Posted inବରଗଡ଼

ସରକାରୀ ପୋରଛାହନ୍‌ ଅଭାବ୍‌: ବୁଡ଼ବାର ଉପରେ ଲୋକ୍‌କଳା ସଂଚାର

 

ଜାମଟିକ୍ରା, ୨୦।୮ (ଡି.ଏନ୍‌.ଏ.):
ଭାରତୀୟ କଳା, ସଂସ୍କୃତି, ପରବ୍‌ ପରବାନୀ ବିଶ୍ୱରେ ଗୁଟେ ଅଲଗ୍‌ ପରିଚଏ ସୁରୁଷ୍‌ଟି କରିଛେ। ହେଲେ ଆଏଜ୍‌କାଲି ବିଦେଶୀ ସଂସ୍କୃତି ପରଭାବରେ ଆମର ଦେଶୀ କଳା, ସଂସ୍କୃତି ଖପି ଗଲାନ। ଆଘ ଗଁାଗଁଲିରୁ ସହର ତକ୍‌ ପାଲା, ଦାସକାଠିଆ, ସଂଚାର ଲେଖେଁ ଲୋକ୍‌ କଳା ଦେଖ୍‌ବାକେ ମିଲୁଥିଲା। ହେଲେ ବିଦେଶୀ ସଂସ୍କୃତିର ବଡ଼ଭାରି ପରଚଲନ ଲାଗି ଦେଶୀ ଲୋକ୍‌କଳା ସମାଜରୁ ମେଟି ଯିବାକେ ବସଲାନ। କଁା ଭଁା ଗଁାଗଁଡ଼ାରେ ପାଲା, ଦାସକାଠିଆ ହେଉଥିଲାବେଲେ ସଂଚାର ଗୁଟେ ପରକାର ଲୋକ୍‌ଲୋଚନ୍‌ରୁ ଉଭି ଗଲାନ। ଇ ସବୁ ଲୋକ୍‌କଳାକେ ପେସା କରି ଝନେ କଳାକାର ଆଏଜ୍‌କାଲି କୁଟୁମ୍‌ ପୁଷ୍‌ବାର ସମ୍‌ଭବ ନୁହେ। ଯେନ୍‌ଥିରଲାଗି ଆଏଜ୍‌କାଲିର ଯୁବକ୍‌ମାନେ ଇ ସବୁ କଳା ଉପରେ ଧିଆନ୍‌ ନାଇଁ ଦେବାର।
ଦିନ୍‌ ଥିଲା ବରଗଡ଼ ଜିଲାରେ ଲୁକ୍‌କର ମନୋରଂଜନର ଜରିଆ ପାଲଟିଥିଲା ସଂଚାର। ଇଥ୍‌ରେ ବେଭାର ହେଉଥିବାର ବାଦ୍ୟଯନ୍ତ୍ର ସତେ ଯେନ୍‌ତା ଏହେଦେ ଅଦରକାରୀ ପାଲଟିଯାଇଛେ। ୩ ଝନ୍‌ କଳାକାରକୁଁ ନେଇ ଗୁଟେ ସଂଚାର ଦଲ୍‌ ହେଉଥିଲା। ସେଥ୍‌ରେ ଝନେ ମୁରଦୁଂଗିଆ ଆର ଦୁଇ ଝନ୍‌ ସହଯୋଗୀ ରହୁଥିଲେ। ସେନ୍‌ତା କଳାକାରମାନକର ପିଁଧନ୍‌ ଉଢ଼ନ୍‌ ବି ଥିଲା ଅଲଗ୍‌ ପରକାର। ପିଁଧନ୍‌ ଉଢ଼ନ୍‌ରେ ରଂଗୀନ୍‌ କପଡ଼ାଲତା ବେଭାର ହେଉଥିଲାବେଲେ କାନେ କୁଣ୍ଡଳ, ବେଁକେ ସୁନାର ହାର, ମୁଡେ ଚୁଲିପଗଡ଼ି ଆର ପାଦେ ଘୁଲଘୁଲା ବଁାଧି କଳାକାରମାନେ ନାଚ୍‌ଗୀତ ପରିବେଷନ୍‌ କରୁଥିଲେ। ଦରକାରବେଲେ ବିଷେବସ୍ତୁକେ ଅଧ୍‌କା ସରସ୍‌ କରବାର ଲାଗି କଳାକାରମାନେ ଭିନେ ଭିନେ ଚରିତ୍‌ରରେ ଅଭିନଏ କରି, ଦେଖନ୍‌ହାରିକର ମନ୍‌ ମୁହୁଥିଲେ। ମଝିରେ ମଝିରେ ଆଂଚଲିକ୍‌ ଢ଼ଗ କହି ଲୁକ୍‌କୁ ହଁସଉଥିଲେ। ସଂଚାର କଳାକାରମାନକର ବିଶାସ୍‌ ଯେ, ସବୁ କଳାରେ ସ୍ବୟଂ ଭଗବାନ ରହିଛନ୍‌। ସେଥିରଲାଗି କାଯ୍‌କରମ ଆରମ୍‌ରୁ ଗୁଟେ ଖାସ୍‌ ତାଲ୍‌ରୁ ବାଜ୍‌ନା ଆରମ୍‌ ହେଇ ସେ ତାଲ୍‌ରେ ଶେଷ୍‌ ହେବାର ନିୟମ ରହିଛେ। ହେଲେ ଆଧୁନିକତାର ଛାପ୍‌ରେ ଦିନୁଦିନ୍‌କେ ଇ ଲୋକ୍‌କଳା ଲୋପ୍‌ ପାଏବାକେ ବସୁଛେ। ଦୁଖର କଥା ଆଧୁନିକ ଯୁଗ୍‌ ସଂଗେ ତାଲ୍‌ ଦେଇ ଚାଲୁଥିବାର ବଡ଼ଭାଗି ଯୁବକ୍‌ ଇ କଳା ବାବ୍‌ଦେ ନାଇଁ ଜାନି। ଇଥିରଲାଗି ଅନେକ ସଂଚାର କଳାକାର ସରକାରକୁଁ ଦାଇ କରିଛନ୍‌। ଦିନ୍‌ଥିଲା ପାରମ୍ପରିକ ଲୋକ୍‌କଳା ସଂଚାରର ପଶ୍ଚିମ ଓଡ଼ିଶାରେ ଗୁଟେ ଖାସ୍‌ ପରିଚଏ ଥିଲା। ହେଲେ ସରକାରୀ ପୋରଛାହନ୍‌ ଅଭାବୁ ଏହେଦେ ଇ ଲୋକ୍‌କଳା ସମାଜରୁ ଉଭି ଯିବାକେ ବସ୍‌ଲାନ। ବରଗଡ଼ ଜିଲାର ସ୍ବର୍ଗତ ମନବୋଧ ଭାଟ, ବିଶାଖା ରଣା, ମାୟାଧର ଧୋବା, ଦୁର୍ଲଭ ଦାସ ପରମୁଖ ଇ ଲୋକ୍‌କଳାକେ ଲୋକ୍‌ଲୋଚନକେ ଆନିଥିଲେ। ଏହେଦେ ତାକର ଶିଷ୍ୟମାନେ ତାଳମେଣ୍ଡାର କ୍ଷମାନିଧି ସାହୁ, ରୂପାପାଲିର ପାର୍ବତୀ ଦାଶ, ଚିନାମାଳି ଦାଶ ଇ କଳାକେ ବଁଚେଇ ରଖ୍‌ବାର ଲାଗି ଚେଷ୍‌ଟା ଚଲେଇଛନ୍‌। ଧନୁଯାତ୍‌ରା, ବାଲିଯାତ୍‌ରାରେ ଇ କଳା ଦେଖ୍‌ବାକେ ମିଲୁଛେ। ହେଲେ ଇ କଳାକେ ବଁଚେଇ ରଖ୍‌ବାର ଲାଗି ହେଲେ ସରକାରୀ ପୋରଛାହନ୍‌ର ନିହାତି ଦରକାର ରହିଛେ। ଇ କଳାକାରମାନକର ଲାଗି ଗୁଟେ ଖାସ୍‌ ତାଲିମ କେନ୍ଦ୍ର ଥାପନା କରାଯିବାର କଥା। ଏନ୍‌ତା ହେଲେ ଅନେକ କଳାକାର ବାହାରବାର ସଂଗେ ଇ ଲୋକ୍‌କଳା ବଁଚି ରହିବା ବଲି ଅତାବିରା ବ୍ଲକ ପରମାନପୁର ଗଁାର ସଂଚାର କଳାକାର ଅଷ୍ଟମୀ ଦୀପ ମତ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହାତ ହରାଇଥିବା ରୀନାଙ୍କୁ ଭେଟିଲେ ମହିଳା ସମିତି ପ୍ରତିନିଧି ଦଳ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ରୋଜଗାର ପାଇଁ ମଧ୍ୟପ୍ରଦେଶ ଯାଇ ହାତ ହରାଇ ଫେରିଥିବା ରୀନା ମହାନନ୍ଦଙ୍କୁ ତାଙ୍କ ବିଜେପୁର ନିକଟ ପଡ଼ା ଗ୍ରାମକୁ ଯାଇ ବରଗଡ଼ ମହିଳା...

ଲେଙ୍ଗୁ ମିଶ୍ର ଛକ -ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ଅଭିଯାନ ଶିଥିଳ, ପୁଣି ତାତିଲେ ନାଗରିକ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଅଭିଯାନ ଶିଥିଳ ହୋଇପଡ଼ିଛି। ଏଥିରେ ବିଭାଗୀୟ ଅଧିକାରୀଙ୍କ ଭୂମିକାକୁ...

ସ୍କୁଲ ପାଖରେ ବିପଦ ଶଙ୍କୁଳ ଟ୍ରାନ୍ସଫର୍ମର

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ବ୍ଲକ ପଥର୍ଲା ପଞ୍ଚାୟତ ଅନ୍ତର୍ଗତ ମହିମା ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିପଦ ଶଙ୍କୁଳ ଅବସ୍ଥାରେ ଏକ ବିଦ୍ୟୁତ୍‌...

ଓଡ଼ିଆରେ ନାମଫଳକ ଲେଖିବା ପାଇଁ ସଚେତନତା ପଦଯାତ୍ରା: ଶ୍ରମିକଙ୍କୁ ମିଠା ବାଣ୍ଟିଲେ ପ୍ରଶାସନିକ ଅଧିକାରୀ

ବରଗଡ,୪।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଆ ଆମ ଭାଷା, ଆମ ରାଜ୍ୟ ଭାଷା ଭିତ୍ତିକ ରାଜ୍ୟ, ଓଡ଼ିଆ ଭାଷାକୁ ନେଇ ଆମ ପରିଚୟ । ହେଲେ ସଚେତନତା ଅଭାବ...

ବୈଶାଖ ମେଳାକୁ କେନ୍ଦ୍ରୀୟ ଅନୁଦାନ ମିଳୁ: ଦାବି କଲେ ଏମ୍‌ପି ପ୍ରଦୀପ ପୁରୋହିତ

ବରଗଡ଼,୩।୪(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରରେ ହେଉଥିବା ବୈଶାଖ ମେଳା ପାଇଁ କେନ୍ଦ୍ରୀୟ ଅନୁଦାନ ଦାବି କଲେ ବରଗଡ଼ ଏମ୍‌ପି ପ୍ରଦୀପ...

ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କଲେ ବରଗଡ଼ର ସରକାରୀ କର୍ମଚାରୀ, ସମ୍ମାନିତ ହେଲେ ଜିଲାର ୧୫ ବୁଣାକାର

ବରଗଡ,୩।୪(ପ୍ରେମାନନ୍ଦ ଖମାରୀ) – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନକ୍ରମେ ଏପ୍ରିଲ ୧ ଓଡ଼ିଶା ଦିବସରୁ ଏପ୍ରିଲ ୧୪, ଓଡ଼ିଆ ନବବର୍ଷ ଯାଏ ପ୍ରଥମଥର କରି...

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା: ତେଜିଲା ଚାଷୀ ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ବରଗଡ଼, ୨।୪(ପ୍ରେମାନନ୍ଦ ଖମାରୀ) – ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ମଡାଇବା ପାଇଁ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଜିଲାର...

ଉଜ୍ୱଳ ଭବିଷ୍ୟତର କାମନା କରି ପିଲାଙ୍କୁ ଖଡ଼ି ଛୁଆଁଇଲେ ବରଗଡ଼ ଜିଲାପାଳ

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଆ ପକ୍ଷ ପାଳନର ଦ୍ୱିତୀୟ ଦିନ ବୁଧବାରରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ଲାଗୁ କରାଯାଇଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image