ସକାଳୁଆ କାର୍ଯ୍ୟାଳୟ, ଚୌକି ଖାଲି

ବଅଁରପାଳ, ୨୬।୪ (ଡି.ଏନ୍‌.ଏ.)- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସରକାର ସକାଳୁଆ କରିଛନ୍ତି। ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ହିତାଧିକାରୀମାନେ ଯେପରି ତାତିରୁ ରକ୍ଷା ପାଇବା ସହ ସୁବିଧାରେ କାମ ହାସଲ କରି ଫେରିପାରିବେ ସେଥିପାଇଁ ସରକାର ଏପରି ବ୍ୟବସ୍ଥା କରିଛନ୍ତି। କିନ୍ତୁ ବଅଁରପାଳ ବ୍ଲକ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଗୁରୁବାର ମଧ୍ୟାହ୍ନ ପର୍ଯ୍ୟନ୍ତ ବ୍ଲକ ଅଫିସର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଚୌକି ଖାଲି ପଡ଼ିଥିବାରୁ କାର୍ଯ୍ୟାଳୟକୁ ଆସିଥିବା ହିତାଧିକାରୀମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖାଯାଇଛି।
ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଚାଲିବ ବୋଲି ସରକାର ସମୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ ଗୁରୁବାର ପୂର୍ବାହ୍ନ ୧୧ଟାରୁ ୧୨ଟା ୧୦ ପର୍ଯ୍ୟନ୍ତ ବଅଁରପାଳ ବ୍ଲକ କାର୍ଯ୍ୟାଳୟରେ ବହୁ ଅଧିକାରୀଙ୍କ ଚୌକି ଖାଲି ପଡ଼ିଥିଲା। ବିଡିଓଙ୍କ କାର୍ଯ୍ୟାଳୟ ବନ୍ଦ ଥିବାବେଳେ ପ୍ରଗତି ସହାୟକ, ସାମାଜିକ ଶିକ୍ଷା ସଙ୍ଗଠକ ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଚୌକିରେ କେହି ନ ଥିଲେ। ସେହିପରି କାର୍ଯ୍ୟାଳୟରେ କେତେବେଳେ କେଉଁ ଅଧିକାରୀ ରହୁଛନ୍ତି କିମ୍ବା କେଉଁ ଅଧିକାରୀ ଟୁର୍‌ ଓ ଟ୍ରେନିଂରେ ଯାଉଛନ୍ତି ସେ ନେଇ କାର୍ଯ୍ୟାଳୟ ସମ୍ମୁଖରେ ଏକ ସୂଚନା ମରାଯିବାର ନିୟମ ଥିଲେ ବି ତାହା ପାଳନ ହେଉନାହିଁ। ଫଳରେ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ହିତାଧିକାରୀ ଅଧିକାରୀମାନଙ୍କୁ ନ ପାଇ ହଇରାଣ ହରକତ ହେଉଥିବା ବେଳେ ଅଫିସରେ କେଉଁ ଅଧିକାରୀ ରହୁଛନ୍ତି ଓ କେଉଁ ଅଧିକାରୀ ବାହାରକୁ ଯାଇଛନ୍ତି ତାହା ଜଣାପଡ଼ୁ ନାହିଁ। ବ୍ଲକରେ ଦୀର୍ଘ ଦିନ ହେଲା ଅତିରିକ୍ତ ବିଡିଓ ପଦବୀ ଖାଲି ପଡ଼ିଛି। ୩୫ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସ୍ଥାନରେ ୨୬ ଜଣ ରହିଛନ୍ତି। ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ସ୍ଥାନରେ ଜଣେ ରହିଛନ୍ତି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ବଅଁରପାଳ ବିଡିଓ ସ୍ବରୂପା ନନ୍ଦ ସାହୁଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ। ଅତିରିକ୍ତ ଶିକ୍ଷା ଅଧିକାରୀ ମନୋରମା ମାଝି କହିଛନ୍ତି, ବିଡିଓ ଅନୁଗୋଳଠାରେ ବୈଠକକୁ ଯାଇଛନ୍ତି। ସରକାରୀ କାର୍ଯ୍ୟରେ ମଁୁ ବାହାରେ ଥିବାରୁ ବ୍ଲକକୁ ଯାଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଉଥିଲେ ଅତିରିକ୍ତ ତହସିଲଦାର: ଛକିରହିଥିଲା ଭିଜିଲାନ୍ସ ,ପରେ ଯାହା ହେଲା…

ସମ୍ବଲପୁର,୧୯।୪: ଲାଞ୍ଚ ନେଇ ଧରାପଡ଼ିଲେ ସମ୍ବଲପୁର ଜିଲା ମାନେଶ୍ବର ଅତିରିକ୍ତ ତହସିଲଦାର। ମାନେଶ୍ବର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ଚାଷଜମିର କିସମ...

ଟୁଇନ୍‌ ସିଟିରେ ହେବ ନୂଆ ଆଇଟି ପାର୍କ

ଭୁବନେଶ୍ୱର,୧୯।୪: ଟୁଇନ୍‌ ସିଟିରେ ହେବ ନୂଆ IT ପାର୍କ। ଏ ନେଇ ପୂର୍ତ୍ତ ମନ୍ତ୍ରୀ ପଥ୍ବିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହି ପାର୍କ ୧୦୦୦ ହେକ୍ଟର...

ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟସଚିବ ଶକ୍ତିକାନ୍ତ ଦାସ

କେନ୍ଦୁଝର,୧୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଓଡ଼ିଶାକୁ ତିନି ଦିନିଆ ଗସ୍ତରେ ଆସିଥିବା ବେଳେ ଶନିବାର କେନ୍ଦୁଝର ଗ୍ରସ୍ତରେ...

ଦାରିଙ୍ଗବାଡି ବନାଞ୍ଚଳରେ ଅବାଧ ଗଛକଟା ଘଟଣା: ବନ ବିଭାଗ ସେଣ୍ଟ୍ରିଙ୍ଗ ଭାଙ୍ଗି ଜବତ କଲା କାଠ

ଦାରିଙ୍ଗବାଡି,୧୯।୪ (ଅରୁଣ ସାହୁ): ପୋଲ ନିର୍ମାଣରେ ମୂଲ୍ୟବାନ ଶାଳ କାଠକୁ ସେଣ୍ଟ୍ରିଙ୍ଗରେ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଖବର ଧରିତ୍ରୀରେ...

BJD: ବିଜେଡିରେ ଚାଲିଛି କ’ଣ? ପଛେଇଗଲେ ବଡ଼ ନେତା

ଭୁବନେଶ୍ୱର,୧୯।୪: ୯ମ ଇନିଂସରେ ପାଦ ଛାପିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କୁ ଶନିବାର ବିଜୁ ଜନତା ଦଳ (ବିଜେଡି)ର ସଭାପତି ଭାବେ ପୁନଃ...

Subhadra Money: ୪ଦିନ ପରେ ମିଳିବ ସୁଭଦ୍ରା ଟଙ୍କା: କହିଦେଲେ ପ୍ରଭାତୀ, ଏମାନଙ୍କୁ ମିଳିବନି ୧୦ହଜାର

ଭୁବନେଶ୍ୱର,୧୯।୪: ମହିଳାଙ୍କ ପାଇଁ ଖୁସି ଖବର। ସୁଭଦ୍ରା ଟଙ୍କାକୁ ଅପେକ୍ଷା କରିଥିବା ମହିଳାଙ୍କ ପାଇଁ ଆସିଛି ବଡ଼ ଖବର । ପୁଣି ମିଳିବ ସୁଭଦ୍ରା ଟଙ୍କା...

ପେଟ ପାଇଁ ଗାଁ ବୁଲୁଛି ଓଟ

ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ସୁଦୂର ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ କେତେଜଣ ବ୍ୟକ୍ତି ଓଟକୁ ଧରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଗାଁକୁ ଗାଁ ବୁଲି...

ଚୋରିଯାଇଥିବା ଜେସିବି ଜବତ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡି,୧୯।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ କୁ ମିଳିଛି ବଡ଼ ସଫଳତା। ଚୋରିଯାଇଥିବା ଏକ ଜେସିବିକୁ ପୋଲିସ ଉଦ୍ଧାର କରିବା ସହ ଚୋରି କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image