ସକାଳେ ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ

ନିଜର ୟୁନିକ୍‌ ଭଏସ୍‌ ପାଇଁ କଣ୍ଠଶିଳ୍ପୀ ସତ୍ୟଜିତ୍‌ ପ୍ରଧାନ ଓଲିଉଡ ଜଗତରେ ବେଶ ପରିଚିତ। ଗତ କିଛିବର୍ଷ ହେବ ତାଙ୍କର ଅନେକ ଗୀତକୁ ଶ୍ରୋତା ପସନ୍ଦ କରିବା ସହ ହିଟ୍‌ର ମୋହର ମାରିଛନ୍ତି। ୨୦୧୮ ମସିହାରେ ସତ୍ୟଜିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ହାସଲ କରିଥିଲେ। ତେବେ ନିଜର ଫିଟନେସ୍‌ ପାଇଁ ସେ ବିଶେଷ ଧ୍ୟାନ ଦିଅନ୍ତି ବୋଲି କୁହନ୍ତି।

ସକାଳୁ ଉଠିବା ପରେ କିଛି ସମୟ ଯୋଗ, ପ୍ରାଣାୟମରେ ସମୟ ବିତାଏ। ଯୋଗ, ପ୍ରାଣାୟାମ ଦ୍ୱାରା କେବଳ ଶରୀର ଫିଟ୍‌ ରୁହେନି, ସୁସ୍ଥ ମାନସିକତା ଜାଗ୍ରତ ହୁଏ। ମୃଦୁ ପାନୀୟ ଆଦୌ ପିଏ ନାହିଁ। ସକାଳଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଉଷୁମ ପାଣି ପିଇବାକୁ ପ୍ରାଧାନ୍ୟ ଦିଏ। ବ୍ରେକଫାଷ୍ଟରେ ଗଜା ବୁଟ ଓ ଛତୁଆ ନିୟମିତ ଖାଇଥାଏ।
ମିଠା ଠାରୁ ଦୂରରେ ରୁହେ
ମିଠା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ମୁଁ ବି ମିଠା ଜାତୀୟ ଖାଦ୍ୟ ଖାଇବାକୁ ଭଲ ପାଏ। ହେଲେ ନିଜକୁ ଫିଟ ରଖିବା ପାଇଁ ମନସ୍ଥ କରିବା ଦିନଠାରୁ ମିଠାଠାରୁ ଦୂରରେ ରହୁଛି। କଟକିଆ ହୋଇଥିବାରୁ ଦହିବରାକୁ ଆଡେଇ ପାରେନି। ଯେଉଁଠି ସୁଯୋଗ ମିଳେ, ଦହିବରା ଖାଏ।
ପ୍ରୋଗ୍ରାମ ଥିଲେ ଭେଜ୍‌ ଖାଏ
କୌଣସି ଡବିଂ କିମ୍ବା ଷ୍ଟେଜ ସୋ ପ୍ରୋଗ୍ରାମକୁ ଯିବାକୁ ଥିଲେ ଘରେ ଭଲ ଭାବେ ଖାଇ ଦେଇ ଯାଏ। ସେଠାରେ ଭୋକ ଲାଗିଲେ ମସଲାଯୁକ୍ତ ଖାଦ୍ୟ ଜମା ଖାଏନି। ଭେଜ ଖାଇବାକୁ ଭଲ ପାଏ। ରୁଟି, ସନ୍ତୁଳା ହେଲେ ବି କୌଣସି ଆପତ୍ତି କରେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ଘନ କୁହୁଡ଼ି ମଧ୍ୟରେ ବିମାନବନ୍ଦର: ୧୦୦ରୁ ଅଧିକ ବିମାନ ବାତିଲ, ଟ୍ରେନ ଚଳାଚଳ ବିଳମ୍ୱ

ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀ ଏନ୍‌ସିଆରରେ ଘନ କୁହୁଡ଼ି ସାଙ୍ଗକୁ ଦୃଶ୍ୟମାନତା ଶୂନ୍ୟ ହ୍ରାସ ଯୋଗୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ...

କୁହୁଡ଼ି ତାଣ୍ଡବ: ପଛକୁ ପଛ ପିଟିହେଲା ୨୫ କାର୍, ୨ ପୋଲିସ କର୍ମଚାରୀଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧୨: ଆଜି ସକାଳେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା । ଯାହା ଫଳରେ ସମସ୍ତ ପ୍ରକାରର ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।...

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri