ସଧବା ପାଉଛନ୍ତି ବିଧବା ଭତ୍ତା : ଯୁବକ ହାତଉଛନ୍ତି ବାର୍ତ୍ତକ୍ୟ ଭତ୍ତା, କାର୍ଯ୍ୟାନୁଷ୍ଠାନ ଦାବି

ହାଟଡିହୀ,୧୫ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ୩୧ଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶରେ ଆଜକୁ ୯ବର୍ଷରୁ ଊର୍ଦ୍ଧ୍ୱ ହେବ କିଛି ସଧବା ମିଛ ପ୍ରମାଣପତ୍ର ଦର୍ଶାଇ ବିଧବା ଭତ୍ତା ନେଉଥିବାବେଳେ କେତେକ ଯୁବକ ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ଅଭିଯୋଗ ହେଉଛି। ହାବଳେଶ୍ୱର, ସୁଲଣ ପରି ପଞ୍ଚାୟତ ଏହାର ଉଦାହରଣ ସାଜିଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରନ୍ତା।  ଏ ସମ୍ବନ୍ଧରେ ଉକ୍ତ ପଞ୍ଚାୟତ ସହ ଅନ୍ୟାନ୍ୟ ପଞ୍ଚାୟତର ପିଇଓ ଓ ସରପଞ୍ଚଙ୍କ ମତନେବାରୁ ଜଣାପଡ଼େ ଯେ, ଏନେଇ ସେମାନଙ୍କୁ ପୂର୍ବରୁ ଅବଗତ ନ ଥିଲେ କି ଏବେ ନାହାନ୍ତି। ପୂର୍ବରୁ କାର୍ଯ୍ୟଭାର ତୁଲାଉଥିବା ସରପଞ୍ଚ କିମ୍ବା ପିଇଓ ଏ ସମ୍ବନ୍ଧରେ ବେଶ୍‌ ଭଲ ଭାବେ ଅବଗତ କରାଇ ପାରିବେ ବୋଲି ପାଲଟା ଉତ୍ତର ଦେଇଥିଲେ। ଗରିବ, ବିଧବା, ବୃଦ୍ଧାବୃଦ୍ଧ ଓ ଭିନ୍ନକ୍ଷମ ଶ୍ରେଣୀର ଯୋଗ୍ୟ ବିବେଚିତ ହିତାଧିକାରୀ ବାଦ୍‌ ପଡ଼ିଯାଉଥିବାବେଳେ ଅଯୋଗ୍ୟ ହିତାଧିକାରୀ କାହା ମାଧ୍ୟମରେ ଏହି ଭତ୍ତା ଯୋଜନାରେ ସାମିଲ ହୋଇପାରିଛନ୍ତି ତାହା ପ୍ରଶାସନର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ଲକ ପ୍ରଶାସନର ମତ ନେବାରୁ ଜଣାପଡ଼େ ଯେ, ଏହିଭଳି ଅଭିଯୋଗ ଏବେ ସୁଦ୍ଧା ଆସିନାହିଁ । ଆସିଲେ ତଦନ୍ତ କରାଯିବ। ସରକାରଙ୍କ ବହୁମୁଖୀ ଯୋଜନାରୁ ଏହିଭଳି ପ୍ରକ୍ରିୟା ମାଧ୍ୟମରେ ପ୍ରକୃତ ହିତାଧିକାରୀ ହୋଇ ନ ଥିବା ସତ୍ତ୍ୱେ ଲୁଟ୍‌ କରିଥିବା ଅର୍ଥରାଶିକୁ ଫେରାଇ ନେବା ସହ ସେମାନଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri