ସଫଳ ହେଉଛି ସଟ୍ ଡାଉନ୍‌: କେବଳ ଜରୁରୀକାଳୀନ କର୍ମଚାରୀଙ୍କୁ ପାସ୍‌

କଟକ ଅଫିସ୍‌, ୪ା୪(ବ୍ୟୁରୋ) : ୪୮ ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା ପରେ ସହରର ପ୍ରତ୍ୟେକ ଛକ, ଗଳିର ପ୍ରବେଶ ପଥରେ ଜଗି ରହିଛି ପୋଲିସ । ପୋଲିସର ଅସ୍ଥାୟୀ ଶିବିର ସାଧାରଣ ଲୋକଙ୍କ ଗତିବିଧି ଉପରେ ନଜର ରଖୁଛି । ଅପରାହ୍ନ ସୁଦ୍ଧା ଜଣେ ହେଲେ ବି ବ୍ୟକ୍ତି ବିନା କାରଣରେ ରାସ୍ତାକୁ ଆସି ନାହାନ୍ତି ବୋଲି ଉପସ୍ଥିତ ପୋଲିସ କର୍ମଚାରୀମାନେ ସୂଚନା ଦେଇଛନ୍ତି । କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବିଭିନ୍ନ କର୍ମଚାରୀ ଘରୁ ବାହାରିଛନ୍ତି । ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା କରାଯାଇଛି । ଏହାକୁ ଦେଖାଇ ସେମାନେ କାର୍ଯ୍ୟରେ ଯାଇଥିବା ମଧୁପାଟଣା, ବାଦାମବାଡ଼ି ଥାନା ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ସହରର ବିଭିନ୍ନ ଗଳିର ପ୍ରବେଶ ପଥରେ ଦଉଡି ବାନ୍ଧି ଦିଆଯାଇଛି । ଫଳସ୍ୱରୂପ ଗଳି ଭିତରକୁ ଯିବା, ଆସିବା ଏକପ୍ରକାର ବନ୍ଦ ରହିଛି । ପ୍ରତ୍ୟେକ ମୁଖ୍ୟ ଛକରେ ବ୍ୟାରିକେଡ ବ୍ୟବସ୍ଥା ବ୍ୟାପକ ଭାବେ କରାଯାଇଥିବା ଦେଖିବାକୁ ମିଳୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ଆତ୍ମହତ୍ୟା ଘଟଣା: ମୃତଙ୍କ ପରିବାରଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଛତ୍ରପୁର, ୨୭।୧୨(ସନ୍ତୋଷ ପାଢ଼ୀ): ଅଦିନିଆ ବର୍ଷାରେ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି କ୍ଷତି ହେବାରୁ ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ବଡ଼ମାଧପୁର ପଂଚାୟତ ବରଙ୍ଗ ଗ୍ରାମର...

ଅବସର ନେବାକୁ ଆହୁରି ଦୁଇ ବର୍ଷ ବାକିଥିଲା, ମାତ୍ର ଝୁଲିପଡ଼ିଲେ ଏଏସ୍‌ଆଇ

ତେନ୍ତୁଳିଖୁଣ୍ଟି,୨୭ା୧୨(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଏଏସ୍‌ଆଇ ରେଣୁପ୍ରସାଦ ପ୍ରଧାନ ୨୩ ତାରିଖ ସୋମବାରରୁ ନିଖୋଜ ଥିଲେ। ସେ ଥାନାକୁ ଆସୁ ନ ଥିବା...

ପୁଣି ଆସୁଛି ବର୍ଷା, ଚିନ୍ତାରେ ଚାଷୀ

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୋଟିଏ ଦିନ ପାଗ ଶୁଖଲା ରହିଥିବାବେଳେ ପୁଣି ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା...

ରାଜ୍ୟ ବାହାର ବାଘଙ୍କୁ ସୁହାଉନି ଓଡ଼ିଶା ଜଙ୍ଗଲ

ଭୁବନେଶ୍ୱର, ୨୭ା୧୨(ବନ୍ଦନା ସେଠୀ):ଓଡ଼ିଶା ଜଙ୍ଗଲକୁ ପସନ୍ଦ କରୁନାହାନ୍ତି ରାଜ୍ୟ ବାହାରର ବାଘ। ଶିମିଳିପାଳରେ ବାଘ ସଂଖ୍ୟା ବଢ଼ାଇବା ପାଇଁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ବାଘୁଣୀ ଜିନ୍ନତ୍‌କୁ...

୫ ଉପକୂଳ ଜିଲାରେ ସୃଷ୍ଟି ହେବ ହେନ୍ତାଳବଣ

ଭୁବନେଶ୍ୱର, ୨୭ା୧୨(ବନ୍ଦନା ସେଠୀ):ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳ ଜିଲା ପାଇଁ ବରଦାନ ସାଜୁଛି ହେନ୍ତାଳବଣ। ତେଣୁ ହେନ୍ତାଳ ବଣର ଗୁରୁତ୍ୱକୁ ଉପଲବ୍ଧି...

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ, ଧରିବା ପୂର୍ବରୁ ଥାନାରୁ ମାରିଲେ ଚମ୍ପଟ

ଭବାନୀପାଟଣା,୨୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ ଗୁରୁବାର ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗୋଇରାପଦର ପ୍ରଭା ପୂଝାରୀଙ୍କ ଠାରୁ...

୬୦ ହଜାର ହେକ୍ଟର ଜମି ପ୍ରଭାବିତ

କେନ୍ଦ୍ରାପଡ଼ା,୨୭ା୧୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୨୨ ତାରିଖଠାରୁ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଫଳରେ ଜିଲାର ଅଧିକାଂଶ କ୍ଷେତ ଜଳମଗ୍ନ ହୋଇଛି। ବିଶେଷକରି ଧାନ...

ବର୍ଷା କମିଲା, ବଢ଼ିଲା ଦୁର୍ଦ୍ଦଶା

ଭବାନୀପାଟଣା: ୨୭ା୧୨ (ଉତ୍ତମ କୁମାର ଦାଶ): ଦୁଇଦିନର ଲଗାଣ ବର୍ଷା ଚାଷୀଙ୍କ ସମସ୍ତ ସ୍ବପ୍ନ ଓ ସମ୍ଭାବନାକୁ ଧୋଇନେଇଛି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri