ସମୀକ୍ଷା କଲେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ

ପଟ୍ଟାଙ୍ଗୀ,୭।୯(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ପଡୋଶୀ ଆନ୍ଧ୍ର ସୀମା କୁ ଲାଗି ରହିଥିବା କୋଟିଆ ପଞ୍ଚାୟତକୁ ମଙ୍ଗଳବାର ଉପଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ ଅଚାନକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉପଜିଲାପାଳ ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଥିଲା ତାଙ୍କର ପ୍ରଥମ କୋଟିଅ ଗସ୍ତ। ବିଭିନ୍ନ କାର୍ଯ୍ୟ ତଦାରଖ ଓ ସମୀକ୍ଷା ବେଳେ ମନ୍ଥର ଗତିରେ ଚାଲୁଥିବା କିଛି କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ସେ ଉପସ୍ଥିତ ଗୋଷ୍ଠୀ ବିଡିଓ ସୌମ୍ୟ ସାର୍ଥକ ମିଶ୍ର ଏବଂ ଏପିଓ ସୈମନ୍ଦ୍ର ନାୟକଙ୍କୁ ପରାମର୍ଶ ଦେଇଥିଲେ। ଉପଜିଲାପାଳ ଦଳେଇ ଏହି ସମୟରେ କୋଟିଆ ପଞ୍ଚାୟତର କୁରୁଡିପଦର, ମାଡାକାର, ଉପର ପନିକି, ତଳଗଞ୍ଜେଇ ପଦର, ତଳ ପନିକି ଗ୍ରାମ ଗସ୍ତ କରି ଗ୍ରାମବାସୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସେ କୋରାପୁଟ ଫେରିବା ସମୟରେ ତଳଗଞ୍ଜେଇ ପଦର ଗ୍ରାମ ନିକଟରେ ଥିବା ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ବିଦ୍ୟାଳୟରେ ହଷ୍ଟେଲ ସୁବିଧା ନ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ସମସ୍ୟା ହେଉଥିବା କେତେ ଜଣ ଛାତ୍ରୀଛାତ୍ର ଉପଜିଲାପାଳ ଦଳେଇଙ୍କୁ ଜଣାଇଥିଲେ। ସୂଚନାଯୋଗ୍ୟ, ପୂର୍ବତନ ଉପଜିଲାପାଳ ଲଳିତ କଅଁରଙ୍କ ଅନ୍ୟ ଜିଲ୍ଲାକୁ ବଦଳି ହେବା ପରେ ନୂତନ ଉପଜଲାପାଳ ଭାବେ ଦଳେଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ମଧ୍ୟ କୋଟିଆ ପଞ୍ଚାୟତର ନୋଡ଼ାଲ ଅଧିକାରୀ ଦାଇତ୍ୱରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ନୋଟିସ ମୂଲ୍ୟହୀନ: କେନ୍ଦ୍ରାପଡ଼ାରେ ସର୍ବାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ

କେନ୍ଦ୍ରାପଡ଼ା,୧୫ା୪ (ଜଗନ୍ନାଥ ଧଳ): ବାଂଲାଦେଶ ଓ କେନ୍ଦ୍ରାପଡ଼ା ଜିଲା ମଧ୍ୟରେ ଖୋଲାମେଲା ସମୁଦ୍ର। ଏହି ଦୂରତା ଅତିକ୍ରମ କରିବା ପାଇଁ ସି ସଟ୍‌ଲକୁ ମାତ୍ର ୮...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image