ସରକାରୀ ହସ୍ପିଟାଲ ଭୁଇଁରେ ଲୋଟୁଛନ୍ତି ରୋଗୀ :ଶଯ୍ୟା ନାହିଁ କି ସାଲାଇନ ଷ୍ଟାଣ୍ଡ ନାହିଁ

ନୂଆପଡା ଅଫିସ/ଖଡିଆଳ,୨୧।୯(ଡି.ଏନ.ଏ.)
ନୂଆପଡା ଜିଲାର ସବୁଠାରୁ ଏକ ଜନବହୁଳ ସହର ଭାବେ ଖଡିଆଳ ଜଣାଶୁଣା । ବିଭିନ୍ନ ସମୟରେ ନେତା ଅଧିକାରୀମାନେ ଏଠିକାର ଉନ୍ନତି ସକାଶେ ଅଣ୍ଟା ଭିଡୁଥିବା କୁହାଯାଉଥିବାବେଳେ ପ୍ରକୃତପକ୍ଷେ କୌଣସି ସୁଫଳ ମିଳିପାରୁନାହିଁ। ଖଡିଆଳ ସରକାରୀ ହସ୍ପିଟାଲ ଏହାର ଏକ ନଗ୍ନ ନମୁନା ମାତ୍ର । ସରକାରୀ ହସ୍ପିଟାଲ ନାଁକୁ ମାତ୍ର ଛିଡା ହୋଇରହିଛି । ଲୋକେ ସୁବିଧା ନ ପାଇ ବାଧ୍ୟ ହୋଇ ବାହାରର ବେସରକାରୀ ହସ୍ପିଟାଲକୁ ଯାଇ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ବିଭିନ୍ନ ମହଲରେ ଜନଅସନ୍ତୋଷ ଦାନା ବାନ୍ଧୁଛି ।
ଖଡିଆଳ ସହର ମଧ୍ୟରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଏଠାକୁ ଖଡିଆଳ ସହର ସମେତ ପଡୋଶୀ ବୋଡେନ, ସିନାପାଲି ଏବଂ ବଲାଙ୍ଗୀର ଜିଲାର ବଙ୍ଗୋମୁଣ୍ଡା ଆଦି ବ୍ଲକର ଶତାଧିକ ରୋଗୀ ଆସି ଚିକିତ୍ସା ସେବା ପାଇଥାନ୍ତି । ଏଥିସକାଶେ ସରକାର ବାର୍ଷିକ ବହୁ ଟଙ୍କାର ଯୋଜନା କରିଛନ୍ତି । ମୁକ୍ତରେ ଔଷଧ, ଚିକିତ୍ସା ବ୍ୟବସ୍ଥା କରିଛନ୍ତି । ହେଲେ ଏଠାରେ ରୋଗୀଙ୍କ ସକାଶେ ଶଯ୍ୟା କି ସାଲାଇନ ଷ୍ଟାଣ୍ଡ ମଧ୍ୟ ଉପଲବ୍ଧ ହେଉ ନ ଥିବାରୁ ଲୋକେ ନାକ ଟେକୁଛନ୍ତି । ରୋଗୀମାନେ ବାଧ୍ୟ ହୋଇ ତଳେ ଶୋଇ ଚିକିତ୍ସିତ ହେଉଥିବା ଦେଖାଯାଉଛି । ଏପରିକି ରୋଗୀଙ୍କୁ ମୁକ୍ତରେ ଔଷଧ ମିଳୁ ନ ଥିବାରୁ ବାଧ୍ୟ ହୋଇ ବାହାରୁ କିଣୁଥିବା ଅଭିଯୋଗ ହୋଇଛି । ଏହା ଉପରେ ଜିଲା ଦଳିତ ଏକତା ମନଚ ସଭାପତି କମଳ ଚରଣ ତାଣ୍ଡି ଅଭିଯୋଗ ଆଣିଥିବାବେଳେ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫାଉଡ଼ା ଧରି କାମ କଲେ ଜିଲାପାଳ

ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସମରସିଂ ଓ ସିଲଭା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହେଉଥିବା ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଯାଇ ଖୋଦ...

ସିନିୟରଙ୍କ ମାଡ଼ରେ ୨୨ ଜୁନିୟର ଛାତ୍ର ଗୁରୁତର

ନୂଆପଡ଼ା/କୋମନା,୭ା୯(ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଜବାହର ନବୋଦୟ ବିଦ୍ୟାଳୟରେ ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ସିନିୟର ଛାତ୍ରଙ୍କ...

କୂଅରେ ପଡ଼ିଗଲେ ୫ ବାର୍‌ହା ଛୁଆ, ଆଉ ତାପରେ…

ଖଡ଼ିଆଳ,୨୬ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଅଞ୍ଚଳରେ ଗତ କିଛିଦିନ ହେଲା ବାର୍‌ହା ଉପଦ୍ରବ ଲାଗିରହିଛି। ବାର୍‌ହା ପଲ ଲୋକଙ୍କ ବାରିରେ...

ମୃତ ମହିଳା ଡାକ୍ତରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଖଡ଼ିଆଳ,୨୨ା୮(ସୁଜିତ କୁମାର ପ୍ରଧାନ): କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା...

ଭାରତ ବନ୍ଦକୁ ସମର୍ଥନ କରିବ ଏସ୍‌ସିଏସ୍‌ଟି ସଂଘ

ଖଡ଼ିଆଳ,୧୯ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ କଲ୍ୟାଣ ମଣ୍ଡପ ୨ରେ ଏସ୍‌ସିଏସ୍‌ଟି ସଂଘ ପକ୍ଷରୁ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା...

ଦ୍ୱିତୀୟ ସ୍ତ୍ରୀଙ୍କ ବାଲ୍‌ଟି ମାଡରେ ପ୍ରଥମ ସ୍ତ୍ରୀଙ୍କ ଚାଲିଗଲା ଜୀବନ

ନୂଆପଡ଼ା/ବୋଡେନ, ୭ା୮ (ମକାରୁ ବେମାଲ/ଟିକେଶ୍ୱର ନାଗ):ନୂଆପଡ଼ା ଜିଲା ବୋଡେନ ଥାନା ଜାମଗାଁ ଠେଲାପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ସ୍ତ୍ରୀଙ୍କ ବାଲ୍‌ଟି ମାଡ଼ରେ ପ୍ରଥମ...

ନଦୀରେ ୩ କିମି ଭାସିଗଲେ ମହିଳା

ସିନାପାଲି,୨୧।୭(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅଧୀନ ଗଡ଼ରାମାଳ ଗ୍ରାମର ନମିତା ସାହୁ ନାମ୍ନୀ ଜଣେ ମହିଳା ରବିବାର ଉଦନ୍ତୀ ନଦୀରେ ଭାସିଯାଇ ୩କିମି...

ପୋଲିସକୁ ପିଟିଥିଲେ: ଏବେ ଗିରଫ ଭୟରେ…

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ମିଛାପାଳି ପଞ୍ଚାୟତ ବରକୋଟ ଗାଁରେ ଶୁକ୍ରବାର ରାତ୍ରିରେ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri