ସଙ୍ଗରୋଧରେ ରହିଲେ ରଥ ନିର୍ମାଣକାରୀ: ୨ ଭକ୍ତ ନିବାସରେ ୧୪୮ ସେବକ

ପୁରୀ ଅଫିସ,୧୧।୫: ଜୁନ୍‌ ୨୩ରେ ରଥଯାତ୍ରା। ତେଣୁ କମ୍‌ ସମୟରେ କିପରି ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବ ଓ ଧାର୍ଯ୍ୟ ସମୟ ମଧ୍ୟରେ କାମ ସରିବ ତାହାକୁ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ରଥ ନିର୍ମାଣରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିଲାଗି ବିଭିନ୍ନ ପଦକ୍ଷେପ ନେଇଛି। ରବିବାର ପୁରୀରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ରଥ ନିର୍ମାଣକାରୀ ସେବକମାନେ ଯେପରି ଅନ୍ୟ କାହା ସଂସ୍ପର୍ଶରେ ନ ଆସନ୍ତି ସେମାନଙ୍କୁ କ୍ବାରାଣ୍ଟାଇନ (ସଙ୍ଗରୋଧ)ରେ ରଖିବା ଲାଗି ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ରବିବାରଠାରୁ ରଥ ନିର୍ମାଣକାରୀ ମହାରଣା, ଭୋଇ, ରୂପକାର ଏବଂ କମାର ସେବକ ସଙ୍ଗରୋଧରେ ରହିଛନ୍ତି। ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତନିବାସ ଏବଂ ନୀଳାଚଳ ଭକ୍ତ ନିବାସରେ ପ୍ରାୟ ୧୪୮ ସେବକ ରହିଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ରଥଖଳାରେ ନିର୍ମାଣ କାର୍ଯ୍ୟ ସରିବା ପରେ ସମ୍ପୃକ୍ତ ସେବକମାନେ ଭକ୍ତ ନିବାସକୁ ଆସିଥିଲେ। ସେଠାରେ ନାମ ପଞ୍ଜୀକୃତ କରାଯାଇ ସମସ୍ତଙ୍କୁ ରଖାଯାଇଛି। ଉନ୍ନୟନ ପ୍ରଶାସକଙ୍କ ସୂଚନା ମୁତାବକ, ଜଣେ ବ୍ୟକ୍ତିଙ୍କ ଦୈନନ୍ଦିନ ଚଳଣି ପାଇଁ ଯାହା ଆବଶ୍ୟକ ତାହାର ବ୍ୟବସ୍ଥା ହୋଇଛି। ଓଟିଡିସିର ପାନ୍ଥନିବାସକୁ ଖାଦ୍ୟ ଯୋଗାଇବା ଦାୟିତ୍ୱ ଦିଆଯାଇଛି। ରବିବାର ୧୪୮ ଜଣଙ୍କ ନାମ ରେଜିଷ୍ଟ୍ରେଶନ କରାଯାଇଥିଲା। ପ୍ରାୟ ସମସ୍ତେ ରହିଥିବା ଉନ୍ନୟନ ପ୍ରଶାସକ ଜେନା କହିଛନ୍ତି। ସୂଚନାଥାଉ କି, ରଥ ନିର୍ମାଣକାରୀଙ୍କ ରହଣି ଲାଗି ଶ୍ରୀମନ୍ଦିର ପ୍ରଶାସନ ନୀଳାଦ୍ରି ଭକ୍ତ ନିବାସରେ ୧୦୧ ରୁମ୍‌, ଗୁଣ୍ଡିଚା ମନ୍ଦିର ଭକ୍ତ ନିବାସରେ ୭୦ ଏବଂ ନୀଳାଚଳ ଭକ୍ତ ନିବାସରେ ୩୫ଟି ରୁମ୍‌ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମନ୍ୱିତ କୃଷି ପଦ୍ଧତିରେ ସାମିଲ ହେଲେ କୋଟିଆର ୨୨ ଚାଷୀ

ପଟ୍ଟାଙ୍ଗି୨୫/୧୧(ଶରତ ଧଳ): କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ପଞ୍ଚାୟତକୁ ସ୍ଵତନ୍ତ୍ର ଧ୍ୟାନ ଦେଉଥିବା ବେଳେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ସମନ୍ୱିତ କୃଷି ପଦ୍ଧତିରେ ୨୨...

ମେଗାଲିଫ୍ଟ କେନାଲରୁ ଜଳସେଚନ ଦାବି: ୩ ରେ ଅଖଚକ ବନ୍ଦ କରିବେ କୋକସରା ବ୍ଲକ ଚାଷୀ

କୋକସରା,୨୫/୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ୨୨ ପଞ୍ଚାୟତର ଚାଷୀଙ୍କୁ ନେଇ ଗଠିତ ସଚେତନ କୃଷକ ମଞ୍ଚ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ...

ବବିଙ୍କ ଲଲଙ୍କ ଜାମିନ ଆବେଦନ ଖାରଜ, ଆଉ ୩ ମାମଲା ରୁଜୁ

ଯାଜପୁର/ଯାଜପୁର ଟାଉନ(ହର୍ଷବର୍ଦ୍ଧନ ବେହେରା/ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି),୨୫ା୧୧: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରସାଦ ଦାସ(ଲଲ)ଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ...

ସରକାରୀ ପାଣ୍ଠି ଆତ୍ମସାତ କରି ବନ୍ଧା ହେଲେ ଫରେଷ୍ଟର, ଗାଁ ସାଥି

କୋରାପୁଟ, ୨୫।୧୧: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର, ଗାଁ ସାଥି। ଚରଣ ଜମିରୁ ଚାଷ ଜମିକୁ ଗୃହପାଳିତ ପଶୁ ବା ବାହ୍ୟ...

ଦୁର୍ଗମ ଜଙ୍ଗଲରେ ହେଉଥିଲା ଗଞ୍ଜେଇ ଚାଷ, ନଷ୍ଟ କଲା ପୋଲିସ, ଅବକାରୀ ଟିମ

ଦିଗପହଣ୍ଡି/ପାଟପୁର,୨୫।୧୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର,କନ୍ଧ ଜକର ଏବଂ ବୋରେଇ ପାହାଡ ଗ୍ରାମ ସଂଲଗ୍ନ ଦୁର୍ଗମ ଜଙ୍ଗଲରେ...

ବ୍ରିଟିଶ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟିପଡିଲା ପିକଅପ୍‌ ଭ୍ୟାନ: ୨୫ ଆହତ, ଜଣେ ମୃତ

ପଟ୍ଟାଙ୍ଗି,୨୫।୧୧(ଶରତ ଧଳ): ପଡୋଶୀ ଆନ୍ଧ୍ର ରାଜ୍ୟକୁ ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨୫ ଜଣ ଆହତ ହୋଇଥିବା...

ମା’ ବିରଜା ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୧୧: ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ। ଓଡିଶାର ଜନସାଧାରଣଙ୍କ  ଧାର୍ମିକ ଓ ଆଧ୍ୟାତ୍ମିକ...

ଦେଶୀ ବନ୍ଧୁକ ବେପାର ଠାବ: ବରଗଡ଼ରୁ ବିହାରକୁ ଲମ୍ବିଛି ଚେର, ୫ ଗିରଫ

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଦେଶୀ ବନ୍ଧୁକ ବେପାର ଠାବ କରିଛି। ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri