ସବୁ ସ୍କୁଲରେ ‘ପିଲାଟିଏ- ଗଛଟିଏ’ ଅଭିଯାନ

ବ୍ରହ୍ମପୁର ଅଫିସ୍‌,୨୦ା୬-ବାରମ୍ବାର ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହେଉଛି ଗଞ୍ଜାମ ଜିଲା। ଗୋଟିଏ ପରେ ଗୋଟିଏ ବାତ୍ୟା ଏ ଜିଲାର ସବୁଜିମାକୁ ନଷ୍ଟ କରିବାରେ ଲାଗିଛି। ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକ ତରଫରୁ ବ୍ୟାପକ ଚାରାରୋପଣ କରାଯାଉଛି। ହେଲେ ତାହା ଯଥେଷ୍ଟ ହେଉନି। ଏଭଳି ଏକ ସମୟରେ ଗଞ୍ଜାମ ଜିଲାକୁ ସବୁଜିମାରେ ଭରିଦେବା ପାଇଁ ଜିଲା ପ୍ରଶାସନ ଏକ ଅଭିନବ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହାର ନାମ ହେଲା ‘ପିଲାଟିଏ- ଗଛଟିଏ’। ଜିଲାର ପ୍ରାୟ ୫ ଲକ୍ଷ ସ୍କୁଲପଢ଼ୁଆ ଛାତ୍ରୀଛାତ୍ରଙ୍କୁ ଚାରା ପ୍ରଦାନ କରାଯିବ। ସେମାନେ ନିଜ ଘର ଆଖପାଖ ଅଞ୍ଚଳରେ ତାହାକୁ ରୋପଣ କରିବେ। ଆସନ୍ତା ୨୬ତାରିଖରେ ବିଦ୍ୟାଳୟ ଖୋଲିବା ପରେ ଅଭିଯାନ କାର୍ଯ୍ୟକାରୀ କରାଯିବ।
ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ଜିଲାପାଳ କୁଲାଙ୍ଗେ ସମସ୍ତ ବିଡିଓ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ବିଗତ ବର୍ଷରେ ସ୍ବଚ୍ଛ ଭାରତ ଅଭିଯାନ ଏବଂ ପରିମଳ ବିଦ୍ୟାଳୟ ଯୋଜନାକୁ ସଫଳ କରିବାରେ ଛାତ୍ରୀଛାତ୍ରମାନେ ବେଶ୍‌ ଆଗ୍ରହ ଦେଖାଇଥିଲେ। ଏଣୁ ଚଳିତ ବର୍ଷ ଖରା ଛୁଟି ଶେଷ ହୋଇ ବିଦ୍ୟାଳୟ ଖୋଲିବା ପରେ ‘ପିଲାଟିଏ- ଗଛଟିଏ’ ଅଭିଯାନ କାର୍ଯ୍ୟକାରୀ କରାଯିବ। ବ୍ଲକସ୍ତରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଜିଲାସ୍ତରରେ ଜିଲା ଶିକ୍ଷା ଅଧିକାରୀ ଏହାର ନୋଡାଲ୍‌ ଅଫିସର୍‌ ରହିବେ। ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ନିଜ ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସଂଖ୍ୟା ସମ୍ପର୍କରେ ବିଡିଓଙ୍କୁ ଅବଗତ କରିବେ। ତାଲିକା ମିଳିବା ପରେ ବିଡିଓ ଆବଶ୍ୟକତା ଅନୁଯାୟୀ ଚାରା ଯୋଗାଡ଼ କରିବେ। ଏଥିରେ ସେ ବନ ବିଭାଗ, ମୃର୍ତ୍ତିକା ସଂରକ୍ଷଣ ବିଭାଗ ଏବଂ ଉଦ୍ୟାନ ବିଭାଗର ସାହାଯ୍ୟ ନେବେ। ଚାରା ମିଳିବା ପରେ ବିଦ୍ୟାଳୟରେ ପହଞ୍ଚାଇବା ଦାୟିତ୍ୱ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କର। ଏହା ପରେ ଛାତ୍ରୀଛାତ୍ରଙ୍କୁ ଚାରା ଯୋଗାଣ କରାଯିବ। ତେବେ ଏଥିପାଇଁ ସମସ୍ତ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ପଞ୍ଚାୟତ ପ୍ରତିନିଧି, ଅଭିଭାବକ ଏବଂ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି କାର୍ଯ୍ୟକ୍ରମକୁ ଅତିଥି ଭାବେ ନିମନ୍ତ୍ରଣ କରାଯିବ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ଚାରା ବଣ୍ଟନ କରାଯିବ। କେବଳ ଏତିିକି ନୁହେଁ, ଛାତ୍ରୀଛାତ୍ରମାନଙ୍କୁ ଚାରା ରୋପଣ ପ୍ରଣାଳୀ ଯଥା ମାଟି ଖୋଳିବା, ଖତ ଦେବା, ପାଣି ସିଞ୍ଚନ ସମ୍ପର୍କରେ ମଧ୍ୟ ତାଲିମ ଦିଆଯିବ। ଚାରା ମିଳିବାର ଗୋଟିଏ ଦିନ ଭିତରେ ଛାତ୍ରୀଛାତ୍ରମାନେ ତାକୁ ରୋପଣ କରିବେ। ସେମାନେ ଚାହିଁଲେ, ନିଜ ଘର ଆଖପାଖ ଅଞ୍ଚଳ କିମ୍ବା ଖାଲି ସ୍ଥାନରେ ତାହାକୁ ରୋପଣ କରିବେ। ଯଦି ଜାଗା ନ ପାଆନ୍ତି, ତେବେ ବିଦ୍ୟାଳୟରେ ମଧ୍ୟ ରୋପଣ କରାଯାଇପାରିବ। ବିଦ୍ୟାଳୟସ୍ତରରେ କାର୍ଯ୍ୟକ୍ରମ ଆୟୋଜନଠାରୁ ଚାରା ରୋପଣ ପର୍ଯ୍ୟନ୍ତ ବିଡିଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ପ୍ରଧାନଶିକ୍ଷକମାନେ ତତ୍ତ୍ୱାବଧାନ କରିବେ। ଗୋଟିଏ ବର୍ଷ ପରେ ଏହି ଅଭିଯାନର ସମୀକ୍ଷା ଏକ ସ୍ବତନ୍ତ୍ର ଟିମ୍‌ ଦ୍ୱାରା କରାଯିବ। ସଫଳ ଛାତ୍ରୀଛାତ୍ରଙ୍କୁ ବନମହୋତ୍ସବ କାର୍ଯ୍ୟକ୍ରମରେ ପ୍ରମାଣପତ୍ର ପ୍ରଦାନ ସହ ପୁରସ୍କୃତ କରାଯିବ।
ଜିଲାପାଳ କୁଲାଙ୍ଗେ କହିଛନ୍ତି, ବିଦ୍ୟାଳୟ ଖୋଲିବା ପରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ। ପ୍ରାୟ ୧୦ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଜିଲାବ୍ୟାପିପ୍ରାୟ ୫ଲକ୍ଷ ପିଲା ସାମିଲ ହେବେ। ବର୍ଷକ ପରେ ‘ଗଛ ସହ ସେଲ୍‌ଫି’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯେଉଁମାନଙ୍କ ଗଛ ଭଲ ଥିବା ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଜିଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡା କହିଛନ୍ତି, ଚାରା ଯୋଗାଣର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ବ୍ଲକସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଏହାର ଦାୟିତ୍ୱରେ ରହିଛନ୍ତି। ପୂର୍ବ ଯୋଜନାଗୁଡ଼ିକ ଭଳି ଏହି ଯୋଜନା ମଧ୍ୟ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶରେ ଶୂନ୍ୟସ୍ଥାନ ସୃଷ୍ଟି କଲେ ଏହି ପ୍ରଗତିଶୀଳ ନେତା

ଦିଗପହଣ୍ଡି,୨୦ା୪(ଅଶେଷ ନାଥ ମିଶ୍ର): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ବିୟୋଗରେ ଭାରତୀୟ ଆଇନଜୀବୀ ସଂଘର ଜାତୀୟ ପରିଷଦ ସଭ୍ୟ...

ଟାଟା ଦ୍ୱାରା ଜମି ହରା ତାଲିମ ପ୍ରାପ୍ତ ଯୁବତୀଯୁବକଙ୍କୁ ସ୍ଥାୟୀ ନିଯୁକ୍ତି ନ ମିଳିଲେ ଗଣଧାରଣା ଧମକ

ଛତ୍ରପୁର,୨୦।୪,(ଦିଲ୍ଲୀପ ସାମଲ): ଟାଟା ଦ୍ୱାରା ଜମି ହରା ଓ ତାଲିମ ପ୍ରାପ୍ତ ଯୁବତୀଯୁବକଙ୍କୁ ଦୀପକ ଫଟିଲାଇଜର ଓ ପେଟ୍ରୋକେମିକାଲ୍ସ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବୀ ଜୋର...

ନୂଆ ଭାରତୀୟ ନ୍ୟାୟ ସଂହିତାରେ Zero FIR

ଭଞ୍ଜନଗର,୨୦ା୪(ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଗାୟଗଣ୍ଡା ଗ୍ରାମ ବିକାଶ ବିଦ୍ୟା ବିହାର ପରିସରରେ various provisions of BNSS...

ସର୍ବଭାରତୀୟ JEE ମେନ୍‌ରେ ଛତ୍ରପୁରର ବିଷ୍ଣୁଙ୍କ ସଫଳତା

ଛତ୍ରପୁର,୨୦।୪(ସନ୍ତୋଷ ପାଢ଼ୀ ): ସଦ୍ୟ ପ୍ରକାଶିତ JEE ମେନ୍‌ ୨୦୨୫ ପରୀକ୍ଷାରେ ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିର ବିଷ୍ଣୁପ୍ରସାଦ ଶତପଥୀ ୯୯.୯୩% ମାର୍କ ରଖିଛନ୍ତି ।...

ରାତାରାତି ହାଇଓ୍ବା ଜବତ କରି ୩ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୦।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଋଷିକୁଲ୍ୟା ନଦୀରୁ ବେଆଇନ ଭାବରେ ବାଲି ଚୋରାରେ ଚାଲାଣ ହେଉଥିବା ବେଳେ ଏକ ହାଇୱା ଟ୍ରକକୁ ଜବତ...

ଘୁମୁସର ଇତିହାସ ଉପରେ ଅଧିକ ଗବେଷଣା ହେବ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନ ତାର ଅଷ୍ଟମ ବାର୍ଷିକ ଉତ୍ସବ ମେ ଶେଷ ସପ୍ତାହରେ ପାଳନ କରିବ। ତେଣୁ ସଙ୍ଘର କର୍ମକର୍ତ୍ତା ମାନେ ରବିବାର...

ଅଟୋ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର,୭ ଆହତ ମଧ୍ୟରେ ଅଛନ୍ତି ଜଣେ ଶିଶୁ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ଗୋଲାପଡା ଛକରେ ରବିବାର ସକାଳେ ଏକ ଅଟୋ ଓ ବାଇକ୍‌ ମୁହାମୁହିଁ ଧକ୍କା ହୋଇଛି।...

‘କାହାଣୀ କାନ୍ଦୁଛି ଆଖି ଲୁଚେଇ ‘ ନାଟକ ମଞ୍ଚସ୍ଥ 

ଦିଗପହଣ୍ଡି,୧୯। ୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ଚୌଧୁରୀ ଟିକରପଡା ଗ୍ରାମରେ ଶ୍ରୀ ହନୁମାନ ଜୟନ୍ତୀ ଉତ୍ସବ ଉଦଯାପନୀ ଉପଲକ୍ଷେ ଶୁକ୍ରବାର ରାତିରେ ଶ୍ରେଷ୍ଠ ସାମାଜିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image