ଓ୍ବାଶିଂଟନ,୨୩।୩: କରୋନା ସଂକ୍ରମଣ କିଭଳି ହୋଇଥାଏ। ଏସମ୍ପର୍କିତ ବହୁ ପ୍ରଶ୍ନ ଏବେ ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଛି। କେହି କେହି ଏହା ସଂକ୍ରମିତଙ୍କୁ ଛୁଇଁଲେ ବ୍ୟାପିଥାଏ ବୋଲି କହିଥାନ୍ତି। ତେବେ ପ୍ରକୃତ ପକ୍ଷେ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ସଂକ୍ରମିତଙ୍କୁ ଛୁଇଁଲେ ହୁଏତ ସୁସ୍ଥ ଲୋକଙ୍କ ହାତରେ ଏହି ଭୂତାଣୁ ରହିଥାଏ। କିନ୍ତୁ ଏହା ସୁସ୍ଥ ଲୋକଙ୍କ ଶରୀରରେ ପ୍ରବେଶ କରି ରୋଗ ପ୍ରତିରୋଧିକ ଶକ୍ତିକୁ ନଷ୍ଟ କଲେ ହିଁ ସଂକ୍ରମିତ ହୋଇପାରେ। ଯଦି ସଂକ୍ରମିତଙ୍କୁ ଛୁଇଁଲେ ସଂକ୍ରମଣ ହୁଅନ୍ତା ତେବେ ସବୁ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ ଏବଂ ସମାଜକର୍ମୀ ବିପଦରେ ପଡ଼ିଥାନ୍ତେ। କାରଣ ସେମାନେ ସଂକ୍ରମିତଙ୍କ ସହିତ ସବୁବେଳେ ରହୁଛନ୍ତି। ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିଲେ କରୋନାଠାରୁ ଦୂରେଇ ରହିହେବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି। ସେହିପରି ବାହାରେ ଛେପ ପକାଇବାକୁ ମଧ୍ୟ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମାର୍ଗ ଦର୍ଶିକାରେ କୁହାଯାଇଛି। ସଂକ୍ରମିତଙ୍କ ଛେପରେ ଥିବା ଭୂତାଣୁ ବ୍ୟାପିବାର ଆଶଙ୍କା ରହିଥାଏ। ମାତ୍ର ଖରା ଅବା ଅଧିକ ତାପମାତ୍ରାରେ ଏହା ଶୁଖିଗଲେ ଆଦ୍ରତା ଅଭାବରୁ କରୋନା ଭୂତାଣୁ ବ୍ୟାପିବାରେ ବାଧା ସୃଷ୍ଟି ହୋଇଥାଏ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଦର୍ଶାଯାଇଛି।