ପୁରୀ ଅଫିସ,୯।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଥିବା ମଙ୍ଗୁ ମଠ ଉଚ୍ଛେଦ ସୋମବାର ସକାଳୁ ଆରମ୍ଭ ହୋଇଛି। ପୂର୍ବରୁ ଏହି ମଠକୁ ଭାଙ୍ଗିବା ପାଇଁ ପ୍ରଶାସନ ଉଦ୍ୟମ କରିଥିଲା। ପରେ ଏହାକୁ ନେଇ ବିବାଦ ଉପୁଜିବା ସହ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। ହାଇକୋର୍ଟଙ୍କଠାରୁ ସବୁଜ ସଙ୍କେତ ପାଇବା ପରେ ପ୍ରଶାସନ ଏହାକୁ ଉଚ୍ଛେଦ କରିବା ଲାଗି ପ୍ରସ୍ତୁତ ହୋଇଥିଲା। ୨ ଦିନ ପୂର୍ବରୁ ମଠ ମହନ୍ତଙ୍କୁ ଡାକି ଆଲୋଚନା କରିବା ସହ ମଠ ଖାଲି କରିବାକୁ କୁହାଯାଇଥିଲା। ମଠ ଖାଲିହେବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।