ଶ୍ରୀଲୋକନାଥ ମନ୍ଦିର: ବେଢ଼ାରେ ଜମିଛି ପାଣି, ଭକ୍ତଙ୍କ ଦର୍ଶନରେ ବାଧା

ପୁରୀ ଅଫିସ, ୯ା୮: ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ପାଣି ଜମିଛିି। ପ୍ରାୟ ଫୁଟେ ଉଚ୍ଚର ପାଣି ଭିତର ବେଢ଼ାରେ ଜମି ଥିବାରୁ ଭକ୍ତଙ୍କ ଦର୍ଶନରେ ବାଧା ଉପୁଜିଛି। ବର୍ଷା ପାଣି ଜମି ରହିଥିବାରୁ ଏଣେତେଣେ ଅଳିଆ ଆବର୍ଜନା ଭାସି ପରିମଳ ବ୍ୟବସ୍ଥାକୁ ବିଗାଡ଼ି ଦେଇଛିି। ଏହାକୁ ନେଇ ଲୋକନାଥ ମନ୍ଦିରର ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତିି। ଆସନ୍ତା ସୋମବାର ଶ୍ରାବଣ ମାସର ଶେଷ ସୋମବାର। ହଜାର ହଜାର କାଉଡ଼ିଆ ଭକ୍ତ ଜଳ ଲାଗି ପାଇଁ ଆସିବେ। ତେଣୁ ତା ପୂର୍ବରୁ ବେଢ଼ା ପରିସରରୁ ପ୍ରଶାସନ ଜଳ ନିଷ୍କାସନ କରିବା ଦରକାର ବୋଲି ସେବାୟତ କହିଛନ୍ତିି।
ଅସରାଏ ବର୍ଷା ହେଲେ ଲୋକନାଥ ମନ୍ଦିରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛିି। ନିଷ୍କାସନ ସୁବିଧା ନ ଥିବାରୁ ଦୀର୍ଘଦିନ ପର୍ଯ୍ୟନ୍ତ ପାଣି ଜମି ରହୁଛିି। ତୁରନ୍ତ ଜଳ ନିଷ୍କାସନ ଲାଗି କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଭକ୍ତ ଓ ସେବାୟତ ଅସୁବିଧା ଭୋଗୁଛନ୍ତିି। ନିକଟରେ ହୋଇଥିବା ବର୍ଷା ଯୋଗୁ ମନ୍ଦିରରେ ଏହିପରି ଅଚଳାବସ୍ଥା ସୃଷ୍ଟି ହୋଇଛିି। ଏଥିଯୋଗୁ ଠାକୁରଙ୍କ ସେବାପୂଜା କରିବାରେ ସେବାୟତମାନେ ଅସୁବିଧା ଭୋଗିଥିବାବେଳେ ଭକ୍ତମାନେ ମଧ୍ୟ ଯା ଆସ କରିବାରେ ସମସ୍ୟାରେ ପଡିଛନ୍ତିି। ପାଣି ଦେଖି କିଛି ଶ୍ରଦ୍ଧାଳୁ ଫେରି ଯାଉଥିବା ବେଳେ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ପଛ ଗେଟ୍‌ ଭକ୍ତଙ୍କ ଲାଗି ଖୋଲା ରଖାଯାଇଛିି। କିନ୍ତୁ ଅନେକ ଶ୍ରଦ୍ଧାଳୁ ଏହା ଜାଣି ନ ପାରି ଫେରିଯାଉଥିବା ଜଣାପଡିଛିି। ଏହାକୁ ନେଇ ସେବାୟତ ଅସନ୍ତୋଷ ବ୍ୟକ୍ତ କରିଛନ୍ତିି। ସେବାୟତ ସନ୍ତୋଷ କୁମାର ପଣ୍ଡା କହିଛନ୍ତି ଯେ, ବର୍ତ୍ତମାନ ବେଢା ପରିସରରେ ପ୍ରାୟ ୧ ଫୁଟ ଉଚ୍ଚର ପାଣି ଜମିଛିି। ଫଳରେ ଭକ୍ତମାନେ ପାଣି ଦେଖି ଫେରି ଯାଉଛନ୍ତିି। ଆଗକୁ ଶ୍ରାବଣ ସୋମବାର। ତେଣୁ ପ୍ରଶାସନ ତୁରନ୍ତ ଜଳ ନିଷ୍କାସନ ଲାଗି ବ୍ୟବସ୍ଥା କରିବା ଦରକାର। ଏ ସମ୍ପର୍କରେ ଲୋକନାଥ ମନ୍ଦିର ମ୍ୟାନେଜର ଅପଚ୍ଛ ପରିଡ଼ା କହିଛନ୍ତି, ଶ୍ରୀଲୋକନାଥ ମନ୍ଦିର ଖାଲୁଆ ଅଞ୍ଚଳରେ ରହିଛିି। ମନ୍ଦିର ପରିସରରେ ଜଳ ନିଷ୍କାସନ ଲାଗି କୌଣସି ସ୍ଥାୟୀ ବ୍ୟବସ୍ଥା ନାହିଁି। ତେଣୁ ବର୍ଷା ହେଲେ ପାର୍ବତୀ ସାଗରର ଜଳ ପତ୍ତନ ଯାହା ରହୁଛି ମନ୍ଦିର ବେଢାରେ ସେହି ଉଚ୍ଚତାର ପାଣି ଜମୁଛିି। ବର୍ତ୍ତମାନ ବେଢାରେ ଯେଉଁ ପାଣି ଜମିଛି ତାହାକୁ ରବିବାର ମୋଟର ଲଗାଇ ନିଷ୍କାସନ କରାଯିବ। ସୋମବାର ବୋଲ୍‌ବମ ଭକ୍ତମାନେ ଯେପରି ଜଳ ଲାଗି ପାଇଁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri