ସଫେଇ କର୍ମଚାରୀଙ୍କ ବଦାନ୍ୟତା

ହାଇଦ୍ରାବାଦ: ଅନ୍ୟକୁ ଦାନ କରିବା କି ସାହାଯ୍ୟ ସହଯୋଗ କରିବା ପାଇଁ ପାଖରେ ପ୍ରଚୁର ଅର୍ଥର ଆବଶ୍ୟକତା ନ ଥାଏ। ବିଶାଳ ହୃଦୟ ଥିବା ଲୋକେ ହିଁ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି ତେଲେଙ୍ଗାନା ଉଟନୁର୍‌ର ସଫେଇ କର୍ମଚାରୀ ବୋନ୍ଥା ସାଇ କୁମାର। କରୋନା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ସେ ତାଙ୍କର ଦୁଇ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ସାଇ କୁମାରଙ୍କ ଏଭଳି ବଦାନ୍ୟତାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀଙ୍କ ପୁଅ କେ. ଟି ରାମାରାଓ ଟ୍ବିଟ୍‌ କରି ତାଙ୍କର ପ୍ରଶଂସା କରିଛନ୍ତି।
କରୋନା ଲଢେଇରେ ଏଭଳି ମହାନ ଦାନ କରିଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଲଗାତାର ଟୁଇଟକରି ଉତ୍ସାହିତ କରୁଛନ୍ତି। ସାଇ କୁମାରଙ୍କ ଭଳି ସଫେଇ କର୍ମଚାରୀ ଦୁଇମାସର ଦରମା ଦାନ କରି ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେଇଭଳି ସିଲେଇ କରି ପରିବାର ଚଳାଉଥିବା ଗଡ଼ୱାଲ୍‌ ଜିଲାର ମହିଳା ଉମା ଦେବୀ ପ୍ରତିଦିନ ବିଭିନ୍ନ ଅଞ୍ଚଳର ଲୋକଙ୍କୁ ୩୫୦ରୁ ଅଧିକ ମାସ୍କ ତିଆରି କରି ବାଣ୍ଟୁଛନ୍ତି। ସେହିଭଳି ପ୍ରତିଦିନ ୪୦ଜଣ ଭୋକିଲାଙ୍କୁ ଖାଇବାକୁ ଦେଉଛନ୍ତି ତେଲେଙ୍ଗାନାର ସମାରିଥାନ୍‌। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏଭଳି ଲୋକଙ୍କୁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ, ଏହି ଦେଶ ହେବ ବିଶ୍ୱର ସବୁଠାରୁ ବଡ଼ ହିନ୍ଦୁ ରାଷ୍ଟ୍ର

ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ମାଇକେଲ ଡି ନୋଷ୍ଟ୍ରାଡାମସ ତାଙ୍କର ସଠିକ ଭବିଷ୍ୟବାଣୀ ପାଇଁ ଜଣାଶୁଣା। ତାଙ୍କର ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ନୋଷ୍ଟ୍ରାଡାମସ ତାଙ୍କ...

କିଛିବ୍ୟକ୍ତିଙ୍କ ହାତ-ପାଦରେ କାହିଁକି ଦେଖାଯାଏ ୬ଟା ଆଙ୍ଗୁଠି? କାରଣ ଜାଣିଲେ ତାଜୁବ ହେବେ

ଆପଣ କେବେ ଏପରି ବ୍ୟକ୍ତିଙ୍କୁ ଦେଖିଛନ୍ତି ଯାହାର ହାତରେ କିମ୍ବା ପାଦରେ ଛଅଟି ଆଙ୍ଗୁଠି ଅଛି? ଏହା ପଲିଡାକ୍ଟିଲି ନାମକ ଏକ ବିରଳ ଅବସ୍ଥା। ଏହା...

Type C charger ଖରାପ କରିପାରେ ମୋବାଇଲ, ନଷ୍ଟ ହୋଇପାରେ ଏହି ପାର୍ଟସ୍‌

ଆଜିକାଲି ଆଣ୍ଡ୍ରଏଡ ଠାରୁ ଆଇଫୋନ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଫୋନରେ USB ଟାଇପ C ଚାର୍ଜର ବ୍ୟବହାର କରାଯାଉଛି। କିନ୍ତୁ ଏଠାରେ ବଡ଼ ପ୍ରଶ୍ନ ହେଉଛି,...

ସପ୍ତାହରେ ୮ଘଣ୍ଟାରୁ ଅଧିକ ସମୟ କାମ କରନ୍ତି ଏହି ରାଜ୍ୟର ଲୋକ, ସରକାରୀ କର୍ମଚାରୀ କରନ୍ତି ଏତିକି ସମୟ, ଦେଖନ୍ତୁ ରାଜ୍ୟଓ୍ବାରୀ ଲିଷ୍ଟ

ନୂଆଦିଲ୍ଲୀ,୧୨।୩: ଗତ କିଛି ମାସ ହେଲା ଭାରତରେ କାର୍ଯ୍ୟ ସମୟକୁ ନେଇ ବିବାଦ ଉଠୁଛି। ଯେତେବେଳେ କିଛି କର୍ପୋରେଟ ମାଲିକ ସପ୍ତାହରେ 70 ଘଣ୍ଟା କିମ୍ବା...

ପଖାଳ ଦିବସ ପାଳନ ପାଇଁ ୨୨ ଦେଶକୁ ଚିଠି ଲେଖିଲେ ସରକାର, କହିଲେ ଓଡ଼ିଆଙ୍କ ପ୍ରିୟ ଏହି…

ଭୁବନେଶ୍ୱର,୧୨ା୩: ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପାଳନ କରାଯାଏ ପଖାଳ ଦିବସ। ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ଆହୁରି ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ଅତି...

ଘରେ ରଖାଯାଏ ଅଧାଜଳା ମୃତ ଶରୀର

କଥାରେ ଅଛି ଯେ ଦେଶ ଯାଇ ସେ ଫଳ ଖାଇ। ଅର୍ଥାତ୍‌ ଭିନ୍ନ ଭିନ୍ନ ସ୍ଥାନର ଭିନ୍ନ ଭିନ୍ନ ଜୀବନଶୈଳୀକୁ ନେଇ ଲୋକମାନେ ଜୀବନଧାରଣ କରି...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଖୁବଶୀଘ୍ର ଦେଶରେ ମୁସଲମାନ କରିବେ ଶାସନ

ବିଶ୍ୱ ପ୍ରସିଦ୍ଧ ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗା ୨୦୨୫ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ କରିସାରିଛନ୍ତି। କିନ୍ତୁ ନିକଟରେ ଏପରି ଏକ ଭବିଷ୍ୟବାଣୀ ହୋଇଛି ଯାହା ସମସ୍ତଙ୍କୁ...

ହୋଲି ଗୀତରେ କାହିଁକି ଥାଏ ଜୋଗିରା ସା ରା ରା…୯୯% ଲୋକ ଜାଣି ନ ଥିବେ ଏହାର ଅର୍ଥ

ହୋଲି ଗୀତଗୁଡ଼ିକ ଉତ୍ସାରେ ପରିପୂର୍ଣ୍ଣ। ଫିଲ୍ମୀ ଗୀତ ହେଉ କିମ୍ବା ଲୋକଗୀତ… ସେମାନଙ୍କ ମଧ୍ୟରୁ ହୋଲିଗୀତରେ ଆପଣ ପ୍ରାୟତଃ ଜୋଗିରା ସା ରା ରା… ଶୁଣିଥିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri