After the Union Ministry of Home Affairs (MHA) gave its consent for construction of chariots for the annual Rath Yatra festival, the Maharana servitors have started construction of chariots from Friday morning.
ପୁରୀରେ ମହାପ୍ରଭୁଙ୍କ ରଥ ନିର୍ମାଣକୁ ନେଇ ଦୀର୍ଘ ଦିନ ହେବ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି କେନ୍ଦ୍ର ସରକାରଙ୍କ ସର୍ତମୂଳକ ଅନୁମତି ପ୍ରଦାନ ପରେ ଆଜିଠୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ । ଆଜି ସକାଳ ୮ଟାରୁ ରଥଖଳାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ସାନିଟାଇଜରରେ ହାତ ଧୋଇବା ଭଳି ନିୟମକୁ ସେବାୟତ ମାନେ ମାନିବା ସହ ରଥ ନିର୍ମାଣ କରୁଛନ୍ତି ।