ଷ୍ଟ୍ରେଚ୍‌ମାର୍କରୁ ମୁକ୍ତି

ଶିଶୁ ଜନ୍ମ ପରେ ଅଧିକାଂଶ ମା’ଙ୍କ ପେଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଷ୍ଟ୍ରେଚ୍‌ମାର୍କ ହୋଇଯାଏ, ଯାହା ସୌନ୍ଦର୍ଯ୍ୟ ନଷ୍ଟ କରିଦିଏ ବୋଲି ଅନେକେ ବ୍ୟସ୍ତ ହୋଇଥାନ୍ତି। ହେଲେ ଏଥିପାଇଁ ବ୍ୟସ୍ତ ନ ହୋଇ କେତୋଟି ସହଜ ଉପାୟ ଆପଣାଇଲେ ଧୀରେ ଧୀରେ ଷ୍ଟ୍ରେଚ୍‌ମାର୍କ ଦୂରେଇ ପାରିବେ..

ଅଏଲ୍‌ ମସାଜ୍‌: ପେଟ ଏବଂ ଅନ୍ୟ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନରେ ଅଏଲ୍‌ ମସାଜ୍‌ କରିବା ଦ୍ୱାରା ତାହା ନରମ ହେବା ସହ ଧୀରେ ଧୀରେ ମାର୍କ ଦୂର ହେବାରେ ସାହାଯ୍ୟ କରିଥାଏ। ତେବେ ଏହାକୁ ଲଗାଇବାର ସବୁଠୁ ଭଲ ଉପାୟ ହେଉଛି ଉଷୁମ ପାଣିରେ ଗାଧୋଇବା ପରେ ଧୀରେ ଧୀରେ ପ୍ରାୟ ୨ ମିନିଟ୍‌ ପର୍ଯ୍ୟନ୍ତ ମାର୍କ ହୋଇଥିବା ସ୍ଥାନରେ ତେଲ ଘଷନ୍ତୁ। ଏଥିପାଇଁ ବାୟୋ ଅଏଲ୍‌ କିମ୍ବା ନଡ଼ିଆ ତେଲ ସବୁଠୁ ଭଲ।
କ୍ରିମ୍‌: ଷ୍ଟ୍ରେଚ୍‌ମାର୍କ ଦୂର କରିବା ଲାଗି ବର୍ତ୍ତମାନ ବିଭିନ୍ନ ପ୍ରକାର କ୍ରିମ୍‌ ମାର୍କେଟ୍‌ରେ ଉପଲବ୍ଧ। ଡାକ୍ତରଙ୍କ ପରାମର୍ଶକ୍ରମେ କୌଣସି ଏକ ଭଲ ସ୍ପେଶିଆଲାଇଜ୍‌ଡ କ୍ରିମ୍‌, ଷ୍ଟ୍ରେଚ୍‌ମାର୍କ ରିକଭରି ସିରମ୍‌, ବଡି ଫର୍ମିଙ୍ଗ୍‌ ଜେଲ୍‌ ଆଦି ସକାଳେ ଏବଂ ସଂଧ୍ୟାରେ ଲଗାନ୍ତୁ ଉପକୃତ ହେବେ।
ପାଣି: ଷ୍ଟ୍ରେଚ୍‌ମାର୍କ କମିବା ଲାଗି କେବଳ ତେଲ, କ୍ରିମ୍‌ ଆଦି ମସାଜ୍‌ ଯଥେଷ୍ଟ ନୁହେଁ। ଏଥିପାଇଁ ଶରୀରର ଜଳୀୟାଂଶ ଠିକ୍‌ ରହିବା ଦରକାର। ତେଣୁ ଦିନକୁ ଅତି କମ୍‌ରେ ୩-୪ ଲିଟର ପାଣି ପିଅନ୍ତୁ।
ଏକ୍ସରସାଇଜ୍‌: ଏହା ଶରୀରକୁ ଫିଟ୍‌ ରଖିବା ସହ ଶୀଘ୍ର ସ୍କିନ୍‌ ରିପେୟାର କରିବାରେ ସାହାଯ୍ୟ କରିଥାଏ, ଯାହା ଗର୍ଭଧାରଣ ଯୋଗୁ ଫୁଲିଯାଇଥିବା ଏବଂ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନକୁ ଧୀରେ ଧୀରେ ରିପେୟାର କରି ପୂର୍ବଭଳି ସୁନ୍ଦର କରିଥାଏ।
ଘିକୁଆଁରୀ: ଚାମଚରେ ଘିକୁଆଁରୀ ଭିତରୁ ଜେଲ୍‌ ବାହାର କରିଦିଅନ୍ତୁ। ଏହାକୁ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନ ଉପରେ ଧୀରେ ଧୀରେ ଘଷନ୍ତୁ। ୧୫ ମିନିଟ୍‌ ରଖିବା ପରେ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ।
ଲେମ୍ବୁ: ଲେମ୍ବୁରସକୁ ଏକ କଟନ ସାହାଯ୍ୟରେ ନେଇ ଷ୍ଟ୍ରେଚ୍‌ମାର୍କ ଥିବା ସ୍ଥାନରେ ଲଗାଇ ଦଶ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ନଖଉଷୁମ ପାଣିରେ ଗାଧୋଇ ପଡ଼ନ୍ତୁ। ଲେମ୍ବୁରେ ଥିବା ପ୍ରାକୃତିକ ଏସିଡ୍‌ ମାର୍କ ଦୂର କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚିନାବାଦାମ ଖାଉଥିଲେ

ଚିନାବାଦାମ ଖାଇବା ଅନେକଙ୍କର ପସନ୍ଦ। ତେବେ ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ପ୍ରଥମତଃ ଭଜା ଚିନାବାଦାମ ତୁଳନାରେ...

ଫଟୋ ବି ବଦଳାଇପାରେ ଭାଗ୍ୟ: ଜାଣନ୍ତୁ କେମିତି…

ପ୍ରତ୍ୟେକ ବ୍ୟକ୍ତିଙ୍କର ସମସ୍ୟା ଭିନ୍ନ ଭିନ୍ନ ହୋଇଥାଏ। କାହାର ଚାକିରିକୁ ନେଇ ଟେନ୍‌ସନ୍‌ ରହିଥାଏ ତ କାହାର ବିଜ୍‌ନେସ୍‌କୁ ନେଇ। ପୁଣି କିଏ ପଇସାପତ୍ର ପାଇଁ...

ଟେନ୍‌ସନ୍‌ରେ ରହୁଛନ୍ତି କି? ଦେଖାଦେଇପାରେ ଏହି ବଡ଼ ସମସ୍ୟା…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଜୀବନଶୈଳୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। କାରଣ ନିଜକୁ ସୁସ୍ଥ ରଖିବା ପଛରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ।...

ସୁସ୍ଥ ହୃତ୍‌ପିଣ୍ଡ, ନୀରୋଗ ଶରୀର

ମଣିଷ ଶରୀରରେ ହୃତ୍‌ପିଣ୍ଡ ମୁଖ୍ୟତଃ ଏକ ମାଂସପେଶୀୟ ଅଙ୍ଗ। ଏହାର ଆକାର ହାତର ମୁଠା ସହ ପ୍ରାୟ ସମାନ। ଓଜନ ୨୫୦-୩୫୦ ଗ୍ରାମ୍‌, ଲମ୍ବ ୧୨...

Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ…

ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍‌ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି...

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri