ସମ୍ବଲପୁରରେ ୩୦ରୁ ୩ ଶିକ୍ଷାନୁଷ୍ଠାନକୁ ଅଗ୍ନିଶମ ବିଭାଗର ନୋଟିସ୍‌

ସମ୍ବଲପୁର,୨୭ା୫ (ବ୍ୟୁରୋ): ଗୁଜରାଟ ସୁରଟରେ ଏକ କୋଚିଂ ସେଣ୍ଟରରେ ନିଆଁ ଲାଗି ୨୦ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଦେଶ ଓ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତି ସରକାରୀ ଓ ପ୍ରଶାସନିକ ସ୍ତରରେ ଦୃଷ୍ଟି ପଡିଛି। ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ଘଟେ ସେଥିପ୍ରତି ଏବେ ସମସ୍ତଙ୍କ ନଜର ରହିଛି। ଏହିକ୍ରମରେ ଦେଖିଲେ ସମ୍ବଲପୁର ସହରରେ ଅନେକ ସ୍କୁଲ, କଲେଜ ସହିତ କୋଚିଂ ସେଣ୍ଟର ରହିଛି । ହେଲେ ଏଗୁଡିକ ମଧ୍ୟରୁ ଅଧିକାଂଶ ଅନୁଷ୍ଠାନ ସରକାରୀ ନିୟମ ପାଳନ କରୁ ନ ଥିବା ଅଭିଯୋଗ ହେଉଛି । ଅଧିକାଂଶ ଭଡା ଘର ଓ ନିଜ ବାସଗୃହରେ ବିଭିନ୍ନ ନାମଦେଇ କୋଚିଂ ସେଣ୍ଟର, ହଷ୍ଟେଲ ଓ ଚ୍ୟାମ୍ବରମାନ ଚଳାଉଛନ୍ତି । ଛାତ୍ରୀଛାତ୍ରଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଥିବା ବେଳେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି । ନିୟମ ଅନୁସାରେ କୌଣସି ଜନଗହଳି ବସ୍ତି କିମ୍ବା ପଡାରେ ବ୍ୟବସାୟିକ ଭିତ୍ତିକ ଅନୁଷ୍ଠାନ କଲେ ଅଗ୍ନିଶମ ବିଭାଗ ପକ୍ଷରୁ ସାର୍ଟିଫିକେଟ ନେବା ନିହାତି ଆବଶ୍ୟକ ରହିଛି ା ହେଲେ ସମ୍ବଲପୁରରେ ଥିବା ଶିକ୍ଷାନୁଷ୍ଠାନଗୁଡିକର ଚାରି ପାଖରେ ଜନବସତି ରହିଛି। ଚଉଡା ରାସ୍ତା ନାହିଁ। ଘରଦ୍ୱାର ରହିଛି । ଫଳରେ କୌଣସି ଅଘଟଣ ଘଟିଲେ ଅଗ୍ନିଶମ ବିଭାଗର ଗାଡି ଯାଇ ପାରିବ ନାହିଁ। ଏପରିକି ନିଅଁାକୁ ଆୟତ୍ତ କରିବାରେ ସ୍ଥାନୀୟ ଲୋକ ମଧ୍ୟ ସହଯୋଗ କରି ପାରିବେ ନାହିଁ । ଅନ୍ୟପଟେ ଘର ଗୁଡିକ ମଧ୍ୟ ବାସଗୃହ ଢାଞ୍ଚାରେ ତିଆରି ହୋଇଛି। ତେଣୁ ନିଅଁା ଲାଗିଲେ ଅଧିକ କ୍ଷତି ହେବା ଆଶଙ୍କା ରହୁଛି ା ଅନେକ କୋଚିଂ ସେଣ୍ଟର, ଚ୍ୟାମ୍ବର, ହଷ୍ଟେଲ ଭଳି ଅନୁଷ୍ଠାନ ଅଗ୍ନିଶମ ବିଭାଗ ପକ୍ଷରୁ ଏନଓସି ନେଇ ନ ଥିବା ଜଣା ପଡିଛି। ଏଣୁ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବେଆଇନ ଭାବେ ଚାଲିଥିବା ଏହି ସବୁ ହଷ୍ଟେଲ ଓ ଚ୍ୟାମ୍ବର ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ନ ହେଲେ ସୁରଟ ଭଳି ଅଘଟଣ ଘଟିପାରେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ସମ୍ବଲପୁର ସହରରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ (ଜିଏମୟୁ), ମହିଳା କଲେଜ ଓ ବଡ ବଡ ନାମି ଘରୋଇ କଲେଜ ଓ କୋଚଂ ସେଣ୍ଟର ଗୁଡିକ ରହିଛି ଏହି ଶିକ୍ଷାନୁଷ୍ଠାନ ଗୁଡିକରେ ପାଠ ପଢ଼ିବା ପାଇଁ ଜିଲା ଓ ଜିଲା ବାହାରୁ ଛାତ୍ରୀଛାତ୍ର ଆସୁଛନ୍ତି । କଲେଜରେ ପଢିବା ସହ କୋଚିଂ ସେଣ୍ଟରରେ ନାମ ଲେଖାଇଥାନ୍ତି । ଏହାର ସୁଯୋଗ ନେଇ ଚ୍ୟାମ୍ବର କରିଥିବା ମାଲିକମାନେ ଅଧିକ ଫି ନିଅନ୍ତି । ହେଲେ ଆବଶ୍ୟକ ସୁବିଧା ଦେଇ ନ ଥାନ୍ତି । ସେହିଭଲି ଝିଅମାନଙ୍କ ପାଇଁ ହଷ୍ଟେଲ ଓ ଚ୍ୟାମ୍ବରରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଉ ନାହିଁ । ସିକ୍ୟୁରିଟି ଗାର୍ଡ, ମହିଳା ୱାଡେନ୍‌ ନିୟୋଜିତ କରାଯାଇ ନାହିଁ । ଘର ମାଲିକ ନିଜେ ୱାଡେନ ଭାବେ କାମଚଳା ଦାୟିତ୍ୱ ତୁଲାଉଛନ୍ତି । ଏହି ଚ୍ୟାମ୍ବରଗୁଡିକରେ ବିଜୁଳି, ପାଣିର ସମସ୍ୟା ରହୁଛି । ଏପରିକି ଭଡା ଆଶାରେ ଗୋଟିଏ କୋଠରୀରେ ଅଧିକ ସଂଖ୍ୟାରେ ଛାତ୍ରୀଛାତ୍ରଙ୍କୁ ରଖାଯାଉଛି । ଗୋଟିଏ ବେଡ୍‌ରେ ୨ଜଣ ରହୁଛନ୍ତି। ପଢ଼ିବା ପାଇଁ ଟେବୁଲ ଚେୟାର ଯୋଗାଇ ଦିଆ ଯାଉନି। ଫଳରେ ପିଲାଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି ହୋଇଥାଏ । ତେବେ ଏ ସମ୍ପର୍କରେ ଅଗ୍ନିଶମ ବିଭାଗ ଅଧିକାରୀ ଜିତେନ୍ଦ୍ର କୁମାର ଦାସ କହିଛନ୍ତି ଯେ, ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାୟ ୩୦ଟି କୋଚିଂ ସେଣ୍ଟରର ତାଲିକା କରାଯାଇଛି । ୩ ଜଣଙ୍କୁ ନୋଟିସ ମଧ୍ୟ କରାଯାଇଛି । ସମସ୍ତଙ୍କୁ ନୋଟିସ୍‌ ଜାରି କରାଯିବ । କୋଚିଂ ସେଣ୍ଟର ଗୁଡିକୁ ଯାଇ ଯାଞ୍ଚ କରାଯିବ । ସେହପରି ହଷ୍ଟେଲ ଓ ବେଇନଭାବେ ଚାଲୁଥିବା ଚ୍ୟାମ୍ବର ଗୁଡିକରେ ମଧ୍ୟ ଅଗ୍ନିଶମ ବିଭାଗ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଯାଞ୍ଚ କରିବ । ଏହାର ବ୍ୟତିକ୍ରମ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri