ଶ୍ରୀନୀଳମାଧବ ଜୀଉଙ୍କ ପରିତ୍ୟକ୍ତ ଚନ୍ଦନ ପୋଖରୀ: ସମ୍ପନ୍ନ ହୋଇପାରିଲାନି ପୁନରୁଦ୍ଧାର କାର୍ଯ୍ୟ

ଖଣ୍ଡପଡା,୩୦।୬(ସ୍ବ.ପ୍ର.)-ଦୀର୍ଘଦିନ ଧରି ପରିତ୍ୟକ୍ତ ହୋଇ ପଡିରହିଥିବା ଶ୍ରୀ ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀ ପୁନରୁଦ୍ଧାର ହୋଇପାରିଲା ନାହିଁ। ପୋଖରୀ ପୁନରୁଦ୍ଧାର ଦାୟିତ୍ୱ ନୀଳମାଧବ ବିଦ୍ୟାପୀଠର ୬ ପୁରାତନ ବନ୍ଧୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ କରି ପାରିଲେ ନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପରିତ୍ୟକ୍ତ ଚନ୍ଦନ ପୋଖରୀ ଯୋଗୁ ଗତ ୨ବର୍ଷ ହେବ ଠାକୁରଙ୍କ ଚନ୍ଦନ ଯାତ୍ରା ବନ୍ଦ ହୋଇଯାଇଛି ା ବିଭିନ୍ନ ଦଳ ଓ ପଦ୍ମ ବନରେ ପରିପୂର୍ଣ୍ଣ ହୋଇ ପ୍ରଦୂଷିତ ଅବସ୍ଥାରେ ଥିବା ଏହି ପୋଖରୀର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ପରେ ଗତବର୍ଷ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୯ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି । ମାତ୍ର କାର୍ଯ୍ୟ ନିର୍ବାହୀଙ୍କ ଇଚ୍ଛାଶକ୍ତିର ଅଭାବଯୋଗୁ କାର୍ଯ୍ୟ ସମ୍ପାଦନରେ ବାଧକ ସାଜିଛି ା ଅଞ୍ଚଳବାସୀଙ୍କ ଭାବାବେଗକୁ ହୃଦୟଙ୍ଗମ କରି କଣ୍ଟିଲୋ ନୀଳମାଧବ ବିଦ୍ୟାପୀଠର ୧୯୬୯ ମାଟ୍ରିକ ବ୍ୟାଚର ସିକ୍ସ ଏଫ୍‌ (୬ ବନ୍ଧୁ) ଭାବରେ ପରିଚିତ ଛାତ୍ର ପବିତ୍ର ମୋହନ ମହାପାତ୍ର( ଅବସରପ୍ରାପ୍ତ ଚାର୍ଟାର୍ଡ ଆକାଉଣ୍ଟାଟ), କଣ୍ଟିଲୋର ପୂର୍ବତନ ସରପଞ୍ଚ ସଚ୍ଚିଦାନନ୍ଦ ଦାଶ,ବିରଞ୍ଚତ୍ ନାରାୟଣ ସାହୁ( ଅବସରପ୍ରାପ୍ତ କୃଷି ଅଧିକାରୀ), ବିନୋଦ କୁମାର ଦାସ( ଅବସରପ୍ରାପ୍ତ ସହକାରୀ ପରିଚାଳକ, ରାଜ୍ୟ ସିଭିଲ ସପ୍ଲାଇ କର୍ପୋରେଶନ), ଧନେଶ୍ୱର ମହାରଣା(ଅବସରପ୍ରାପ୍ତ ଅଧ୍ୟକ୍ଷ) ଓ ଖଲେଶ୍ୱର ମହାରଣା( ଅବସରପ୍ରାପ୍ତ ସୁପରଭାଇଜର ଦୂର ସଞ୍ଚାର ନିଗମ) ପ୍ରମୁଖ ସରକାରୀ ଅନୁଦାନ ବିନା ନିଜସ୍ବ ପାଣ୍ଠିରେ ଉକ୍ତ ପୋଖରୀର ପୁନରୁଦ୍ଧାର କରିବାକୁ ଗତ ସାଧାରଣତନ୍ତ୍ର ଦିବସ ଅବସରରେ ରଘୁନାଥ ଶ୍ରୀଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ସମାବେଶରେ ମତବ୍ୟକ୍ତ କରିଥିଲେ । ସରକାରୀ ଅନୁଦାନକୁ ଉପେକ୍ଷା କରି ଏହି ୬ ବନ୍ଧୁ ଗତ ଫେବୃୟାରୀ ମାସଠାରୁ ମୋଟର ପମ୍ପ ସାହାଯ୍ୟରେ ଦୀର୍ଘ ୩ମାସ କାଳ ଲାଗି ପୋଖରୀର ପ୍ରଦୂଷିତ ଜଳକୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରି ନିଷ୍କାସନ କରାଇଥିଲେ। ଏହାପରେ ମଣିଖମ୍ବ କାର୍ଯ୍ୟ ସମ୍ପାଦନ କରାଯାଇ ପୋଖରୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରାଯାଇଥିଲା। ମାତ୍ର ଇତି ମଧ୍ୟରେ ୨ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ସାମାନ୍ୟ ବର୍ଷାରେ ପୁନର୍ବାର ପୋଖରୀ ଦଳ ଓ ପଦ୍ମରେ ପରିପୂର୍ଣ୍ଣ ହୋଇ ଗଲାଣି b ଅପରପକ୍ଷେ ବର୍ଷାଋତୁର ଆଗମନ ଯୋଗୁ ଏହାର ପଙ୍କୋଦ୍ଧାର କାର୍ଯ୍ୟ କରିବା ଆଦୌ ସମ୍ଭବ ନୁହେଁ ା ୬ବନ୍ଧୁଙ୍କ ନୀରବତା ସେମାନେ କାର୍ଯ୍ୟ ସମ୍ପାଦନ କରିବାରେ ଅସମର୍ଥ ବୋଲି ସୂଚାଇ ଦେଉଛି । ଏଥିସହ ଆର୍ଥତ୍କ ସମସ୍ୟା ଆଳ କରି ସେମାନେ କାର୍ଯ୍ୟ ଆଗେଇ ନେଉ ନ ଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ା ୬ ବନ୍ଧୁଙ୍କ ମଧ୍ୟରୁ ଗ୍ରାମରେ ରହି କାର୍ଯ୍ୟ ପରିଚାଳନା କରୁଥିବା ସଚ୍ଚିଦାନନ୍ଦ ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, ଆମେ ଗାଁରେ ରହି କାମ କିପରି ହେବ ବୁଝୁଛୁ ା ହେଲେ ଅନ୍ୟବନ୍ଧୁମାନେ ଅର୍ଥ ଦେବାରେ ଅବହେଳା କରୁଥିବାରୁ କାର୍ଯ୍ୟ ସମ୍ପନ୍ନ କରିବା ସମ୍ଭବ ହେଉନି ା ଯେଉଁ ଗତିରେ କାର୍ଯ୍ୟ ଚାଲିଥିଲା, ସେହିପରି ଠିକ୍‌ ସମୟରେ ଆମ ପାଖରେ ଅର୍ଥ ପହଞ୍ଚିଥିଲେ କାର୍ଯ୍ୟ ନିଶ୍ଚିତ ଭାବେ ବର୍ଷା ପୂର୍ବରୁ ସମ୍ପନ୍ନ ହୋଇଥାନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri