ସରକାରୀ କ୍ୱାର୍ଟର୍ସ ପଛରୁ ୨ ବୋମା ଜବତ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍‌-୯ସ୍ଥିତ ଗୋପବନ୍ଧୁ ସ୍କୁଲ ନିକଟ ସରକାରୀ କ୍ୱାର୍ଟର୍ସ ନଂ.୨ଆରଏ୨୫ ପଛରୁ ପୋଲିସ ଦୁଇଟି ଅଫୁଟା ବୋମା ଜବତ କରିଛି। ଏକ ବ୍ୟାଗ୍‌ରେ ଥିବା ଦୁଇଟି ବୋମାକୁ ଡଷ୍ଟବିନ ଭିତରେ ଲୁଚାଇ ରଖାଯାଇଥିଲା। ସକାଳୁ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏହ ଦେଖି ଅନ୍ୟମାନଙ୍କୁ ଜଣାଇବା ପରେ ଆଖ ପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ପୋଲିସ ଟିମ୍‌ ସହ ପହଞ୍ଚତ୍ ଥାନାଧିକାରୀ ନିଜେ ଏକ ବାଉଁଶ ସହାୟତାରେ ବୋମା ବ୍ୟାଗ୍‌କୁ ଉଠାଇ ଆଣି ପାଣି ବାଲ୍‌ତି ଭିତରେ ପୂରାଇ ଦେଇଥିଲେ। ପରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ଉକ୍ତ ବୋମାକୁ ଜବତ କରିଥିଲେ। ତେବେ କିଏ, କେଉଁ ଉଦ୍ଦେଶ୍ୟରେ ସେଠାରେ ବୋମା ରଖିଥିଲା ତାହାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଯେଉଁ ଘର ନିକଟରୁ ବୋମା ମିଳିଥିଲା ତାହାର ମାଲିକଙ୍କ ସମେତ ଆଖପାଖ ଅଞ୍ଚଳର ଲୋକଙ୍କୁ ପଚରାଉଚରା କରିଥିଲା। ହେଲେ ବୋମା ବିଷୟରେ କେହି କିଛି ଜାଣି ନ ଥିବା କହିଥିଲେ। ଏହି ଘଟଣାରେ ପୋଲିସ ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନର ଫଳଫଳ ଆସିବାର ରହିଛି। କୌଣସି ରାଜନୈତିକ ଦଳ କିମ୍ବା ରାଜନୈତିକ ଶତ୍ରୁତାକୁ ନେଇ ବିରୋଧୀ କ୍ୟାମ୍ପ ଉପରେ ବୋମା ପକାଇବା ପାଇଁ ଯୋଜନା କରାଯାଇଥିବା ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ସହଦେବଙ୍କ ସ୍ତ୍ରୀ-ଝିଅଙ୍କୁ ଭେଟି କାନ୍ଦି ପକାଇଲେ ନବୀନ, ଦେଲେ ୫୦ହଜାର ଟଙ୍କା ସହାୟତା

ଭୁବନେଶ୍ୱର, ୧୧ା୧ (ବନ୍ଦନା ସେଠୀ) – ହତ୍ୟାର ଶିକାର ହୋଇଥିବା ବିଏମ୍‌ସି ସଫେଇ ମଜଦୁର ସଂଘ ସଭାପତି ସହଦେବ ନାୟକଙ୍କ ସ୍ତ୍ରୀ ସୁନୀତା ନାୟକ ଏବଂ...

ନ୍ୟାୟ ଦେବ ଭାଜପା! ବାବୁ ସିଂ କହିଲେ ‘ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖନ୍ତୁ ଦୀପାଳି’

ଭୁବନେଶ୍ୱର,୧୧ା୧(ଅନୀଲ ଦାସ): ପୁଣି ଖବର ଶିରୋନାମାକୁ ଆସିଛି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ। ଝିଅ ଦୀପାଳି ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ...

ଦୁଇ ନାବାଳକ ଜୀବନ୍ତ ଦଗ୍ଧ

ବୌଦ୍ଧ,୧୧।୧: ବୌଦ୍ଧ ଜିଲା ବାଉଁଶୁଣୀ ଥାନା ବଲାକିରା ଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ପୋଇଁବା ବେଳେ ୨ଜଣ ନାବାଳକ ଜୀବନ୍ତ...

ଧନୁଯାତ୍ରା ମହୋତ୍ସବର ନବମ ଦିନ: ବେନିଭାଇଙ୍କୁ ମେଲାଣୀ, ଭାବବିହ୍ବଳ ହେଲେ ଗୋପପୁରବାସୀ

ମଥୁରାନଗରୀ/ଗୋପପୁର,୧୧।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ଥିଲା ନବମ ଦିବସ। ଗୋପପୁରରୁ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ଅକ୍ରୂର ମଥୁରାନଗରୀ...

ଲିଙ୍କ ଉପରେ କ୍ଲିକ୍‌ କରିବା ପରେ ଆକାଉଣ୍ଟରୁ ଚାଲିଗଲା ୫୦ ହଜାର

ଗୋପାଳପୁର,୧୧ା୧(ନବୀନ ରାଜ ଆଚାରୀ): କିଛି ମାସ ହେଲା ରାଜ୍ୟରେ ସାଇବ ଠକେଇ ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଗୋପାଳପୁର ଥାନାରେ ଏକ ଠକେଇ ମାମଲା...

ଥମୁନି ଦାଦନ ଦୁଃଖ: ଆନ୍ଧ୍ରପ୍ରଦେଶରରେ ଓଡ଼ିଶା ଦାଦନ ଶ୍ରମିକଙ୍କ ମୃତ୍ୟୁ

କୁନ୍ଦୁରା,୧୧।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ କେରମେଟି ପଞ୍ଚାୟତ ସଦରର ଶୁକଦେବ ଦୁରୁଆ(୨୩)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ସେ ୩ ମାସ ହେଲା...

ଥରୁଛି ଜି. ଉଦୟଗିରି: ସବୁଠାରୁ ଥଣ୍ଡା ସହର ଚିହ୍ନଟ

ଜି.ଉଦୟଗିରି, ୧୧ା୧(ଶିଶିର ପଟ୍ଟନାୟକ): କନ୍ଧମାଳନ୍‌ ଜିଲା ଜି.ଉଦୟଗିରି ସହରରେ ଚଳିତ ମାସ ୧ ତାରିଖରୁ ଶୀତ ଲହର ଜାରି ରହିଛି। ଶନିବାର ସର୍ବନିମ୍ନ ତାପମାତ୍ରା ୪.୮...

ପ୍ରଥମ ଥର ପାଇଁ ପକ୍ଷୀ ଦେହରେ ଲାଗିଲା ଟ୍ରାକର

ଭୁବନେଶ୍ୱର,୧୧।୧: ପ୍ରଥମ ଥର ପାଇଁ ପକ୍ଷୀ ଦେହରେ ଲାଗିଛି ସୌର ଚାଳିତ ଟ୍ରାକର। ଚିଲିକା ନଳବଣକୁ ଆସିଥିବା ବିଦେଶୀ ପକ୍ଷୀ ଫ୍ଲେମିଙ୍ଗୋ ଦେହରେ ଏହି ଟ୍ରାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri