ଷ୍ଟେଶନ୍‌ ବଜାର ମା’ଶ୍ୟାମାକାଳୀ ପୂଜା : ଚାନ୍ଦି ଅଳଙ୍କାର ମେଢ଼ ସଜ୍ଜା ଉପରେ ଗୁରୁତ୍ୱ

ଯାଜପୁର ରୋଡ, ୨୧ା୧୦(ନି.ପ୍ର.): ଯାଜପୁର ରୋଡ ସହର ସ୍ଥିତ ଷ୍ଟେଶନ୍‌ ବଜାରରେ ୧୯୫୮ରୁ ମା’ ଶ୍ୟାମାକାଳୀଙ୍କୁ ପୂଜା କରାଯାଉଛି। ଏଠାରେ ପୂଜା ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଲୋକମାନେ କାଳୀପୂଜା ଦେଖିବା ପାଇଁ ଭଦ୍ରକ ଜିଲା ଯାଉଥିଲେ। ଏହାକୁ ଦେଖି ସହରରେ ମା’ ଶ୍ୟମାକାଳୀଙ୍କ ପୂଜା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି ପୂଜା ସ୍ବର୍ଗତ ଶଶିଭୂଷଣ ମହାନ୍ତି ଓ କୀର୍ତ୍ତନ ବିହାରୀ ସାହୁଙ୍କ ଉଦ୍ୟମରେ ହୋଇଥିଲା। ସେବେଠାରୁ ୬୧ ବର୍ଷ ଧରି ଷ୍ଟେଶନ୍‌ ବଜାରରେ ମା’ଶ୍ୟାମାକାଳୀଙ୍କୁ ପୂଜା କରାଯାଉଛି। ଷ୍ଟେଶନ୍‌ ବଜାରର ବାଣିଜ୍ୟ ପ୍ରତିଷ୍ଠାନ ଏବଂ ଅନୁଷ୍ଠାନଗୁଡିକ ଏକତ୍ରିତ ହୋଇ ଚାନ୍ଦା ଆଦାୟକରି ପୂଜା କରୁଛନ୍ତି। ସର୍ବପୁରାତନ ଏହି ପୂଜାର ମୁଖ୍ୟ ଆକର୍ଷଣ ହେଉଛି ଚାନ୍ଦି ମେଢ। ପୂଜାରେ ମା’ଙ୍କୁ ଚାନ୍ଦି ମୁକୁଟ ଏବଂ ବିଭିନ୍ନ ଅଳଙ୍କାର ଦ୍ୱାରା ସୁସଜ୍ଜିତ କରାଯାଇଥାଏ। ଯାହା କି ସହରର ଅନ୍ୟ ମଣ୍ଡପଠାରୁ ସତନ୍ତ୍ର ସ୍ଥାନ ଅଧିକାର କରିଥାଏ। ବର୍ତ୍ତମାନ ମା’ କାଳୀଙ୍କର ପୂଜା ମଣ୍ଡପ ଷ୍ଟେଶନ୍‌ ବଜାରର ଡି.ଡି. ମାର୍କେଟ୍‌ ସମ୍ମୁଖରେ କରାଯାଉଛି। ପୂଜାକୁ ଆଉ ମାତ୍ର କିଛିଦିନ ବାକି ଥିବାବେଳେ ମା’ଙ୍କ ମୂର୍ତ୍ତୀ ନିର୍ମାଣରେ କାରୀଗରମାନେ ଲାଗିପଡିଛନ୍ତି। ଅପରପକ୍ଷେ ଚଳିତ ବର୍ଷ ପୂଜା ପାଇଁ କମିଟି ପକ୍ଷରୁ ୮ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ରିତିନୀତି ଅନୁସାରେ କମିଟି ପକ୍ଷରୁ ପୂଜାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଚଳିତ ବର୍ଷ ଲାଇଟ୍‌ ସାଜସଜ୍ଜା, କପଡାର ଗେଟ୍‌, ଦୈନିକ ଠାକୁରାଣୀଙ୍କ ନିକଟରେ ନୀତି ଭୋଗର ବ୍ୟବସ୍ଥା କରାଯାଇଛି। ଏଥିସହ ପୂଜାକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ଏବଂ ଭସାଣି ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ କମିଟି ପକ୍ଷରୁ ଜୋର୍‌ ଦିଆଯାଇଛି। ଏବେ କମିଟିର ସଭାପତି ହୃଷୀକେଶ ସାହୁ, ସମ୍ପାଦକ ବିରେନ୍ଦ୍ର କୁମାର ରାଉତ, କୋଷାଧ୍ୟକ୍ଷ ବିଜୟ କୁମାର ସାହୁ ପ୍ରମୁଖ ରହିଛନ୍ତି। ପୂଜାକୁ ନେଇ ୧୧ଦିନ ଧରି ଷ୍ଟେଶନ୍‌ ବଜାର ଉତ୍ସବ ମୁଖରିତ ହୋଇଥାଏ। ଚାନ୍ଦି ମେଢ଼ ଏବଂ ମା’ଙ୍କ ପୂଜାର ସ୍ବତନ୍ତ୍ରତା ହେତୁ ଏହି ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ ହୋଇଥାଏ। କମିଟି କର୍ମକର୍ତ୍ତା ଓ ରେଳବାଇ ପୋଲିସ୍‌ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥାଏ। ଏହି ବଜାର କମିଟି ଭାଇଚାରା ପ୍ରଚେଷ୍ଟା କରିବା ସହ ବିପଦବେଳେ ପରସ୍ପର ମଧ୍ୟରେ ସହଯୋଗ କରିଥାଏ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ସହାୟତା ମଧ୍ୟ କରାଯାଇଥାଏ ବୋଲି ବିଜୟ କୁମାର ସାହୁ ପ୍ରକାଶ କରିଛନ୍ତି। ଶଦ୍ଦ ପ୍ରଦୂଷଣ ରୋକିବା, ମଣ୍ଡପକୁ ସ୍ବଚ୍ଛ ରଖିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସଭାପତି ଓ ସମ୍ପାଦକ କହିଛନ୍ତି। ପୂଜା ସମୟରେ ବିଷ୍ଣୁ ମଲ୍ଲିକ୍‌, ନିତ୍ୟାନନ୍ଦ କରଣ, ସଦାନନ୍ଦ ଲାହା, ପ୍ରମୋଦ କୁମାର ବିଶ୍ୱନୁଜ୍‌, ଭରତ ରାଉତ, ଶିବ ମଟାଣିଆ ଓ ଜଗଦିଶ ମଟାଣିଆ, ଅଶୋକ ନାୟକ, ନିରଞ୍ଜନ ସାହୁଙ୍କ ଭୂମିକା ବିଶେଷଭାବେ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri