ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଅନିୟମିତତାରେ ଚାଲିବା ଘଟଣା: ଜିଲାପାଳଙ୍କ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଦେବଗଡ଼, ୯।୧୨(ଡି.ଏନ୍‌.ଏ.) -ସରକାର ଯେଉଁ ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ସମଗ୍ର ଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି, ତାହା ବର୍ତ୍ତମାନ ବାଟବଣା ସଦୃଶ ହୋଇଛି। ଦେବଗଡ ଜିଲାରେ ଅନିୟମିତତାରେ ଚାଲିଥିବା ସର୍ବଶିକ୍ଷା ଅଭିଯାନରୁ ଏହା ପ୍ରମାଣିତ ହୋଇଛି। ଜିଲାର ପୁରୁଣାଗଡସ୍ଥିତ ସମଗ୍ର ଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ କାର୍ଯ୍ୟାଳୟରେ କର୍ମଚାରୀମାନେ ଇଛା ଅନୁସାରେ କାର୍ଯ୍ୟ କରୁଥିବାରୁ ଯୋଜନା କିଭଳି ଚାଲିଥିବ ଜଣାପଡ଼ୁଛି। ଏଠାରେ ମନଇଛାରେ ଅଫିସ ଚାଲିଛି। କେତେଜଣ କର୍ମଚାରୀଙ୍କୁ ଛାଡିଦେଲେ ଅନ୍ୟମାନେ ସରକାରଙ୍କ ସମୟ ସାରଣୀ ମାନୁନାହାନ୍ତି। ନିର୍ଦ୍ଧାରିତ ସମୟରେ ଅଫିସ ଆସୁନାହାନ୍ତି। କିଏ କେତେବେଳେ ଆସୁଛନ୍ତି, କିଏ କେତେବେଳେ ଯାଉଛନ୍ତି ତାର କିଛି ଠିକଣା ନାହିଁ। ଏହି କାର୍ଯ୍ୟାଳୟରେ କର୍ମଚାରୀ ନିୟମିତ ନ ଆସିବା, ପୋଷାକ କିଣାରେ ପିସି କାରବାର ହେବା ଆଦି ବିଭିନ୍ନ ପ୍ରକାର ଅନିୟମିତତା ହୋଇଚାଲିଛି। ଏ ସମ୍ପର୍କରେ ଧରିତ୍ରୀରେ ଅକ୍ଟୋବର ୧୯ରେ ଅନୁସନ୍ଧାନ ମୂଳକ ଖବର ପ୍ରକାଶ ପାଇଥିଲା। ଜିଲାପାଳ ସୁଧାଂଶୁ ମୋହନ ସାମଲ ସେହି ଅକ୍ଟୋବର ୧୯ରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟକୁ ଯାଇ ତଦନ୍ତ କରି ଫେରିଥିଲେ। ଜିଲାପାଳ ଡ଼ିଆଇପିଆର୍‌ଓଙ୍କ ଜରିଆରେ ରିପୋର୍ଟ ମଧ୍ୟ ମାଗିଥିଲେ। ତେବେ ତଦନ୍ତ ଓ ରିପୋର୍ଟ ମାଗିବା ମଧ୍ୟରେ ସୀମିତ ରହିଛି କାର୍ଯ୍ୟାନୁଷ୍ଠାନ। ଜିଲାପାଳଙ୍କ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଶୂନ ହୋଇଥିବାରୁ କାର୍ଯ୍ୟାଳୟର ଅବସ୍ଥା ଯଥା ପୂର୍ବଂ ତଥା ପରଂ। ଏଠାରେ ଚାଲିଥିବା ଅନିୟମିତତାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବାରୁ ଏହା ଉପରେ ଶିକ୍ଷା ସଚିବ, ୫-ଟି ସଚିବ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାର ଜରୁରୀ ଆବଶ୍ୟକତା ରହିଛି। ଜିଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜକ (ଡ଼ିପିସି) ଦାୟିତ୍ୱରେ ଥିବା ପ୍ରଦୋଷ ନାୟକ କହିଲେ, ରିପୋର୍ଟ ମଗାଯାଇଥିଲା ପଦକ୍ଷେପ ନିଆଯିବ। କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ନୋଟିସ ମଧ୍ୟ କରାଯାଇଛି।
ଖବର ନେବାରେ ଜଣାଯାଏ ଯେ, ଉକ୍ତ କାର୍ଯ୍ୟାଳୟରେ ୧୭ଜଣ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ଫିଲ୍ଡ କର୍ମଚାରୀ। ଡ଼ିପିସି ପଦବୀ ଖାଲି ପଡ଼ିଛି। ଜିଲା ଶିକ୍ଷା ଅଧିକାରୀ (ଡ଼ିଇଓ) ପ୍ରଦୋଷ ନାୟକ ଡିପିସି କାର୍ଯ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସେ ଦୁଇଟା କାର୍ଯ୍ୟାଳୟ ଦାୟିତ୍ୱରେ ଥିବାରୁ ଠିକ ଭାବେ ସମୟ ଦେଇପାରୁ ନାହାନ୍ତି। ତେଣୁ ଡିପିସି କାର୍ଯ୍ୟାଳୟ ଅଧିକାରୀ ଶୂନ୍ୟ ଭାବେ ଚାଲିଛି। ତେଣୁ ଅନ୍ୟ କର୍ମଚାରୀମାନେ କାହାକୁ ଭୟ ନ ଥିବାରୁ ଇଛା ମୁତାବକ ଆସୁଛନ୍ତି। ଏଠାରେ ବାୟମେଟ୍ରିକ୍ସ୍‌ (କମ୍ପ୍ୟୁଟର ଉପସ୍ଥାନ)ଥାଇ ମଧ୍ୟ ତାହାକୁ ଖରାପ କରିଦିଆଯାଇଥିବା ଅଭିଯୋଗ ହେଉଛି। କେଉଁ କର୍ମଚାରୀ ଆସୁଛନ୍ତି ଦିନ ୧୧ଟାରେ ତ ଆଉ କିଏ ଆସୁଛନ୍ତି ୧୨ଟାରେ। କେହି କେହି ୩ ରୁ ୪ ଦିନରେ ଥରେ କାର୍ଯ୍ୟାଳୟ ଆସି ଉପସ୍ଥାନ ଖାତାରେ ସବୁଦିନର ଦସ୍ତଖତ କରୁଥିବା ଜଣାପଡୁଛି। ଏହି କାର୍ଯ୍ୟାଳୟର କେତେକ କର୍ମଚାରୀ ଠିକ୍‌ ସମୟରେ କାର୍ଯ୍ୟାଳୟ ଆସୁ ନ ଥିବା ଓ ଛାତ୍ରୀଛାତ୍ରଙ୍କୁ ଯୋଗାଣ ହେଉଥିବା ପୋଷାକ ବ୍ୟବସାୟରେ ଲିପ୍ତ ରହି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି। ଡିପିସି କାର୍ଯ୍ୟାଳୟରେ କର୍ମଚାରୀ ହୋଇଥିବାରୁ ବିଭିନ୍ନ ସ୍କୁଲକୁ ଡ଼ରାଇ ଏଭଳି କାମ କରୁଥିବା କୁହାଯାଉଛି। ଡ଼ିପିସି କାର୍ଯ୍ୟାଳୟର କେତେ ଜଣ କର୍ମଚାରୀଙ୍କ ବାପା, ଭାଇ ସମ୍ପର୍କୀୟ ପୋଷାକ ବ୍ୟବସାୟରେ ଲିପ୍ତ ଥିବାରୁ ଏମାନେ ସହଯୋଗ କରି ବିଦ୍ୟାଳୟ ପୋଷାକରୁ ପିସି ନେଉଛନ୍ତି। ଡ଼ିପିସି କାର୍ଯ୍ୟାଳୟର ବାୟମେଟ୍ରିକ୍ସ୍‌ କେମିତି ଖରାପ ହେଲା। ଯଦି ଖରାପ ହେଲା ମରାମତି କଣ ପାଇଁ ହେଉ ନାହିଁ। ଏ ସମ୍ପର୍କରେ ପଚାରିବାରୁ କୌଣସି କର୍ମଚାରୀ ମୁହଁ ଖୋଲୁନାହାନ୍ତି। ଆଜି ପର୍ଯ୍ୟନ୍ତ ଜିଲାର ୧୦୦ରୁ ଅଧିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନ ହୋଇନାହିଁ। ସମ୍ପୃକ୍ତ ବିଦ୍ୟାଳୟ ଆକାଉଣ୍ଟକୁ ପୋଷାକ ବାବଦରେ ଅର୍ଥ ପଠାଯାଇ ସାରିଥିଲେ ମଧ୍ୟ କାହିଁକି ପୋଷାକ ବଣ୍ଟନ ହୋଇନାହିଁ ତାହା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଇନାହିଁ। ପିସି ଭାଗବଣ୍ଟାରେ ଅସୁବିଧା ହେତୁ ପୋଷାକ ବଣ୍ଟନ ହୋଇନାହିଁ ବୋଲି କୁହାଯାଉଛି। ତେଣୁ ଶିକ୍ଷା ସଚିବ, ୫-ଟି ସଚିବ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ସିଆରପିଏଫ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ: ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସିଲେଇ ଉପକରଣ, ପେପର ପ୍ଲେଟ ମେସିନ

ଥୁଆମୂଳ ରାମପୁର,୨୯।୩(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ୧୨ ବାଟାଲିୟନ, କେନ୍ଦ୍ରୀୟ ରିଜର୍ପ ଫୋର୍ସ (ସିଆରପିଏଫ) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ...

୧୭ ଚୋରି ବାଇକ୍‌ ଜବତ, ୩ ଗିରଫ

ନୂଆପଡ଼ା,୩୦ା୩ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ପୋଲିସ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଚୋରି ବାଇକ୍‌ ଜବତ କରି ୩ ଜଣକୁ...

୭ ବର୍ଷ ପରେ ମା’ କୋଳକୁ ଫେରିଲେ ଝିଅ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବଜରଙ୍ଗୀ ଭାଇଜାନ ଚଳଚ୍ଚିତ୍ରର କାହାଣୀ ସଦୃଶ ହଜିଲା ୬ ବର୍ଷର ବେବି ପାତ୍ର ଘଟଣା ଝାଡ଼ଖଣ୍ଡ ରାଜ୍ୟ ଜାମ୍‌ଶେଦପୁର ଅଞ୍ଚଳରେ ଚହଳ...

ଉତ୍କଳ ଦିବସ ୨୦୧୦ରୁ ଓଡ଼ିଶା ଦିବସ ହୋଇଗଲାଣି: ଜୟନାରାୟଣ

ଭୁବନେଶ୍ୱର,୩୦ା୩(ସୁନିତ୍‌ ମିଶ୍ର): ଉତ୍କଳ ଦିବସକୁ ନେଇ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ବିବାଦୀୟ ବୟାନ ଦେଇଛନ୍ତି। ଶନିବାର ବିଧାନସଭା ବାହାରେ ସେ କହିଛନ୍ତି, ଆଉ ଉତ୍କଳ...

ଲେଙ୍ଗୁ ମିଶ୍ର ଛକ -ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ଆରମ୍ଭ, ମାଡିଲା ବୋଲଡୋଜର

ବରଗଡ, ୩୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ରବିବାର ସକାଳୁ ଆରମ୍ଭ ହୋଇଛି। ଜବରଦଖଲରେ ରହିଥିବା...

୫ ବର୍ଷରେ ୩୫୧୬ ଅପମୃତ୍ୟୁ

ବ୍ରହ୍ମପୁର, ୩୦ା୩(ସୁବାସ ଚନ୍ଦ୍ର ପାଢ଼ୀ)ଦକ୍ଷିଣ ଓଡିଶାର ଏକମାତ୍ର ସରକାରୀ ରେଫରାଲ ହସ୍ପିଟାଲ ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲ। ଏଠାକୁ ଦକ୍ଷିଣ ଓଡିଶା ଓ ଖୋର୍ଦ୍ଧା...

ସୀମା ନିର୍ଦ୍ଧାରଣକୁ ନେଇ ପଥର୍ଲା ଗ୍ରାମ ଓ ପଲକା ପଡା ବାସୀଙ୍କ ଅସନ୍ତୋଷ ,ଜିଲାପାଳଙ୍କୁ ଅଭିଯୋଗ

କେସିଙ୍ଗା,୨୯।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ହେଉଛି ଏକ ପୁରାତନ ଆଦିବାସୀ ଅଧୁଷ୍ଠିତ ଗ୍ରାମ। ପଥର୍ଲା, ପଲକା ପଡା ଓ...

ଆସୁଛି କାଳବୈଶାଖୀ: ୬ଜିଲାରେ ଛେଚିବ

ଭୁବନେଶ୍ୱର,୩୦ା୩(ଅନୁରାଧା ମହାରଣା):ପାଣିପାଗକୁ ନେଇ ପୁଣି ବଡ଼ ଖବର । ପୁଣି ମିଳିବ ଆଶ୍ବସ୍ତି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଆକଳନ ଅନୁଯାୟୀ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image