ସଫ୍ଟଓ୍ବେର ଇଞ୍ଜିନିୟର ଦେବାଶିଷ ପାଇଲେ ଓଏଏସ୍‌: ଉତ୍ତମ ପ୍ରଶାସନିକ ସେବା ଯୋଗାଇ ଦେବା ଲକ୍ଷ୍ୟ

କୃଷ୍ଣପ୍ରସାଦ,୯ା୧(ଡି.ଏନ.ଏ.): ପୁରୀ ଜିଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ପାରିକୁଦଗଡରୁ ଓଏଏସ ପାଇବାରେ ସଫଳ ହୋଇଛନ୍ତି ଦେବାଶିଷ ପାତ୍ର। ତାଙ୍କ ଲକ୍ଷ୍ୟ ରହିଛି ଜନସାଧାରଣଙ୍କୁ ଉତ୍ତମ ପ୍ରଶାସନିକ ସେବା ଯୋଗାଇଦେବା। ସେ ୩ ବର୍ଷ ଧରି ବାଙ୍ଗାଲୋରରେ ସଫ୍ଟ୍ଟଓ୍ବେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି। ଚାକିରି ବ୍ୟସ୍ତତା ଏବଂ ପରିବାର ଥିବା ନିଜର ଛୋଟ ପୁଅ, ସ୍ତ୍ରୀ ଏବଂ ମାଆବାପାଙ୍କ ଭଲମନ୍ଦ ବୁଝିବା ସହ ପଢିବା ପାଇଁ ଖୁବ୍‌କମ୍‌ ସମୟ ମିଳିଥାଏ। ସେ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଦିନକୁ ମାତ୍ର ୪ ଘଣ୍ଟ ସମୟ ପଢା ପାଇଁ ଦେଉଥିଲେ। ୨୦୧୭ରେ ଓଏଏସ୍‌ ପରୀକ୍ଷା ଦେଇଥିଲେ ହେଁ ସେ କୃତକାର୍ଯ୍ୟ ହୋଇପାରି ନ ଥିଲେ। ୨୦୧୮ରେ ପ୍ରକାଶିତ ଓଏଏସ୍‌ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଛନ୍ତି। ଦେବାଶିଷ ଓଏଏସ୍‌ ପାଇବା ପରେ ମାଆବାପା, ପରିବାରବର୍ଗ ଖୁସିଥିବା ବେଳେ ଅଞ୍ଚଳର ବହୁ ଶିକ୍ଷାବିତ୍‌ମାନେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଁପୁରରେ ଜମୁଛି ଧନୁଯାତ୍ରା ମହୋତ୍ସବ

ଭବାନୀପାଟଣା,୩୦ା୧୨ (ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସେଁପୁର ଦୁର୍ଗାମଣ୍ଡପ ପଡିଆରେ ଗୁରୁବାରଠାରୁ ଚାଲିଥିବା ଧନୁଯାତ୍ରା ମହୋତ୍ସବ ଜମିବାରେ ଲାଗିଛି। ଗ୍ରାମବାସୀଙ୍କ...

ଜାନୁଆରୀ ୧ରୁ ଓଡ଼ିଶାରୁ ୭ ସହରକୁ ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱର,୩୦।୧୨(ଅନିଲ ଦାସ): ଆସନ୍ତା ଜାନୁୟାରୀ ପହିଲାରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ୪ଟି ସହରକୁ ଏବଂ ଜାନୁଆରୀ ୩ ତାରିଖରୁ ବିଜୁପଟ୍ଟନାୟକ ଆନ୍ତର୍ଜାତିକ...

ବଦଳିବ ମନ୍ଦିର, ପର୍ଯ୍ୟଟନୀ ସ୍ଥଳୀର ରୂପରେଖ : ୪୬ ପ୍ରକଳ୍ପ ଉନ୍ନତୀକରଣ ପାଇଁ ୪୪ କୋଟିର ପ୍ରସ୍ତାବ

ଭବାନୀପାଟଣା,୩୦ା୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଥିବା ମନ୍ଦିର, ପର୍ଯ୍ୟଟନୀ ସ୍ଥଳୀର ରୂପରେଖ ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି। ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଜିଲାରେ...

୫୦ ଟଙ୍କା ପାଇଁ ଲକ୍ଷେ ୨୦ ହଜାର ତଣ୍ଡ ଗଣିବେ ବିଦେଶୀ ମଦ ଦୋକାନୀ

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ):  ୫୦ଟଙ୍କା ପାଇଁ ଜଣେ ମଦ ଦୋକାନୀ ଲକ୍ଷେ ୨୦ହଜାର ଟଙ୍କା ତଣ୍ଡ ଗଣିବେ। ଖାଉଟି ଅଦାଲତଙ୍କ ଦ୍ୱାରା ରବିବାର ପ୍ରକାଶ ପାଇଥିବା...

କ୍ରିପ୍ଟୋ କରେନ୍ସି ନାଁରେ ୧ ଲକ୍ଷ ଠକେଇ

ବ୍ରହ୍ମପୁର,୩୦।୧୨(ସୁବାସ ଚନ୍ଦ୍ର ପାଢ଼ୀ): କ୍ରିପ୍ଟୋ କରେନ୍ସି ନାଁରେ ବ୍ରହ୍ମପୁରର ଜଣେ ଯୁବକଙ୍କଠାରୁ ଟଙ୍କା ଠକେଇ ହୋଇଛି। ସାଇବର ଠକ ପ୍ରାୟ ୧ ଲକ୍ଷ ଟଙ୍କା ଠକି...

ଦିଲ୍ଲୀ ପ୍ୟାରେଡ଼ରେ ଯୋଗଦେବେ ସୁମେଶ

ଗଞ୍ଜାମ,୩୦ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ସିନିୟର୍‌ ଡିଭିଜନ ନାଭାଲ ଏନ୍‌ସିସି କ୍ୟାଡେଟ ସୁମେଶ ପଲାଇ ଦିଲ୍ଲୀ ଜନପଥରେ ଅନୁଷ୍ଠିତ ହେବାକୁ ଥିବା ୨୦୨୫ ପ୍ୟାରେଡ଼ରେ ଭାଗ...

Featured Video Play Icon

୨୪ ଘଣ୍ଟା ପରେ ଆହୁରି ଖସିବ ପାରଦ

ନୂଆବର୍ଷରୁ ରାଜ୍ୟକୁ ପୁଣି ଫେରିବ ଶୀତ ।୨୪ ଘଣ୍ଟା ପରେ ରାଜ୍ୟରେ ଆହୁରି ଖସିବ ପାରଦ । ଏବେ ପାରଦ ଖସିବା ସହ ଅନୁଭୂତ ହେଉଛି...

ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍

ଭୁବନେଶ୍ୱର,୩୦।୧୨: ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍। ସରକାରୀ ସୂତ୍ରରୁ ପ୍ରକାଶ ଯେ ଦୁଇଟି ଡବଲ ଡେକର ଇଲେକ୍ଟ୍ରିକ୍ ବସ୍ ମୁମ୍ବାଇରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri