ଭବାନୀପାଟଣା, ୧୩ା୫ (ଡି.ଏନ୍.ଏ) : ଓଡ଼ିଶାର ଗୁଟେ ବିରଲ ଜନଜାତି ଭିତରେ କୁଟିଆକଁଧ୍ ଅଲଗ୍ ଆଏ। ସମତଲ ଆର ପାହାଡ଼ର ତଲି ଅଂଚଲରେ ଇମାନେ ରହାବସା କରସନ୍। ଉନିଆ ଜନଜାତି ଲେଖେଁ ଇମାନେ ବି ଜଂଗଲଜାତ ଦରବ ଉପରେ ନିରଭର କରି ଚଲସନ୍। ହେଲେ ଦୁଖର କଥା ସୁଆଧୀନତାର ୭୨ ବଛର ବିତିଯାଇଥିଲେ ବି ଇମାନେ ସମାଜର ମୁଖିଆ ଧାରରେ ସାମିଲ ନାଇଁ ହେଇପାରି। ଇମାନର ଅର୍ଥନୈତିକ ଆର ସାମାଜିକ ବିକାଶ ଲାଗି ସଶକ୍ତିକରଣ ଆର ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଆର ଅନ୍ୟାନ୍ୟ କଲ୍ୟାଣ ପଛୁଆ ବିଭାଗ ତରଫୁ ଖାସ୍ କୁଟିଆକଁଧ୍ ଉନ୍ନୟନ ସଂସ୍ଥା ଖୁଲାଯାଇଛେ। ଇ ଯୋଜନା ଜରିଆରେ ସରକାର କୁଟିଆକଁଧକର ଉନ୍ନତି ଲାଗି କୋଟି କୋଟି ଟଁକା ଯୁଗେଇ ଦେଉଛନ୍। ହେଲେ ଆଏଜ୍ ବି ଇ ବିରଲ ଜନଜାତି ଅନେକ ସରକାରୀ ଯୋଜନାରୁ ବଁଚିତ ହେଇ ରହିଛନ୍। ଇ ଯୋଜନା ଜରିଆରେ ପହେଲା ଲାଞ୍ଜିଗଡ଼ ବ୍ଲକର ୧୪ଟା ଗାଁକେ ସାମିଲ କରାଯାଇଥିଲା ଆର ପଛେ ଇ ସଂଖ୍ୟାକେ ବଢ଼ା ଯାଇଥିଲା। ହେଲେ ଆଏଜ୍ବି ଇ ଗାଁବାସୀମାନେ ଶିକ୍ଷା, ସୁଆସ୍ତିଅ, ରାସ୍ତାଘାଟ, ପିଇଲା ପାଏନ୍ ଲେଖେଁ ମଉଲିକ ସୁବିଧାରୁ ବଁଚିତ୍ ହେଇ ରହିଛନ୍। ସରକାର କହୁଛନ୍ ସବୁ କୁଟିଆକଁଧ୍କୁଁ ଘର ମିଲିଛେ, ହେଲେ ଦେଖ୍ବାକେ ଗଲେ ଆଏଜ୍ବି ଶହ ଶହ କୁଟିଆ ଝାଟିମାଟି ଘରେ ରହୁଛନ୍। ଭୂମିହୀନମାନେ ଜଂଗଲ ଜମିପଟ୍ଟାରୁ ବଁଚିତ ଅଛନ୍। ସେନ୍ତା ପୁଷ୍ଟିକର ଖାଏଦ୍ ଜାଗାରେ ମଡ଼ିଆ ଜାଉ, ଆମ୍, କୁଲୁଥ୍ ଆର ଜଂଗଲଜାତ ଦରବ୍ ଇମାନକର ମୁଖିଆ ଆହାର ପାଲଟିଛେ। ପିଇଲା ପାଏନ୍ର ସୁବିଧା ନାଇଁଥିବାର ଲାଗି ଇମାନେ ନାଲ ନଲିଆ, ଝରନ୍ର ପାଏନ୍ ପିଇ ନିଜର ଶୋଷ୍ ମେଟଉଛନ୍। ଲାଞ୍ଜିଗଡ଼ ବ୍ଲକର ୧୪ କୁଟିଆକଁଧ୍ ବାସକରୁଥିବାର ଗାଁକେ ରାସ୍ତାଘାଟ ନଁାଇଁନ। ଯେନ୍ଥିରଲାଗି ଅନେକ ସମିଆରେ ଜରୁକାଲିନ ପରିସ୍ଥିତିରେ ଦମକଲ, ଆମ୍ବୁଲାନ୍ସ ନାଇଁ ଆସିପାରେ। ଗାଁରେ କାହାରି ଦିହିପା ଖରାପ ହେଲେ ଏକାଧିକ୍ କିଲୋମିଟର ଖଟେ ବୁହି ଡାକ୍ତରଖାନା ପୁହୁଁଚାବାକେ ପଡ଼ୁଛେ। ସରକାର ‘ସଭେ ପଢ଼ୁନ ସଭେ ବଢ଼ୁନ’ ନାରା ଦେଇ ପିଲାକୁ ସ୍କୁଲ ମୁହଁା କରବାର ଲାଗି ବହି, ପେଣ୍ଟସାର୍ଟ, ଜୁତା ଆଦି ଦେଉଛନ୍। ହେଲେ କୁଟିଆକଁଧ୍ ବାସକରୁଥିବାର ଅନେକ ଗାଁରେ ପିଲା ପଢ଼ବାର ଲାଗି ସ୍କୁଲ ନଁାଇଁନ। ଯେନ୍ ଗାଁରେ ସ୍କୁଲ ଅଛେ ସେଠାନ୍କେ ଶିକ୍ଷକ ନାଇଁଯିବାର। ଏନ୍ତା କି ଅନେକ ଗାଁରେ ଅଙ୍ଗନଓ୍ବାଡି କେନ୍ଦ୍ର ନାଇଁ ଥିବାରଲାଗି ଗରଭବତୀ ମହିଲା ଆର ଛୁଆମାନେ ଅପପୁଷ୍ଟିର ଶିକାର ହେଉଛନ୍। ଇ ବାବ୍ଦେ ଖୋଦ୍ ପରଶାସନ ଜାନିଥିଲେ ବି କେହେନ୍ସି ପରକାର ପଦକ୍ଷେପ ନାଇଁ ନେବାର। ଆରଗୁଟେ ଆଡ଼େ କେନ୍ଦ୍ର ଆର ରାଏଜ୍ ସରକାର ସମେତ ଅନେକ ଏନ୍ଜିଓ କୁଟିଆ କଁଧମାନକର ବିକାଶ ଲାଗି କାମ କରୁଥିବାର କହୁଥିଲେ ବି ଅବଗା ସତ୍ କଥାଟା ଅଲଗ ଆଏ। ଇ ଦିଗେ ରାଏଜ ସରକାର ଆର ଥାନୀୟ ପରଶାସନ ଦୁରୁଷ୍ଟି ଦେଇ ପଦକ୍ଷେପ ନେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।