Posted inଖେଳ

ସଇନୀଙ୍କ କ୍ୟାରିୟର ଆରମ୍ଭ

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି)- କଟକର ବାରବାଟୀ ଷ୍ଟାଡିୟମରେ ରବିବାର ଭାରତର ୨୨୯ତମ ଖେଳାଳିଭାବେ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଛନ୍ତି ଦ୍ରୁତ ବୋଲର ନବଦୀପ ସଇନୀ। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲି ତାଙ୍କୁ ଟିମ୍‌ ଇଣ୍ଡିଆ କ୍ୟାପ ପ୍ରଦାନ କରିଥିଲେ। ଆହତ ଦୀପକ ଚହରଙ୍କ ସ୍ଥାନରେ ସେ ଦଳରେ ସ୍ଥାନ ପାଇଥିଲେ। ମ୍ୟାଚର ୭ମ ଓଭରରେ କ୍ଲବ ହାଉସ ପଟରୁ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ବୋଲିଂଭାର ପାଇଥିଲେ ସଇନୀ। ପ୍ରଥମ ବଲ୍‌ରେ ଚୌକା ମାରି ତାଙ୍କୁ ସ୍ବାଗତ କରିଥିଲେ ଇଭିନ ଲିୱିସ। ପ୍ରଥମ ଓଭରରେ ସଇନୀ ୮ ରନ ବ୍ୟୟ କରିଥିଲେ। ମାତ୍ର ପରବର୍ତ୍ତୀ ଓଭରରେ ମାତ୍ର ୧ ରନ ଦେଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ଏହି ଡାହାଣହାତୀ ପେସର। ୧୫ତମ ଓଭରର ଶେଷ ବଲ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଲଙ୍ଗ୍‌ଅନ୍‌ରେ ଏକ ଚିତ୍ତାକର୍ଷକ କ୍ୟାଚ ନେଇ ସେ ଇଭିନ ଲିୱିସଙ୍କୁ ପ୍ୟାଭିଲିୟନ ଫେରାଇଥିଲେ। କେବଳ ସେତିକି ନୁହେଁ ନିଜ ୫ମ ଓଭରର ଦ୍ୱିତୀୟ ବଲ୍‌ରେ ବିପଜ୍ଜନକ ଶିମରନ ହେଟମେର ଏବଂ ୬ଷ୍ଠ ଓଭରର ତୃତୀୟ ବଲ୍‌ରେ ରଷ୍ଟନ ଚେଜ୍‌ଙ୍କୁ ଆଉଟ କରି ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ସଇନୀ। ଶେଷ ଭାଗରେ ମହଙ୍ଗା ରହିଥିବା ସଇନୀ ନିଜ ୧୦ ଓଭର ସ୍ପେଲରେ ୫୮ ରନ ଦେଇ ୨ଟି ଉଇକେଟ ନେଇଥିଲେ। ୧୯୯୨ ନଭେମ୍ବର ୨୩ରେ ହରିୟାଣାର କର୍ନଲରେ ଜନ୍ମିତ ସଇନୀ ପୂର୍ବରୁ ୫ଟି ଟି୨୦ ଅନ୍ତର୍ଜାତୀୟ, ୪୫ଟି ପ୍ରଥମଶ୍ରେଣୀ ଓ ୪୭ଟି ଲିଷ୍ଟ-ଏ ମ୍ୟାଚ ଖେଳିଥିଲେ। ଲିଷ୍ଟ-ଏ ମ୍ୟାଚରେ ସେ ୧୯୯୬ ରନ ଦେଇ ୭୫ ଉଇକେଟ ନେଇଥିଲେ। ଗତ ଟି୨୦ ସିରିଜରେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିଛି।
ହୋପ୍‌ଙ୍କ ୩୦୦୦ ରନ ପୂରଣ-
ବାରବାଟୀରେ ୱେଷ୍ଟଇଣ୍ଡିଜର ଶାଇ ହୋପ୍‌ ଦିନିକିଆ କ୍ରିକେଟରେ ୩୦୦୦ ରନ ପୂରଣ କରିଛନ୍ତି। ୧୫ତମ ଓଭରର ପ୍ରଥମ ବଲ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂରେ ସିଙ୍ଗଲ ରନ ନେଇ ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ସେତେବେଳକୁ ତାଙ୍କ ସ୍କୋର ଥିଲା ୩୫।
ଉତ୍କଣ୍ଠା, ଉତ୍ସାହ-
ବାରବାଟୀରେ ରବିବାର ଅନୁଷ୍ଠିତ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପାଇଁ ନାହିଁ ନ ଥିବା ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ମ୍ୟାଚ ଅପରାହ୍ନ ୧ଟା ୩୦ରେ ଆରମ୍ଭ ହୋଇଥିଲେ ହେଁ ଷ୍ଟାଡିୟମ ଗେଟ୍‌ ସକାଳ ୧୦ଟାରେ ଖୋଲିଥିଲା। ମାତ୍ର ଏହାର ଅନେକ ସମୟ ପୂର୍ବରୁ ଦର୍ଶକମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିଲା ଦେଖା ଯାଇଥିଲା। ମୁହଁରେ ରଙ୍ଗବୋଳି ନିଜ ପ୍ରିୟ ତାରକାଙ୍କୁ ଉତ୍ସାହିତ କରିବାକୁ ଷ୍ଟାଡିୟମରେ ପ୍ରବେଶ କରିଥିଲେ ଓଡ଼ିଶା ଦର୍ଶକ। ମ୍ୟାଚ ଆରମ୍ଭ ପୂର୍ବରୁ ଷ୍ଟାଡିୟମ ଦର୍ଶକରେ ଭରି ଯାଇଥିଲା। ଅଧିକାଂଶ ଦର୍ଶକ ଭାରତୀୟ ଖେଳାଳିଙ୍କ ସଦୃଶ ଜର୍ସି ପିନ୍ଧିଥିବାରୁ ପୂରା ଷ୍ଟାଡିୟମ ନୀଳ ରଙ୍ଗରେ ରଙ୍ଗୀନ ହୋଇଥିଲା।
୭ ନମ୍ବର ଶୂନସାନ
ଫନୀ ବାତ୍ୟାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବାରୁ ୭ ନମ୍ବର ଗ୍ୟାଲେରି ଦର୍ଶକଙ୍କ ପାଇଁ ଉପଲବ୍ଧ ନ ଥିଲା। ତେଣୁ ଷ୍ଟାଡିୟମର ଅନ୍ୟ ଗ୍ୟାଲେରି ଗୁଡ଼ିକ ଦର୍ଶକଙ୍କ କୋଳାହଳରେ ପ୍ରକମ୍ପିତ ହେଉଥିବାବେଳେ ୭ ନମ୍ବର ଶୂନସାନ ଥିଲା। ଏଠାରେ ଦର୍ଶକଙ୍କ ପାଇଁ ବାଲୁକାକଳା ପ୍ରଦର୍ଶିତ ହୋଇଥିଲା। ଏଥିରେ ‘ୱେଲକମ୍‌’ ଲେଖାଯାଇ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଦଳକୁ ସ୍ବାଗତ କରାଯାଇଥିଲା।
ସ୍ପାଇଡର, ସ୍ପାଇକମ୍‌ ଅନ୍ୟତମ ଆକର୍ଷଣ-
ଅନ୍ତର୍ଜାତୀୟ କ୍ରିକେଟର ପ୍ରତିଟି ମୁହୂର୍ତ୍ତକୁ ଧରି ରଖିବାପାଇଁ ଦିନକୁ ଦିନ ଆଧୁନିକ ଟେକ୍ନୋଲୋଜିର ବ୍ୟବହାର ବଢ଼ୁଛି। ସେହି କ୍ରମରେ ବାରବାଟୀରେ ମ୍ୟାଚର ବିଭିନ୍ନ ସମୟର ଫଟୋ ଉତ୍ତୋଳନ ପାଇଁ ସ୍ପାଇଡର ଓ ସ୍ପାଇକମ୍‌ କ୍ୟାମେରା ବ୍ୟବହୃତ ହୋଇଥିଲା। ସ୍ପାଇଡର କ୍ୟାମେରା ଉପରେ ଝୁଲି ରହିଥିବାବେଳେ ଚକଲଗା ସ୍ପାଇକମ୍‌ କ୍ୟାମେରା ପଡ଼ିଆରେ ବିଶେଷ ମୁହୂର୍ତ୍ତର ଫଟୋ ନେଉଥିଲା। ବିଶେଷ କରି ବ୍ୟାଟ୍ସମ୍ୟାନ ଆଉଟ ହୋଇ ପ୍ୟାଭିଲିୟନ ଫେରିବା ସମୟରେ ଏବଂ ନୂଆ ବ୍ୟାଟ୍ସମ୍ୟାନ କ୍ରିଜକୁ ଯିବାବେଳେ ଏହା ତାଙ୍କ ଚାରିପଟରେ ବୁଲି ଚିତ୍ର ଉତ୍ତୋଳନ କରୁଥିଲା। ଏହାକୁ ରିମୋଟରେ କଣ୍ଟ୍ରୋଲ କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri