ଚଣ୍ଡିଗଡ଼,୨୮।୪: ମହାରାଷ୍ଟ୍ର ନାନ୍ଦେଡର ଶ୍ରୀ ହଜୁର ଶାହିବରୁ ପଞ୍ଜାବର ତନ ତରନ ଜିଲାକୁ ଫେରିଥିବା ୫ ଶ୍ରଦ୍ଧାଳୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ନମୁନା ପରୀକ୍ଷାରୁ ସମସ୍ତ ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସେଠାରୁ ଫେରିଥିବା ଅନ୍ୟମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିବା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଅନୁରାଗ ଅଗ୍ରଓ୍ବାଲ। ଏମାନଙ୍କର ନମୁନା ପରୀକ୍ଷା ପରେ ଯଦି ପଜିଟିଭ ଆସିଲା ତେବେ ସେମାନଙ୍କୁ ରାଜ୍ୟ ସରକାରଙ୍କ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯିବ। ଯଦି ରିପୋର୍ଟ ନେଗେଟିଭ ଆସିଲା ତେବେ ସେମାନଙ୍କୁ ୧୪ ଦିନ ହୋମ କ୍ୱାରାଣ୍ଟାଇନରେ ରଖାଯିବ ବୋଲି ଅଗ୍ରଓ୍ବାଲ କହିଛନ୍ତି।