‘ଷ୍ଟାର୍ଟଅପ୍‌ କରୁଥିବା ବ୍ୟକ୍ତି ହୋଇ ପାରିବେ ଧୀରୁଭାଇ ଅମ୍ବାନୀ’

ନୂଆଦିଲ୍ଲୀ, ୨୫-୨: ଛୋଟ ଛୋଟ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଦିନରେ ବହୁତ ବଡ ହେବାର ସମ୍ଭାବନା ରହିଛି। ଦେଶରେ ଷ୍ଟାର୍ଟ ଅପ୍‌ କରୁଥିବା ବ୍ୟକ୍ତି ଦିନେ ଧିରୁ ଭାଇ ଅମ୍ବାନୀ ହୋଇ ପାରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କହିଛନ୍ତି। ଏହି ଭଳି କାରଣ ଯୋଗୁ ଭାରତ ଅନ୍ୟ ଦେଶଠାରୁ ଭିନ୍ନ ହୋଇ ପାରିଛି। ୪୦ ବର୍ଷ ପୂର୍ବେ ଏକ ଟେବୁଲରୁ ରିଲାଏନ୍ସର ଯାତ୍ରା ଆରମ୍ଭ ହୋଇଥିଲା ହେଲେ ଏହା ବର୍ତ୍ତମାନ ବହୁତ ବଡ କମ୍ପାନୀ ହୋଇ ସାରିଥିବା ମୁକେଶ କହିଛନ୍ତି। ପ୍ରବାସୀ ଭାରତୀୟ ସତ୍ୟ ନାଡେଲା ମଧ୍ୟ ସୋମବାରଠାରୁ ଭାରତ ଗସ୍ତରେ ଅଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ଡିକୋଡ ସିଇଓ ୨୦୨୦ କାର୍ଯ୍ୟକ୍ରମରେ ମୁକେଶ ଅମ୍ବାନୀ ଏବଂ ସତ୍ୟ ନାଡେଲା ଏକ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ଦେଖା ଯାଇଥିଲେ। ଟ୍ରମ୍ପଙ୍କ ଗସ୍ତକୁ ନେଇ ମୁକେଶ କହିଛନ୍ତି ଯେ, ଆମେରିକାର ଅନ୍ୟ ରାଷ୍ଟ୍ରପତିଙ୍କ ଗସ୍ତଠାରୁ ଏହା ଭିନ୍ନ। ମାଇକ୍ରୋସଫ୍ଟ ଏବଂ ରିଲାଏନ୍ସର ସହଭାଗିତା ଆଜିର ସମୟ ଲାଗି ଅନେକ ଗୁରୁତ୍ୱ ବହନ କରୁଥିବା ମୁକେଶ କହିଛନ୍ତି।
ଅଗଷ୍ଟ ୨୦୧୯ରେ ଦୁଇ କମ୍ପାନୀ ମିଳିତ ହୋଇ କ୍ଲାଉଡ ଇନଫ୍ରାଷ୍ଟକଚର ଆଜୁରେ ନେଇ ଚୁକ୍ତିରେ ସାମିଲ ହୋଇଥିଲେ। ଷ୍ଟାର୍ଟଅପ କମ୍ପାନୀଗୁଡିକୁ ମାଗଣାରେ ସଂଯୋଗ ଏବଂ କ୍ଲାଉଡ ସେବା ଯୋଗାଣ ଦିଗରେ ଏହି ଚୁକ୍ତି ସହାୟକ ହେବ। ୨୦୨୧ ଜାନୁୟାରୀ ପହିଲାରୀ ଏହା କାର୍ଯ୍ୟକାରି ହେବ। ଜିଓ ଯୋଗୁ ଡାଟା ବହୁତ ଶସ୍ତା ହୋଇଥିବା ଏହି ଅବସରରେ ମୁକେଶ ମତ ରଖିଛନ୍ତି। ଦେଶ ମଧ୍ୟରେ ଉନ୍ନତ ମୋବାଇଲ ଡିଜିଟାଲ ନେଟଓ୍ବର୍କ ରହିଥିବା ଯୋଗୁ ଭାରତ ସାରା ବିଶ୍ୱରେ ଏକ ପ୍ରମୁଖ ଡିଜିଟାଲ ସୋସାଇଟି ହେବାର କ୍ଷମତା ରଖୁଛି। ଆଗାମୀ ଦଶନ୍ଧିରେ ଭାରତ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି ହେବ ବୋଲି ସେ ଆଶା ପ୍ରକଟ କରିଛି। ସବୁ ବର୍ଗକୁ ଲାଭ ଦେଲା ଭଳି ଟେକ୍ନୋଲୋଜି ସମାଧାନ ପ୍ରଦାନ ଦିଗରେ ଭାରତୀୟ ସିଇଓ ମାକେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଏଥିରେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri