ସଙ୍କଟରେ ବିଶ୍ୱର ଅଧା ଶ୍ରମଶକ୍ତି

ଜେନେଭା,୩।୫ : ମହାମାରୀ କରୋନା ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍‌ ଯୋଗୁ ଅଣସଙ୍ଗଠିତ ଅର୍ଥନୀତିର ପ୍ରାୟ ୧୬୦ କୋଟି ଶ୍ରମିକ ଜୀବିକା ହରାଇବେ, ଯାହାଙ୍କୁ ବିଶ୍ୱର ଅଧା ଶ୍ରମଶକ୍ତି ବୋଲି ଧରାଯାଇଥାଏ। ସେହିପରି ୪୩୬ ନିୟୁତ ଉଦ୍ୟୋଗ ବନ୍ଦ ହେବା ଅବସ୍ଥାକୁ ଚାଲିଆସିଛି ବୋଲି ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ) ପକ୍ଷରୁ ଶନିବାର ସତର୍କ କରିଦିଆଯାଇଛି।
ବିଶ୍ୱର ନିଯୁକ୍ତି ହରାଇବା ସମ୍ପର୍କିତ ଆଇଏଲ୍‌ଓର ସଦ୍ୟ ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ର ଦ୍ୱିତୀୟ ତ୍ରୈମାସରେ କାର୍ଯ୍ୟ ସମୟ ବହୁ ପରିମାଣରେ ହ୍ରାସ ପାଇବ, ଯାହାକି ପୂର୍ବରୁ କେବେ ଆକଳନ କରାଯାଇ ନ ଥିଲା। ୨୦୧୯ର ଶେଷ ତ୍ରୈମାସ ତୁଳନାରେ ସ୍ଥିତି ଏବେ ୧୦.୫% ବିଗିଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି। ଅର୍ଥାତ୍‌ ୩୦୫ ନିୟୁତ ପୂର୍ଣ୍ଣକାଳୀନ ନିଯୁକ୍ତି (ସପ୍ତାହକ ୪୮ ଘଣ୍ଟା କାମ) ଉଚ୍ଛେଦ ହେବ ବୋଲି ‘ଆଇଏଲ୍‌ଓ ମନିଟର ଥାର୍ଡ ଏଡିଶନ: କୋଭିଡ୍‌-୧୯ ଆଣ୍ଡ ଦି ଓ୍ବାଲର୍‌ଡ ଅଫ୍‌ ଓ୍ବାର୍କ’ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତମାସର ଆକଳନରେ ଏହି ହାର ୬.୭% (୧୯୫ ନିୟୁତ ପୂର୍ଣ୍ଣକାଳୀନ ଶ୍ରମିକଙ୍କ କାର୍ଯ୍ୟ) ହ୍ରାସ ପାଇବ ବୋଲି ଅନୁମାନ କରାଯାଉଥିଲା। ତେବେ ମହାମାରୀ କରୋନା ଲାଗି ସୃଷ୍ଟି ହୋଇଥିବା ସଙ୍କଟ ଯୋଗୁ ଅଣସଙ୍ଗଠିତ କ୍ଷେତ୍ରର ମୋଟ ୨ ବିଲିୟନ୍‌ ଶ୍ରମିକଙ୍କ ମଧ୍ୟରୁ ୧.୬ ବିଲିୟନ ଜୀବିକା ହରାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ପ୍ରକାଶ ଯେ, ବର୍ତ୍ତମାନ ସାରା ବିଶ୍ୱରେ ୩.୩ ବିଲିୟନ୍‌ ବା ୩୩୦ କୋଟି ଶ୍ରମଶକ୍ତି ରହିଛନ୍ତି। କାରଣ ଲକ୍‌ଡାଉନ୍‌ ଯୋଗୁ ଶ୍ରମିକମାନଙ୍କ ଉପାର୍ଜନ କ୍ଷମତା ବହୁ ପରିମାଣରେ କମିଯାଇଛି। ସେହିପରି ସାରା ବିଶ୍ୱରେ ୪୩୬ ନିୟୁତ ଉଦ୍ୟୋଗ ଉପରେ ସଙ୍କଟର ବାଦଲ ଘନେଇଛି। ଏହି ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଦୁର୍ଦ୍ଦିନ ଆସିଯାଇଛି। ସେଥିମଧ୍ୟରୁ ହୋଲ୍‌ସେଲ ଓ ରିଟେଲ ସେକ୍ଟରରେ ୨୩୨ ନିୟୁତ, ମାନୁଫାକ୍‌ଚରିଂରେ ୧୧୧ ନିୟୁତ, ଆକୋମୋଡେଶନ ଓ ଫୁଡ୍‌ ସର୍ଭିସ୍‌ରେ ୫୧ ନିୟୁତ ଏବଂ ରିୟଲ୍‌ ଇଷ୍ଟେଟ୍‌ ତଥା ଅନ୍ୟ ବ୍ୟବସାୟିକ କ୍ଷେତ୍ରରେ ୪୨ ନିୟୁତ ଉଦ୍ୟୋଗ ରହିଛି। ତେଣୁ ଏଭଳି ସଙ୍କଟରେ ଶ୍ରମିକ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ବିଶେଷକରି କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ସହାୟତା ପ୍ରଦାନ କରିବା ଜରୁରୀ ବୋଲି ଆଇଏଲ୍‌ଓ ପକ୍ଷରୁ ଆହ୍ବାନ ଦିଆଯାଇଛି। ଆଇଏଲ୍‌ଓ ମହାନିର୍ଦ୍ଦେଶକ ଗାଏ ରାଇଡର କହିଛନ୍ତି, ଲକ୍ଷ ଲକ୍ଷ ଶ୍ରମିକ କିଛି ଆୟ କରି ନ ପାରିବାର ମାନେ ହେଉଛି ସେମାନେ ଖାଦ୍ୟ, ନିରାପତ୍ତା ଓ ଭବିଷ୍ୟତ ହରାଇବେ। ମହାମାରୀ ଓ ନିଯୁକ୍ତି ସଙ୍କଟ ବଢ଼ିବାରେ ଲାଗିଥିବାରୁ ଶ୍ରମିକମାନେ ଅଧିକ ବିପଦ ଭିତରକୁ ଠେଲି ହୋଇଯାଉଛନ୍ତି। ଉଦ୍ୟୋଗଗୁଡ଼ିକୁ ସହଯୋଗ କରା ନ ଗଲେ ସେଗୁଡ଼ିକ ଲୋପ ପାଇଯିବା ଭଳି ଅବସ୍ଥା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଭାରତ ଉପରୁ ଟାରିଫ୍‌ ହଟାଯାଉ

ଓ୍ବାଶିଂଟନ,୧୪ା୧୨: ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଯିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜାତୀୟ ଏମର୍ଜେନ୍ସି ଘୋଷଣା ବୋଲି ଆମେରିକା ହଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର...

ପାକିସ୍ତାନ ୟୁନିଭରସିଟିରେ ଏଣିକି ପଢାଯିବ ମହାଭାରତ ଓ ଗୀତା, ବଡ଼ ନିଷ୍ପତ୍ତି ନେଲେ…

ଇସଲାମବାଦ,୧୩।୧୨: ବିଭାଜନ ପରେ ପ୍ରଥମ ଥର ପାଇଁ, ପାକିସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ପ୍ରାଚୀନ ଭାଷା ସଂସ୍କୃତର ଆନୁଷ୍ଠାନିକ ଶିକ୍ଷାଦାନ ଆରମ୍ଭ ହୋଇଛି। ଏହି ପଦକ୍ଷେପ ଲାହୋର...

ଆମେରିକାରେ ଅଶାନ୍ତି! ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ଅଦାଲତରେ ୨୦ ରାଜ୍ୟ

ନୂଆଦିଲ୍ଲୀ,୧୩।୧୨: ଟ୍ରମ୍ପ ପ୍ରଶାସନର ନୂତନ H-1B ଭିସା ଆବେଦନ ଉପରେ ୧୦୦,୦୦୦ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆମେରିକାର ୨୦ଟି ରାଜ୍ୟ ଏକ...

ପୁଟିନ୍‌ଙ୍କୁ ଭେଟିବାକୁ ଯାଇ ପାକ୍‌ ପ୍ରଧାନମନ୍ତ୍ରୀ ହଟହଟା, ୪୦ ମିନିଟ୍‌ ଅପେକ୍ଷା କରି…

ନୂଆଦିଲ୍ଲୀ,୧୩ା୧୨: ତୁର୍କମେନିସ୍ତାନରେ ଶୁକ୍ରବାର ଏକ ଅନ୍ତର୍ଜାତୀୟ ଫୋରମ୍‌ର ୩୦ତମ ବାର୍ଷିକୀ ପାଳନ ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟିବା...

GEN-Z ବିଦ୍ରୋହ ପାଇଁ ନେପାଳକୁ ଦେବାକୁ ପଡ଼ିଲା ବହୁମୂଲ୍ୟ, ୪୨ ବିଲିୟନ ଡଲାର ଅର୍ଥନୀତିକୁ ୫୮୬ ନିୟୁତ ଡଲାର କ୍ଷତି

କାଠମାଣ୍ଡୁ,୧୨।୧୨: GEN-Z ଯୁବକମାନଙ୍କ ନେତୃତ୍ୱରେ ସେପ୍ଟେମ୍ବରରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ନେପାଳକୁ ବହୁ କ୍ଷତି ସହିବାକୁ ପଡିଲା। ଜେନ-ଜେଡ ଆନ୍ଦୋଳନ ଦ୍ୱାରା ହୋଇଥିବା ହିଂସା,...

ଭାରତକୁ ସୁପର ପାଓ୍ବାର ଗ୍ରୁପକୁ ନେଇଯିବେ ଟ୍ରମ୍ପ? ଜାଣନ୍ତୁ ଆମେରିକାର ‘କୋର-୫’ ପ୍ଲାନ

ଓ୍ବାଶିଂଟନ,୧୨।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା, ଭାରତ, ଚାଇନା, ରୁଷିଆ ଏବଂ ଜାପାନକୁ ନେଇ ଏକ ନୂଆ ‘କୋର୍‌ ୫’ (କଠିନ-ଶକ୍ତି ଗୋଷ୍ଠୀକରଣ) ଯୋଜନା...

ପୁଟିନଙ୍କ ବଡ଼ ଚାଲ୍‌: ନୂଆଦିଲ୍ଲୀରୁ ଫେରିବା ପରେ ଭାରତର ୨ ଶତ୍ରୁଙ୍କୁ ଭେଟିବେ

ମସ୍କୋ,୧୨।୧୨: ଭାରତ ଗସ୍ତର ୮ ଦିନ ପରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁର୍କମେନିସ୍ତାନ ଗସ୍ତ କରୁଛନ୍ତି। ଏହି ଦୁଇ ଦିନିଆ ଗସ୍ତ ସମୟରେ, ପୁଟିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri