ଶ୍ରୀମନ୍ଦିର ପରିଚାଳନା କମିଟି ଉଚ୍ଛେଦ କରାଯାଉ: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୨ା୧୦: ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧କୁ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ଏହି ଅଧିନିୟମରୁ ଗୋବର୍ଦ୍ଧନ ମଠକୁ ବାଦ୍‌ ଦିଆଯାଇଛି। ଏଣିକି ଏହି ମଠ ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ରହିବ ନାହିଁ। ସମସ୍ତ ପରିଚାଳନାଗତ କାର୍ଯ୍ୟ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ସମ୍ପନ୍ନ ହେବ। ଆଇନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ସୋମବାର କ୍ୟାବିନେଟ ଅନୁମୋଦନ କରିଛି। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ସନ୍ତୋଷ ପ୍ରକଟ କରିନାହାନ୍ତି ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ମଙ୍ଗଳବାର ଏ ସମ୍ପର୍କରେ ଗଣମାଧ୍ୟମକୁ ସେ କହିଛନ୍ତି, ଏହା କୁଟନୀତି ବିହୀନ ନିଷ୍ପତ୍ତି ହୋଇଥିଲେ ସ୍ବାଗତଯୋଗ୍ୟ। ଦେବୋତ୍ତର ଆଇନ ପଞ୍ଝାରୁ ମୁକ୍ତ ହେଲେ କ’ଣ ହେବ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ପରିଧିରେ ମଠକୁ ଛନ୍ଦି ଦିଆଯାଇଛି। ମଠର ଜମି ଏବେ ଶ୍ରୀଜଗନ୍ନାଥ ପରିଚାଳନା କମିଟି ନାମରେ ରହିଛି। ବିଶେଷ ଜ୍ଞାନ ନ ଥିବା ପ୍ରତିନିଧିଙ୍କୁ ପଠାଇ ମଠ ସମ୍ପର୍କରେ ଆଲୋଚନା କରିବାର ଏହା ହେଉଛି ପରିଣତି। ଏ ସବୁ ନିଷ୍ପତ୍ତି ସ୍ପଷ୍ଟ ଲାଗୁ ନାହିଁ। ରାଜ୍ୟ ସରକାରଙ୍କର ଜଣେ ପ୍ରତିନିଧି ଆସି ତାଙ୍କ ସହ ଆଲୋଚନା କରି ଉପଯୁକ୍ତ ପରାମର୍ଶ ନେବା ଦରକାର। ଆଇନ ବିଭାଗ କାର୍ଯ୍ୟ କରିବା ପ୍ରଶଂସନୀୟ, ମାତ୍ର ବାସ୍ତବତା ହେଉଛି ଅସନ୍ତୋଷ। ମଠକୁ ସମ୍ପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ପ୍ରଶାସନ ଅଧୀନରୁ ବାଦ୍‌ ଦିଆଯାଉ। ଶଙ୍କରାଚାର୍ଯ୍ୟଙ୍କୁ ଏହାର ସଞ୍ଚାଳନ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ନ୍ୟସ୍ତ କରାଯିବା ଉଚିତ। ଶ୍ରୀମନ୍ଦିର ପରିଚାଳନା କମିଟିକୁ ଉଚ୍ଛେଦ କରାଯାଉ। କାରଣ ଧାର୍ମିକ ଓ ଆଧ୍ୟାତ୍ମିକ ବ୍ୟବସ୍ଥାର ଖିଲାପ କରୁଛି ଏହି କମିଟି। ଶ୍ରୀମନ୍ଦିରର ବ୍ୟବସ୍ଥା ଓ ସେବାୟତଙ୍କ ମନମାନୀ ଯୋଗୁ ଆଜି ଶ୍ରୀମନ୍ଦିରର ଗରିମା ନଷ୍ଟ ହେଉଛି। ଗଜପତିଙ୍କୁ ମଧ୍ୟ ଉପେକ୍ଷା କରାଯାଉଛି। ତେଣୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଗୋବର୍ଦ୍ଧନ ପୀଠକୁ ମିଳିବା ଦରକାର। ଏହା କାହାର ଦାନ ନୁହେଁ, ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଆମର ଅଧିକାର ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ଗୋବର୍ଦ୍ଧନ ପୀଠକୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ମିଳିଲେ ଏହା ଧର୍ମ, ମୋକ୍ଷର ପବିତ୍ର ସଂସ୍ଥା ହେବ। ଭାରତର ଅସ୍ତିତ୍ୱ ରହିବ। ଜଗଦ୍‌ଗୁରୁଙ୍କ ପରାମର୍ଶକୁ ପାଳନ କଲେ ଶାସନତନ୍ତ୍ର ତିଷ୍ଠି ରହିବ, ନଚେତ୍‌ ରସାତଳକୁ ଚାଲିଯିବ ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ। ଏହି ଅବସରରେ ସେ ଆଦି ଶଙ୍କରାଚାର୍ଯ୍ୟଙ୍କୁ ମନେ ପକାଇଥିଲେ। ଭାରତର ଚାରିଧାମରେ ୪ଟି ମଠ ମଧ୍ୟରୁ ଗୋଟିଏ ମଠ ପୁରୁଷୋତ୍ତମ କ୍ଷେତ୍ର ପୁରୀରେ ପ୍ରତିଷ୍ଠା କରିବା ନିଶ୍ଚିତ ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ । ଆଦି ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପୁନଃ ପ୍ରତିଷ୍ଠା କରିଥିଲେ। ତେଣୁ ଶ୍ରୀମନ୍ଦିର ଉପରେ ଗୋବର୍ଦ୍ଧନ ପୀଠର ସମ୍ପୂର୍ଣ୍ଣ ହକ୍‌ ରହିଛି। ଏଥିରୁ ପୀଠକୁ ବଞ୍ଚତ୍ତ କରାଯିବା ଠିକ୍‌ ନୁହେଁ। ଏହି ଭୁଲକୁ ପ୍ରାୟଶ୍ଚିତ କରିବାର ସମୟ ଆସିଛି ବୋଲି ପରୋକ୍ଷରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଜଗଦ୍‌ଗୁରୁ। ପୁରୀର ବିକାଶ ପାଇଁ ରାଜ୍ୟ ସରକାର ୩,୨୦୮କୋଟି ଟଙ୍କା ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ବିକାଶ ନଁାରେ ଏହାକୁ ଭୋଗର ସହର କରା ନ ଯାଉ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri