ବଅଁରପାଳ,୨୧।୫(ଡି.ଏନ୍.ଏ): ହିନ୍ଦ୍ ମଜଦୁରୁ ସଭା ସହ ଜଡ଼ିତ ନାଲକୋ ନନ୍ ଏକ୍ସ୍ୟୁଟିଭ୍(ଏନ୍ଏନ୍ଇୟୁ) ପକ୍ଷରୁ ଗୁରୁବାର ସକାଳେ ନାଲକୋ ସିପିପି ଫାଟକ ସମ୍ମୁଖରେ ଶ୍ରମିକମାନଙ୍କୁ କରୋନା ସଚେତନତା କରାଯାଇଛି। ୟୁନିୟନର ସଭାପତି ରଜନୀ କାନ୍ତ ସିଂଙ୍କର ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୩ଶହରୁ ଊର୍ଦ୍ଧ୍ୱ ଶ୍ରମିକମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। ଦେଶରେ କରୋନା ସଂକ୍ରମଣରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଏହି ମହାମାରୀରୁ କିଭଳି ବର୍ତ୍ତିପାରିବା ସେନେଇ ସାଧାରଣ ସମ୍ପାଦକ ନିର୍ମଳ ଶତପଥୀ ବୁଝାଇଥିଲେ। ଏଥିସହ ମାକ୍ସ ବ୍ୟବହାର ସହ ବାରମ୍ବାର ସାବୁନରେ ହାତ ଧୋଇ ହେବା ଓ ସ।ମ।ଜିକ ଦୁରତ୍ୱ ରକ୍ଷା କରିବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା।