ସମସ୍ୟା ଘେରରେ କଣ୍ଟିଲୋ ମହାବିଦ୍ୟାଳୟ : ପାଚେରି ନିର୍ମାଣ ଓ ପାନୀୟ ଜଳ ବ୍ୟବସ୍ଥା ନେଇ ବିଧାୟକଙ୍କ ପ୍ରତିଶ୍ରୁତି

ଖଣ୍ଡପଡ଼ା,୮ା୭(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ପରିସରରେ ଶନିବାର ବ୍ଲକସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ। ଏହି ଅବସରରେ କଲେଜର ବିଭିନ୍ନ ସମସ୍ୟା ପ୍ରତି କର୍ତ୍ତୃପକ୍ଷ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୂଚନାଯୋଗ୍ୟ, କଲେଜଟି ଦୀର୍ଘ ୨୪ ହେଲା ପ୍ରତିଷ୍ଠା ହୋଇଥିବାବେଳେ ବର୍ଷ ବର୍ଷ ଧରି ଅନେକ ଆବଶ୍ୟକତା ପୂରଣ ହୋଇପାରି ନ ଥିବା ଓ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଆସୁଛି। ତେବେ ବିଧାୟକ ଏହାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ବିଶେଷତଃ ପାନୀୟ ଜଳ ଯୋଗାଣ ଓ ସୁରକ୍ଷା ପାଚେରି ନିର୍ମାଣ କରାଯିବ ବୋଲି ପଟ୍ଟନାୟକ ଦୃଢ଼ ପ୍ରତିଶୃତି ଦେଇଛନ୍ତି। ସେ କହିଛନ୍ତି, ଏହି ଦୁଇଟି କାର୍ଯ୍ୟ ଯଦି ଚଳିତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସମ୍ପନ୍ନ ନ କରିବେ ତେବେ ସେ ଆଉ କଲେଜ ଆସିବେ ନାହିଁ। ସୂଚନାଯୋଗ୍ୟ, କଲେଜର କେବଳ ସମ୍ମୁଖ ପାଚେରି ନିର୍ମାଣ ହୋଇଥିବାବେଳେ ଅନ୍ୟ ୩ ଦିଗର ପାଚେରି ନିର୍ମାଣ ହୋଇପାରିନି। ପାଚେରି ନ ଥାଇ ୩ ପାର୍ଶ୍ୱରେ ଧାନ ଜମି ଥିବାରୁ ଅଣଛାତ୍ରମାନେ କଲେଜ ପରିସରକୁ ପ୍ରବେଶ କରିବାର ଆଶଙ୍କା ରହିଛି। ଅପରପକ୍ଷେ ମହାନଦୀ କୂଳରେ ମହାବିଦ୍ୟାଳୟଟି ରହିଥିବାବେଳେ ଏଠାରେ ପାନୀୟ ଜଳର ଘୋର ସମସ୍ୟା ଦେଖାଦେଇଛି। ଯଦିଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କଣ୍ଟିଲୋ ଅଞ୍ଚଳକୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ତେବେ କଲେଜ ପରିସରକୁ ଏହି ସୁବିଧା ଉପଲବ୍ଧ ହୋଇପାରିନି।ଏ ନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଥିଲା। ତେବେ ବିଧାୟକ ପଟ୍ଟନାୟକଙ୍କ ଦୃଢ଼ ପ୍ରତିଶୃତି ପରେ କଲେଜରେ ଖୁସି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri