ଲଣ୍ଡନ,୪ା୯: ଆଗକୁ ବ୍ରେକ୍ଜିଟକୁ ନେଇ ଭୋଟ ହେବାକୁ ଥିବାବେଳେ କଞ୍ଜରଭେଟିଭ ପାର୍ଟିର ଜଣେ ବିଦ୍ରୋହୀ ଏମ୍ପି ମଙ୍ଗଳବାର ଲିବେରାଲ ଡେମୋକ୍ରାଟ୍ସ ପାର୍ଟିରେ ଯୋଗଦେବା ଫଳରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ତାଙ୍କର ବ୍ରେକ୍ଜିଟ ନୀତିକୁ ଅଟକାଇବା ପାଇଁ ଏମ୍ପିମାନଙ୍କ ଯୋଜନାକୁ ଜନସନ ସମାଲୋଚନା କରିଛନ୍ତି। ବ୍ରୁସେଲ୍ସ ସହିତ ୟୁରୋପୀୟ ସଂଘ ଛାଡ଼ିବା ସର୍ତ୍ତରେ ସେ ରାଜି ନ ହୋଇପାରିଲେ ବ୍ରେକ୍ଜିଟ ଆହୁରି ବିଳମ୍ବ ହେବ। ବିରୋଧୀ ଦଳ ଏବଂ କଞ୍ଜରଭେଟିଭ୍ ପାର୍ଟିର ଏମ୍ପିମାନେ ବ୍ରେକ୍ଜିଟକୁ ବିଳମ୍ବିତ କରିବା ପାଇଁ ଯୋଜନା କରୁଥିବା ଜନ୍ସନ କହିଛନ୍ତି।