ବ୍ରହ୍ମପୁର ଅଫିସ,୨୬।୧: ଗଞ୍ଜାମ ଜିଲା ଖଲିକୋଟ କଲେଜ ଖେଳ ପଡ଼ିଆ ପରିସରରେ ଉପଖଣ୍ଡସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ଏଥିରେ ଦକ୍ଷିଣାଞ୍ଚଳ ଆରଡିସି ଟି. ଆଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ସମ୍ବିଧାନର ମୌଳିକ ନୀତିର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ବଦ୍ଧପରିକର ହେବାକୁ ଆରଡିସି ଆହ୍ବାନ ଦେଇଥିଲେ। ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତତ୍ରୟ ଭାଉସାହେବ, ଆଡିଶନାଲ ଏସ୍ପି ପ୍ରଭାତ ରାଉତରାୟ, ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମିଳିତ ପରେଡ୍ରେ ୩୮ ଟି ସ୍କୁଲ, କଲେଜର ଛାତ୍ରୀଛାତ୍ର ଭାଗନେଇଥିଲେ।