨୯।୭: ପୁରୀ ଜିଲା ଗୋପ ଥାନା ହାଜତରୁ ମଙ୍ଗଳବାର ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପାଇଖାନା ସ୍କାଏ ଲାଇଟ୍‌ ଭାଙ୍ଗି ଅଭିଯୁକ୍ତମାନେ ଚମ୍ପଟ ମାରିଥିବା...

ଘର ଆଗରେ ଧାରଣା ବସିଛନ୍ତି ପ୍ରେମିକା, ତାଲା ପକାଇ ପରିବାର ସହ ପ୍ରେମିକ ଫେରାର; ନ୍ୟାୟ ନ ମିଳିଲେ…

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ): ପ୍ରଥମେ କଲେଜରେ ଦେଖା ପରେ ପ୍ରେମ। ଧୀରେ ଧୀରେ ସମ୍ପର୍କ ଆଗକୁ ବଢି ଶାରୀରିକ ସମ୍ପର୍କରେ ପହଞ୍ଚିଥିଲା। ହେଲେ ଏବେ ଧୋକା ପାଇବା...

ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ, କ୍ରାଇମବ୍ରାଞ୍ଚର ଏକ ମାମଲାରେ ସମ୍ପୃକ୍ତି ନେଇ ଚର୍ଚ୍ଚା

ରାୟଗଡ଼ା,୨୯।୭(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଶିକ୍ଷକ ବିଜୟ ମିଶ୍ରଙ୍କୁ ପୋଲିସ ଉଠାଇ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।...

ଆସନ୍ତା ୨ଦିନ ବଜ୍ରପାତ ସହ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର,୨୯।୭(ଅନୁରାଧା ମହାରଣା)- ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାବେଳେ ମଙ୍ଗଳବାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା...

ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ଜେଲ ଗଲେ ୩ ଅଭିଯୁକ୍ତ

ଥୁଆମୂଳ ରାମପୁର, ୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମର ସୁନି ସାହୁଙ୍କ ୧୫ ବର୍ଷିଆ ନାବାଳକ ପୁଅ ନରେଶ...

କାଲିଠୁ ନିଖୋଜ ଥିଲେ, ତାମ୍ପରା ନିକଟରୁ ଶୋଇଥିବା ଅବସ୍ଥାରେ ମିଳିଲା ମୃତଦେହ; ପୋଲିସ…

ଛତ୍ରପୁର,୨୯।୭(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନ ତାମ୍ପରା ନିକଟରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ବ୍ରହ୍ମପୁର...

ବିବାହର ପ୍ରତିଶ୍ରୁତି ଦେଇ ପୁଣି ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ,୨୯।୭(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଲିସ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।...

୨୨ ଏପ୍ରିଲର ପ୍ରତିଶୋଧ ୨୨ ମିନିଟ୍‌ରେ ନେଇଛୁ-ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଲୋକ ସଭାରେ କହିଲେ… 

ନୂଆଦିଲ୍ଲୀ,୨୯।୭:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ପହଲଗାମ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଭାଗ ନେଇଛନ୍ତି। ମଙ୍ଗଳବାର ସଦନରେ ମୋଦି କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image