Posted inଜାତୀୟ

ଶ୍ରମିକଙ୍କୁ ଫେରାଇନେବା ପାଇଁ ସହଯୋଗ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ,୧୧ା୫(ପି.ଟି.): ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇନେବା ଲାଗି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ନିମନ୍ତେ କ୍ୟାବିନେଟ ସଚିବ ରାଜୀବ ଗୌବା ରବିବାର ରାଜ୍ୟଗୁଡ଼ିକର ସହଯୋଗ ଲୋଡ଼ିଛନ୍ତି। ମେ’ ୧ରୁ ବର୍ତ୍ତମାନ ସୁଦ୍ଧା ମୋଟ ୩୫୦ ଟ୍ରେନ୍‌ରେ ୩.୫ ଲକ୍ଷ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଅଣାଗଲାଣି। ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳକୁ ନେଇ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ମଧ୍ୟରେ ମୁହଁାମୁହିଁ ହେବା ପରେ କ୍ୟାବିନେଟ ସଚିବ ଏକ ଭିଡିଓ କନ୍‌ଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବମାନଙ୍କୁ ଉପରୋକ୍ତ ଅନୁରୋଧ କରିଛନ୍ତି। ସେହିପରି ବିଦେଶରେ ଅଟକିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ସରକାରଙ୍କ ପକ୍ଷରୁ ‘ବନ୍ଦେ ଭାରତ ମିଶନ’ ଆରମ୍ଭ ହୋଇଛି। ଏଥିରେ ମଧ୍ୟ ରାଜ୍ୟଗୁଡ଼ିକର ସହଯୋଗ ଆବଶ୍ୟକ ବୋଲି ଗୌବା କହିଛନ୍ତି। ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ଯାତାୟାତରେ କୌଣସି ବାଧା ରହିବା ଉଚିତ୍‌ ନୁହେଁ। ଏହି କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସୁରକ୍ଷା ଯୋଗାଇଦେବା ଦିଗରେ ସମସ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ। ଭିଡିଓ କନ୍‌ଫରେନ୍ସରେ ମୁଖ୍ୟ ସଚିବମାନେ ସେମାନଙ୍କ ରାଜ୍ୟର କୋଭିଡ୍‌-୧୯ ସ୍ଥିତି ଓ ଅର୍ଥନୈତିକ କାର୍ଯ୍ୟ ସମ୍ପର୍କରେ କ୍ୟାବିନେଟ ସଚିବଙ୍କୁ ଅବଗତ କରାଇଥିଲେ।
ସେହିପରି ଅଟକିଥିବା ଶ୍ରମିକମାନଙ୍କୁ ଫେରାଇନେବା ଲାଗି ଆଗାମୀ ୩/୪ ଦିନ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ଏଥିପାଇଁ ରାଜ୍ୟଗୁଡ଼ିକ ଅନୁମତି ଦେବାକୁ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଅନୁରୋଧ କରିଛନ୍ତି। ଏଭଳି ଟ୍ରେନ୍‌ ଚଳାଚଳ ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶନିବାର ପତ୍ର ଲେଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନର୍ଦ୍ଦେଶ କ୍ରମେ ଶ୍ରମିକମାନଙ୍କୁ ଫେରାଇନେବା ଲାଗି ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବାୟୁ ପ୍ରଦୂଷଣ ରୋକିବାରେ କମିଶନ ବିଫଳ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭ା୯: ବାୟୁ ମାନ ଉପରେ ନଜର ରଖିବା ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରଦୂଷଣ ରୋକିବା ଦିଗରେ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ସୁପ୍ରିମକୋର୍ଟ...

୬ ବର୍ଷ ପାଇଁ ୧୩ ନେତାଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ

ଚଣ୍ଡିଗଡ଼,୨୭।୯: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ରାଜ୍ୟ କଂଗ୍ରେସ କମିଟି ଶୁକ୍ରବାର ଏକ ବଡ ପଦକ୍ଷେପ ନେଇଛି। ଦଳ ୧୩ ଜଣ ନେତା...

ଡାକ୍ତରଙ୍କ ଗୁହାରି ଶୁଣି ସିଜେଆଇ ଚନ୍ଦ୍ରଚୁଡ ଶୁଣାଇଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୯: ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ଆବେଦନ ଶୁଣାଣି ବେଳେ ଶୁକ୍ରବାର ସୁପ୍ରିମକୋର୍ଟ ରାଜସ୍ଥାନ ସରକାରଙ୍କ ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଏହି ପ୍ରସଙ୍ଗରେ ଏକ...

କିଏ ସେହି ରୁତା ଆହାଦ, ଯିଏ କଲାମଙ୍କୁ ଓସାମା ବିନ ଲାଦେନଙ୍କ ସହ କଲେ ତୁଳନା, ବଢୁଛି ଉତ୍ତେଜନା

ମୁମ୍ବାଇ,୨୭।୯: ରୁତା ଆହାଦ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ସେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପିଲାମାନେ...

ଖୋଲା ଜିପ୍‌ରେ ବସି ରିଲ୍ସ କଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ: ଭାଙ୍ଗିଲେ ଟ୍ରାଫିକ୍‌ ନିୟମ, ପୋଲିସ ଦେଲା ସହାୟତା

ଜୟପୁର,୨୭।୯: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱାଙ୍କ ପୁଅଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କାରଣରୁ ତାଙ୍କ ପୁଅ ଟ୍ରାଫିକ ନିୟମ...

ରାହୁଲଙ୍କୁ ଡେଟ୍‌ କରିବାକୁ ଚାହାନ୍ତି କରୀନା କପୁର, ହେଲେ କଂଗ୍ରେସ ଏମପିଙ୍କୁ ନେଇ ଏ କ’ଣ କହିଦେଲେ ସୈଫ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୨୭।୯: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏକ ଜାତୀୟ ଗଣମାଧ୍ୟମ କନକ୍ଲେଭରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି। ଯେତେବେଳେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ପଚରାଯାଇଥିଲା...

ସୁନୀଲ ଜାଖରଙ୍କ ଇସ୍ତଫା ଖବର ମିଛ, ଭାଜପା କହିଲା ବିରୋଧି କରୁଛନ୍ତି ମିଛ ଖବର ପ୍ରଚାର

ଚଣ୍ଡିଗଡ଼,୨୭।୯: ଭାରତୀୟ ଜନତା ପାର୍ଟି ପଞ୍ଜାବ ଭାଜପା ରାଜ୍ୟ ସଭାପତି ସୁନୀଲ ଜାଖରଙ୍କ ଇସ୍ତଫା ଖବରକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛି। ଭାଜପା ନେତା...

ପ୍ରଶାନ୍ତ କିଶୋରଙ୍କ ଦାବିକୁ ନେଇ ଦୋହଲିଗଲା ବିହାର ରାଜନୀତି, ଜେଡିୟୁ, ଆରଜେଡିକୁ…

ପାଟନା,୨୭।୯: ଜନ ସୁରାଜ ଅଭିଯାନଙ୍କ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପି.କେ) ଅକ୍ଟୋବର ୨ରେ ସଂଗଠନର ଦଳ ଗଠନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri