ଶ୍ରାଦ୍ଧ ବାଷିର୍କୀରେ ପ୍ରସ୍ତୁତ ହେଲା ମୃତଦେହ ଭଳି କେକ୍‌

ବିଶ୍ୱର କେତେକ ଦେଶରେ ଲୋକଙ୍କ ରହଣି-ସହଣି ଓ ଖାଦ୍ୟ-ପାନୀୟ ମଧ୍ୟ ଭିନ୍ନ ହୋଇଥାଏ। ଜୀବନ ଜିଇଁବାଠାରୁ ଆରମ୍ଭ କରି ମରଣ ପର୍ଯ୍ୟନ୍ତ ସବୁ ଧର୍ମର ପ୍ରଥା ପରମ୍ପରା ଅଲଗା ହୋଇଥାଏ। ପରିବର୍ତ୍ତିତ ସମାଜରେ ଲୋକଙ୍କ ରହିବା ଢ଼ଙ୍ଗ ବଦଳୁଛି। ଏଥିସହ ନିଜ ଲୋକଙ୍କ ପ୍ରତି ଥିବା ପ୍ରେମ, ସ୍ନେହକୁ ଜାହିର କରିବା ପାଇଁ ଲୋକେ ନିଆରା ଅନ୍ଦାଜ ମଧ୍ୟ ଆପଣାଉଥିବା ଦେଖିବାକୁ ମିଳେ। ସୋସିଆଲ ମିଡିଆରେ ଏକ ଚକିତ କରିଦେବା ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ଭଳି ଦେଖାଯାଉଥିବା ଏକ କେକ୍‌ ତିଆରି କରାଯାଇଥିଲା। ମୃତକ ବ୍ୟକ୍ତିଙ୍କ ପ୍ରତି ଥିବା ପ୍ରେମ ଓ ଭାବାବେଗକୁ ଦେଖାଇବା ପାଇଁ ପରିବାରବର୍ଗ ଓ ସମ୍ପର୍କୀୟ ଉକ୍ତ ବ୍ୟକ୍ତିଙ୍କ ଭଳି ଉଚ୍ଚ ଓ ଲମ୍ବାର କେକ୍‌ ତିଆରି କରିଥିଲେ।

ପ୍ରଥମେ ଏହାକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ କିଛି ସମୟ ନିରିଖି ଦେଖିଲେ ଏହା କେକ୍‌ ବୋଲି ଜଣାପଡ଼ିବ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଜଣେ ମୃତବ୍ୟକ୍ତିଙ୍କୁ ଟେବୁଲରେ ରଖାଯାଇଥିବା ଭଳି ଦେଖାଯାଉଥିବା ବେଳେ କିଛି ସମୟ ପରେ କେତେକ ଛୋଟ ପିଲା ଏହାକୁ କାଟି ଖାଉଥିବାର ଦେଖିବାକୁ ମିଳିଛି।

ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟଲୋକ ମଧ୍ୟ ଉକ୍ତ କେକ୍‌କୁ କାଟି ଖାଇଥିଲେ। ଏହି ଭିଡିଓଟି ସ୍ପେନ୍‌ର କୁହାଯାଉଥିବା ବେଳେ ଏହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ବିଲିଅନରୁ ଊର୍ଦ୍ଧ୍ୱ ୟୁଜର୍ସ ଦେଖିସାରିଥିବା ବେଳେ ମିଶ୍ରଣ ପ୍ରତିକ୍ରିୟା  ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କୁ ହତ୍ୟା ପାଇଁ ଇରାନ୍‌ର ଯୋଜନାକୁ ପଣ୍ଡ କଲା ଏଫ୍‌ବିଆଇ

ଓ୍ବାଶିଂଟନ,୧୦ା୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ତୃତୀୟ ଥର ପାଇଁ ହତ୍ୟା ଉଦ୍ୟମ ହୋଇଥିଲା। ଇରାନ ପକ୍ଷରୁ କରାଯାଇଥିବା ଏହି ଯୋଜନାକୁ ସଂଘୀୟ ତଦନ୍ତ...

୪ର୍ଥ ଥର ଗ୍ରାମୀ ଆଓ୍ବାଡର୍‌ସ ପାଇଁ ରିକି କେଜ୍‌ ମନୋନୀତ

ଲସ୍‌ ଏଞ୍ଜେଲ୍ସ, ୧୦।୧୧: ୬୭ତମ ଗ୍ରାମୀ ଆଓ୍ବାଡର୍‌ସ ପାଇଁ ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ରିକି କେଜ୍‌ ଓ ବ୍ରିଟିଶ ଭାରତୀୟ ସଙ୍ଗୀତଜ୍ଞ ଅନୁଷ୍କା ଶଙ୍କରଙ୍କୁ ମନୋନୀତ...

ପୁଣିଥରେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା! ଜବାବ ଦେଲା ତେହେରାନ

ଓ୍ବାଶିଂଟନ,୯।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ପୁଣି ଏକ ଷଡଯନ୍ତ୍ର ରଚାଯାଇଛି। ଏଥର ଟ୍ରମ୍ପଙ୍କୁ ହତ୍ୟା ଷଡଯନ୍ତ୍ରରେ ଇରାନର...

କାନାଡା ବନ୍ଦ କଲା ଫାଷ୍ଟ ଟ୍ରାକ୍‌ ଭିଜା ପ୍ରୋଗ୍ରାମ, ଜାଣନ୍ତୁ ଭାରତୀୟ ଛାତ୍ରଙ୍କ ଉପରେ କ’ଣ ପଡିବ ଏହାର ପ୍ରଭାବ

ଓଟାଓ୍ବା/ନୂଆଦିଲ୍ଲୀ,୯।୧୧: କାନାଡା ଶୁକ୍ରବାର ଏହାର ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ (ଏସଡିଏସ) କାର୍ଯ୍ୟକ୍ରମ ବନ୍ଦ କରିବାକୁ ଘୋଷଣା କରିଛି। ଏହା ଏକ ଫାଷ୍ଟ-ଟ୍ରାକ ଅଧ୍ୟୟନ ଅନୁମତି ପ୍ରକ୍ରିୟା...

ନିର୍ବାଚନ ସିନା ଜିତିଗଲେ, ଟ୍ରମ୍ପଙ୍କ ବିପକ୍ଷରେ ଚାଲୁଛି ୪ ଅପରାଧିକ ମାମଲା; ନଭେମ୍ବର ୨୬ ଦଣ୍ଡାଦେଶ ଉପରେ ଏବେ ନଜର

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରେଟିକ୍‌ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ପରାଜିତ କରିଛନ୍ତି। ସାରା ଦେଶରେ ତାଙ୍କ ସମର୍ଥକ ନାଚିଗାଇ ବିଜୟର...

ଟ୍ରମ୍ପ ଜିତିବାରୁ କାହିଁକି କାନାଡାରେ ଘୋଷଣା ହେଲା ‘ହାଇ ଆର୍ଲଟ’? ଆସିଲା ବଡ଼ କାରଣ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିବା ପରେ ଆମେରିକାର ପରିବର୍ତ୍ତନ ନୀତିକୁ ନେଇ ବିଶ୍ୱର ଅନେକ ଦେଶ ଭୟଭୀତ ଅଛନ୍ତି। ରାଷ୍ଟ୍ରପତି ନିର୍ବାଚନ...

ପାକିସ୍ତାନରେ ଲକ୍‌ଡାଉନ୍‌, ସ୍ଥିତି ସାଂଘାତିକ, ୨୦୦୦ ପାର୍‌ କଲା…

ଇସଲାମବାଦ,୯।୧୧: ପାକିସ୍ତାନରେ ସ୍ଥିତି ଭୟଙ୍କର। ଏନେଇ ଶେୟବାଜ ସରକାର ନେଲେ ବଡ଼ ନିଷ୍ପତ୍ତି। ପ୍ରଦେଶରେ ଘୋଷଣା ହୋଇଛି ଲକ୍‌ଡାଉନ। କେବଳ ଭାରତ ନୁହେଁ ପଡୋଶୀ ଦେଶ...

କିଏ ଏହି ଟ୍ରମ୍ପଙ୍କ ଘନିଷ୍ଠ କାଶ୍‌ ପଟେଲ, ହୋଇପାରନ୍ତି CIA ମୁଖ୍ୟ, ରାମ ମନ୍ଦିର ସହ ଅଛି ଲିଙ୍କ୍‌

ଓ୍ବାଶିଂଟନ୍‌,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ହରାଇଛନ୍ତି। ୪ ବର୍ଷ ପରେ ପୁଣି ଟ୍ରମ୍ପ ଦିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri