ନୂଆଦିଲ୍ଲୀ,୧୩ା୫ (ଆଇଏଏନ୍ଏସ୍): ଦେଶର ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିୟମିତ ଭାବେ ଭେଟି ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ପକ୍ଷରୁ ପରାମର୍ଶ ଦିଆଯାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ତଥା ଏଆଇସିସି କୋଷାଧ୍ୟକ୍ଷ ଅହମଦ ପଟେଲ କହିଛନ୍ତି ଯେ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛନ୍ତି। ଏହା ଆମର ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହି ବ୍ୟବସ୍ଥା ମହାମାରୀ ପରେ ମଧ୍ୟ ଜାରି ରହିବା ଉଚିତ ବୋଲି ସେ ଟୁଇଟ୍ କରିଛନ୍ତି।